Latest Odisha News

୫ ତାରିଖ ପରେ ରାଜ୍ୟରେ କମିବ ଶୀତ!

ଭୁବନେଶ୍ୱର: ରାଜ୍ୟରେ କମିବ ଶୀତ। ଆସନ୍ତା ୫ ତାରିଖ ବେଳକୁ ରାଜ୍ୟରେ ଶୀତ କମିବା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସକ୍ରିୟ ହେବାକୁ ଥିବା ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଶୀତର ପ୍ରଭାବ କମିବ। ପଶ୍ଚିମା ଝଡ଼ ପ୍ରଭାବରେ ଶୁଷ୍କ ଥଣ୍ଡା ବାୟୁ ଦୁର୍ବଳ ହେବ। ଏଥିସହ ପୂର୍ବ ଦିଗରୁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ପାଇବ। ଫଳରେ ୫ ପରଠୁ ରାତି ତାପମାତ୍ରା ବୃଦ୍ଧି ପାଇବ। ଏହା କାରଣରୁ ରାଜ୍ୟରେ ଶୀତର ପ୍ରଭାବ କମିବ।

ଅନ୍ୟପଟରେ ଏବେ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ କିଛି କିଛି ସ୍ଥାନରେ ଘନ କୁହୁଡି ଦେଖା ଯାଉଛି। ବର୍ଷା ପ୍ରଭାବ କମିବା ପରେ ବଢ଼ିଛି ଶୀତର ପ୍ରକୋପ । ଏବେ ପ୍ରବଳ ଜାଡ଼ରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ରାତି ତାପମାତ୍ରା କମିବା ଯୋଗୁ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ପାରଦ ୪.୮ଡିଗ୍ରୀକୁ କମିଛି। ସେହିପରି ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ରହିଛି।

ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ବିଶେଷ ପରିବର୍ତ୍ତନ ହେବନି। ଫଳରେ ରାଜ୍ୟରେ ଶୀତ ପ୍ରକୋପ ଲାଗି ରହିବ। ୫ ତାରିଖ ପରଠୁ ରାଜ୍ୟରେ ଧିରେ ଧିରେ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Comments are closed.