Latest Odisha News

ବାସ୍ତୁ ଟିପ୍ସ: କର୍ପୂର ଆଳତି କଲେ ଘରକୁ ଆସେ ସୁଖଶାନ୍ତି

ଭୁବନେଶ୍ବର: ଆମର ହିନ୍ଦୁଧର୍ମରେ ପୂଜାବେଳେ କର୍ପୂର ଆଳତି କରାଯାଏ । ଘରେ ହେଉ ବା ମନ୍ଦିରରେ ଆମେ କର୍ପୂର ଆଳତି କରୁ । ବାସ୍ତୁ ଶାସ୍ତ୍ର ହିସାବରେ କର୍ପୂର ଜଳାଇବା ଦ୍ୱାରା ଘରୁ ସକାରାତ୍ମକ ପ୍ରଭାବ ଘରେ ପଡିଥାଏ । ଆସନ୍ତୁ ଜାଣିବା କର୍ପୂର ଆଳତି ଦ୍ବାରା କଣ ଲାଭ ମିଳେ..

-କର୍ପୂର ଆଳତି କରି ଘରର ସବୁ ସ୍ଥାନରେ ବୁଲାଇବା ଉଚିତ୍। ଏହାଫଳରେ ଘରୁ ଦାରିଦ୍ର୍ୟ ଦୂର ହୋଇଥାଏ ।

-କର୍ପୂର ଆଳତି କରିବା ଦ୍ୱାରା ପିତୃଦୋଷ ମଧ୍ୟ ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।

-କର୍ପୂରରୁ ବାହାରୁଥିବା ସୁଗନ୍ଧ ମନକୁ ଶାନ୍ତ ରଖିବା ସହ ଘରେ ଥିବା ଜୀବାଣୁକୁ ମଧ୍ୟ ନଷ୍ଟ କରେ । କର୍ପୂର ତେଲ ପାଣିରେ ପକାଇ ସ୍ନାନ କଲେ ଦେହ ପାଇଁ ଭଲ ।

-ପ୍ରତିଦିନ ସକାଳେ ସନ୍ଧ୍ୟାରେ କର୍ପୂର ଜାଳି ଆଳତି କଲେ ଘରେ ସୁଖଶାନ୍ତିର ବାତାବରଣ ରହିଥାଏ। ଘରୁ ନକାରାତ୍ମକ ଶକ୍ତିରୁ ଦୂରେଇ ରଖିଥାଏ । ଏଥିସହ ଘରର ସବୁ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।

– କର୍ପୂର ଆଳତି କଲେ ଘରର ସଦସ୍ୟଙ୍କ ଆଳସ୍ୟପଣ ମଧ୍ୟ ଦୂର କରି ସମସ୍ତ ସଦସ୍ୟଙ୍କ ମନ ନିର୍ମଳ ରଖେ ।

-ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ତେବେ ଆପଣ ପ୍ରତିଦିନ ଗୋଲାପ ଫୁଲ ଉପରେ କର୍ପୂର ରଖି ମା’ ଦୁର୍ଗାଙ୍କ ଆଳତି କରନ୍ତୁ। ଏଥିସହ ସୂର୍ଯ୍ୟାସ୍ତ ସମୟରେ କର୍ପୂର ଦୀପ ଲଗାଇ ଘର ଚାରିଆଡେ ବୁଲାଇବା ସହ ମା’ ଲକ୍ଷ୍ମୀଙ୍କ ଆଳତି କରି ପୂଜା ସ୍ଥାନରେ ରଖନ୍ତୁ । ଦେଖିବେ ଧୀରେ ଧୀରେ ଆପଣଙ୍କ ସମସ୍ୟା ଦୂର ହେବାରେ ଲାଗିବ ।

– ଘରେ କାହାର ଭଲ ସମୟ ଚାଲୁ ନ ଥିଲେ ଓ ଆର୍ଥିକ ସମସ୍ୟା ଦେଖା ଦେଉଥିଲେ ରୂପାର ଏକ ଥାଳିରେ ପ୍ରତିଦିନ ଲବଙ୍ଗ ଓ କର୍ପୂର ଜଳାନ୍ତୁ।

Comments are closed.