Latest Odisha News

ମହୁ ଓ ଡାଲଚିନି ଖାଇଲେ ମିଳିବ କି ଲାଭ? ଗୁଣ ଜାଣି ହେବେ ଆଶ୍ଚର୍ଯ୍ୟ

ସୁସ୍ଥ ରହିବ ପାଇଁ ସ୍ୱାସ୍ଥ୍ୟକର ଭୋଜନ ଆବଶ୍ୟକ। ଠିକ୍ ସେହିଭଳି ଶରୀରର ଓଜନ ଠିକ ରଖିବାକୁ ମଧ୍ୟ ସଠିକ ଭୋଜନ ଓ ବ୍ୟାୟାମ ଆବଶ୍ୟକ। ମୋଟାପଣ ହେବା ଭଲ ନୁହେଁ। ଏହାକୁ କମ କରିବାକୁ ଅନେକ ଲୋକେ ଅନେକ ଚେଷ୍ଟା କରନ୍ତି। ଏଥିପାଇଁ ଅନେକ ଘରୋଇ ଉପଚାର ମଧ୍ୟ ରହିଛି। ବାଲାନ୍ସ ଡାଏଟ୍ ଓ ନିୟମିତ ବ୍ୟାୟାମ ଦ୍ୱାରା ଶରୀର ଅତ୍ୟଧିକ ଚର୍ବି କମ କରାଯାଇପାରିବ।

ପେଟ ଚର୍ବି କମ କରିବାକୁ ଆପଣ ନିଜ ଡାଏଟରେ ଡାଲଚିନି ଓ ମହୁ ଚା’ ସାମିଲ କରିପାରିବେ। ଏହି ଘରୋଇ ଉପଚାର ସହଜରେ ଚର୍ବି କମ କରିବାରେ ସାହାଯ୍ୟ କରିଥାଏ। ମହୁ ଓ ଡାଲଚିନିର ସେବନ ଦ୍ୱାରା ଅନେକ ରୋଗରୁ ସହଜରେ ମୁକ୍ତି ମିଳିଥାଏ। ଏମିତି କରନ୍ତୁ ସେବନ..

ଡାଲଚିନି ଖଣ୍ଡକୁ ପେଷି ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ। ଏହାପରେ ମହୁ ସହ ମିଶାନ୍ତୁ। ନିୟମିତ ରାତିରେ ଶୋଇବା ସମୟରେ ଏହାକୁ ଏକ ଚାମଚ ଖାଆନ୍ତୁ। ଏହାକୁ ଖାଇବା ଦ୍ୱାରା ଗଳା ଜନିତ ସମସ୍ୟା, କାଶ ଆଦି ଦୂର ହୋଇଥାଏ। ମଧୁମେହ ରୋଗୀଙ୍କ ପାଇଁ ଡାଲଚିନି ରାମବାଣ ସହ କୌଣସି ଔଷଧରୁ କମ୍‌‌ ନୁହେଁ।

ମହୁ ଭଳି ଡାଲଚିନିରେ ମଧ୍ୟ ଅନେକ ଔଷଧୀୟ ଗୁଣ ରହିଛି । ଡାଲଚିନିରେ ଆଣ୍ଟିମାଇକ୍ରୋବାୟଲ୍ ଏବଂ ଆଣ୍ଟିପାରାସିଟିକ୍ ଗୁଣ ରହିଛି। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଅଛି ଯାହା ବିଭିନ୍ନ ରୂପରେ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ଏହା ଉଚ୍ଚ ରକ୍ତଚାପ ଓ କୋଲେଷ୍ଟ୍ରୋଲ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ମେଟାବୋଲିଜିମ୍ ବୃଦ୍ଧି କରିବାରେ ଏବଂ ଇନସୁଲିନ୍ ଫଙ୍କସନରେ ଉନ୍ନତି ଆଣିବାରେ ସାହାଯ୍ୟ କରେ ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଡାଲଚିନି ଭୋଜନ ଲାଳସା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ମହୁରେ ଅତ୍ୟାବଶ୍ୟକ ଭିଟାମିନ୍ ଏବଂ ମିନେରାଲ୍ସ ଅଛି ଯାହା ଭୋକକୁ ଦମନ କରୁଥିବା ହରମୋନକୁ ସକ୍ରିୟ କରିଥାଏ। ଏହା ଓଜନ କମ୍ କରିବାକୁ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ମହୁରେ ଆଣ୍ଟିଅକ୍ସିଡାଣ୍ଟ ଅଛି ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ପୋଡାଜଳା ଏବଂ କ୍ଷତ ଚିକିତ୍ସାରେ ମଧ୍ୟ ଏହା ଅତ୍ୟନ୍ତ ପ୍ରଭାବଶାଳୀ। ମହୁ ମେଟାବୋଲିଜିମ୍ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ଏବଂ ଚର୍ବି କମ୍ କରିଥାଏ । ଏହାର ସେବନ ଦ୍ୱାରା ପାଚନ ତନ୍ତ୍ର ମଜଭୂତ ହୋଇଥାଏ। କୋଷ୍ଠକାଠିନ୍ୟ, ଗ୍ୟାଷ୍ଟ୍ରିକ, ଏସିଡିଟି ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ। ଡାଲଚିନି ଓ ମହୁ ମାନସିକ ସ୍ୱାସ୍ଥ୍ୟ ସହ ଶାରିରୀକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ।

ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ହେଉଥିଲେ, ନିୟମିତ ଅଳ୍ପ ପରିମାଣରେ ମହୁ ଓ ଡାଲଚିନିର ମିଶ୍ରଣ ସେବନ କରନ୍ତୁ। ଡାଲଚିନି କେଶକୁ ମଜଭୂତ କରିବା ସହ କେଶ ଝଡିବା ସମସ୍ୟାକୁ ଦୂର କରିଥାଏ। ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ ମଧ୍ୟ ଦୂର କରିବା ପାଇଁ ଡାଲଚିନି ଓ ମହୁର ମିଶ୍ରଣ ସେବନ କରିବା ଅତ୍ୟନ୍ତ ଲାଭଦାୟକ।

ଡାଲଚିନି ଚା’- ଏକ କପ୍ ପାଣି ଗରମ କରିବେ। ପାଣିରେ ଅଧା ଚାମଚ୍ ଡାଲଚିନି ପାଉଡର ପକାଇ ଥଣ୍ଡା କରିଦେବେ। ଏହି ପାଣିରେ ଗୋଟିଏ ଚାମଚ ମହୁ ମିସାଇବେ। ତାପରେ ଏହାକୁ ସେବନ କରିବେ । ପେଟ ଚର୍ବି କମ୍ କରିବାରେ ଏହା ଲାଭଦାୟକ । ଏହି ଚା’ ସକାଳେ ସେବନ କରିପାରିବେ । ଜଳଖିଆ କରିବାର ଅଧା ଘଣ୍ଟା ପୂର୍ବରୁ ଏହି ଚା’ ସେବନ କରିପାରିବେ । ଏହା ଆପଣ ଅପରାହ୍ନ ଭୋଜନ ସମୟରେ ମଧ୍ୟ ସେବନ କରିପାରିବେ । ବ୍ୟାୟାମ ପୂର୍ବରୁ ଡାଲଚିନି ମହୁ ଚା’ ସେବନ କରିବା ଦ୍ୱାରା ବ୍ୟାୟାମ କରିବାକୁ ଶକ୍ତି ମିଳିଥାଏ । ରାତିରେ ଶୋଇବା ପୂର୍ବରୁ ମଧ୍ୟ ଆପଣ ଏହି ଚା’ ପିଏପରିବେ ।

Comments are closed.