Latest Odisha News

ଅବିଶ୍ବସନୀୟ! ୨୦୨୫ରେ ଉଡାଣ ଭରିଲା ବିମାନ, ଆଉ ଓହ୍ଲାଇଲା ୨୦୨୪ରେ….

ନୂଆଦିଲ୍ଲୀ: ଏମିତି କେବେ କ’ଣ ସମ୍ଭବ ? ନାଁ ପଛକୁ ଚାଲିଗଲା ସମୟ? ଗୋଟିଏ ବିମାନ ଯାହା ୨୦୨୫ରେ ଉଡାଣ ଭରିଥିଲା ତାହା ପୁଣି ୨୦୨୪ରେ କେମିତି ଲ୍ୟାଣ୍ଡିଂ କଲା? ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା । ଏହା ସମ୍ଭବ ହେଲା କିପରି…..

ତେବେ ମିଳିଥିବା ସୂଚନା ଅନୁଯାୟୀ, କ୍ୟାଥେ ପେସିଫିକ୍ ଫ୍ଲାଇଟ୍ ନାମକ ଏକ ବିମାନ ଗତ ୧ ତାରିଖରେ ଅର୍ଥାତ୍ ଜାନୁଆରୀ ୧, ୨୦୨୫ରେ ଚୀନର ହଙ୍କକଙ୍ଗ ସହରରୁ ଉଡାଣ ଭରିଥିଲା । ହେଲେ ଏହାର ଲ୍ୟାଣ୍ଡି ସମୟ ରହିଥିଲା ୩୧ ଡିସେମ୍ବର ୨୦୨୪ । ଯାହା ଦେଖିବା ମାତ୍ରେ ଯାତ୍ରୀ ବି ଅବାକ୍ ହୋଇଯାଇଥିଲେ । ଆଉ ଭାବିଥିଲେ ଏମିତି କେମିତି ହେଲା । ସମୟ ପଛକୁ କେମିତି ଚାଲିଲା । ତେବେ କୁହାଯାଉଛି ଇଣ୍ଟରନେସନାଲ ଡେଟ୍ ଟାଇମରେ ଗତି କରିବାରୁ କିଛି ଏପରି ଘଟଣା ଘଟିଛି ।

ବାସ୍ତବରେ ଇଣ୍ଟରନେସନାଲ ଡେଟ୍ ଲାଇନ୍ ବା ଅନ୍ତର୍ଜାତୀୟ ତାରିଖ ରେଖା ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏକ ରେଖା । ଏହି ରେଖା ଦେଇ ଯେଉଁ ବିମାନ ଯାତ୍ରା କରେ ତାହାର ସମୟରେ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । ଯାହା ଏକ ସାଧାରଣ ପ୍ରକ୍ରିୟା । ଏହି ରେଖା ଦେଇ ଯଦି ବିମାନ ପଶ୍ଚିମ ଦିଗକୁ ଗତିକରେ ତେବେ ତାରିଖ ଗୋଟିଏ ଦିନ ବଢିଯାଉଥିବା ବେଳେ ପୂର୍ବ ଦିଗକୁ ଗତି କଲେ ଗୋଟିଏ ଦିନ କମିଯାଏ ।

ଆଉ ଏହି ବିମାନ ସେବା ସମୟରେ ସମାନ ଘଟଣା ଘଟିଛି । ହଙ୍କକଙ୍ଗରୁ ଉଡାଣ ଭରିଥିବା ବିମାନ ଟି ଇଣ୍ଟରନାସନାଲ ଡେଟ୍‌ ଲାଇନ୍‌କୁ ଅତିକ୍ରମ କରି ପୂର୍ବ ଦିଗ ଆଡକୁ ମୁହାଁଇ ଲସ ଆଞ୍ଜେଲସରେ ପହଞ୍ଚିଥିଲା । ଯେଉଁ କାରଣରୁ ଏହି ବିମାନ ଓହ୍ଲାଇଲା ବେଳକୁ ସମୟ ଗୋଟିଏ ଦିନ ପୂର୍ବକୁ ପଳାଇଗଲା । ଯେଉଁ କାରଣରୁ ଏଥିରେ ଯାତ୍ରା କରିଥିବା ଯାତ୍ରୀମାନେ ୨ ଥର ନୂଆବର୍ଷ ପାଳନ କରିଛନ୍ତି ।

ତେବେ ସବୁଠୁ ରୋଚକ କଥା ହେଉଛି, ଅନେକ ସମୟରେ ଆମେ ମୋବାଇଲ୍‌ରେ ବି କେବେ ଯଦି ଇଣ୍ଟରନାସନାଲ ଟାଇମକୁ ଲକ୍ଷ୍ୟ କରିବା ତାହେଲେ ଦେଶର ସମୟ ଅନୁସାରେ ଉକ୍ତ ସମୟ ବି ବଦଳିଯାଉଥିବା ନଜର ଆସେ । ଏମିତିକି ଭାରତରେ ଯେବେ ଦିନ ହୋଇଥାଏ ଠିକ୍‌ ସେହି ସମୟରେ ଆମେରିକାରେ ରାତି ହୋଇଥାଏ । ଏମିତିକି ଭାରତ ଓ ପାକିସ୍ତାନ ସମୟରେ ବି ସାମାନ୍ୟ ପରିବର୍ତ୍ତନ ଦେଖାଯାଏ । ହେଲେ ଇଣ୍ଟରନାସନାଲ ଡେଟ୍‌ ଲାଇନ୍‌ ଯୋଗୁଁ ଏବେ ସମୟ ଗୋଟିଏ ଦିନ ପଛୁକୁ ପଳାଇ ଯାଇଥିବାରୁ ଏହା ଏବେ ସବୁ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

Comments are closed.