Latest Odisha News

BREAKING NEWS

ଶୀତ ଲହରୀରେ ଗୃହପାଳିତ ପଶୁଙ୍କ ଯତ୍ନ ଏପରି ରଖନ୍ତୁ..

ଭୁବନେଶ୍ବର: ଦେଶ ତଥା ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଶୀତଋତୁରେ ପ୍ରାଣୀମାନଙ୍କ ଠାରେ ଅନେକ ସମସ୍ୟା ଦେଖାଯାଇଥାଏ ।ସେହିପରି ପ୍ରାଣୀଙ୍କ ଦେହରେ ଏହି ସମୟରେ ଟିଙ୍କ ଅଧିକ ହୋଇଥାଏ , ଯାହା ଅସୁବିଧା ସୃଷ୍ଟି କରାଏ । ତେବେ ଏହି ଋତୁରେ କିପରି ଗୃହପାଳିତ ପଶୁଙ୍କ ଯତ୍ନ ନେବେ ଆସନ୍ତୁ ଜାଣିବା..

– ପ୍ରାଣୀଙ୍କୁ ସୁସ୍ଥ ରଖିବାକୁ ହେଲେ ସକାଳର କଅଁଳ ଖରାରେ ବାନ୍ଧି ପାରିବେ । ଏହି ଋତୁରେ ଖୋଲା ସ୍ଥାନରେ ବାନ୍ଧନ୍ତୁନି । ଏହାଦ୍ବାରା ଜ୍ବରରେ ପଡନ୍ତି ପଶୁ । ଜ୍ବର ହେଲେ ଘୁମେଇକି ରୁହନ୍ତି, ଖାଇବା କମ୍ ଖାଆନ୍ତି । ଏପରି ସମସ୍ୟା ଦେଖିଲେ ପଶୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

– ସବୁଜ ଖାଦ୍ୟ ଖାଇଲେ ଗାଈ , ମଇଁଷି , ଛେଳିଙ୍କ ରୋଗପ୍ରତିରୋଧକ ଶକ୍ତି ବଢିଥାଏ । ଖାଦ୍ୟ ସହିତ ଧାତବ ଲବଣ ବା ମିନେରାଲ ମିକ୍ସର ଦେବାକୁ ଭୁଲନ୍ତୁ ନାହିଁ ।

– ଖାଦ୍ୟପେୟରେ ପରିବର୍ତ୍ତନ ହଠାତ୍ କରନ୍ତୁ ନାହିଁ ଗାଈ , ମଇଁଷି ଦେଉଥିବା କ୍ଷୀରର ପରିମାଣ ଅନୁସାରେ ଖାଦ୍ୟ ଦିଅନ୍ତୁ ।

-ଗୁହାଳ , ଗୃହପାଳିତ ପଶୁ ରହୁଥିବା ସ୍ଥାନକୁ ସଫାସୁତୁରା ଓ ଶୁଷ୍କ ରଖନ୍ତୁ ।

-ସେମାନଙ୍କ ରହିବା ସ୍ଥାନରେ ଝରକା / ଫାଙ୍କା ସ୍ଥାନରେ ଅଖା ଓ କମ୍ବଳରେ ଢାଙ୍କନ୍ତୁ ଯେପରି ଥଣ୍ଡା ପବନ ନପଶେ ।

-ଗୁହାଳରେ ସକାଳ ଓ ସନ୍ଧ୍ୟାରେ ଧୂଆଁ ଦିଅନ୍ତୁ, ଫଳରେ ମଶା/ ମାଛି/ କୀଟ ଓ ପତଙ୍ଗ ସେହି ସ୍ଥାନରେ ରହିବେ ନାହିଁ ।

 

Comments are closed.