Latest Odisha News

BREAKING NEWS

୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ଜିତି ରେକର୍ଡ କଲା ଅଷ୍ଟ୍ରେଲିଆ, ଫାଇନାଲରେ ଏଣ୍ଟ୍ରି

ସିଡନୀ: ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ଜିତିବାର ରେକର୍ଡ କଲା ଅଷ୍ଟ୍ରେଲିଆ। ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍‌ ସିଡ୍‌ନୀରେ ଖେଳା ଯାଇଛି। ତେବେ ଏହି ଅନ୍ତିମ ଟେଷ୍ଟ ମ୍ୟାଚକୁ ୬ ୱିକେଟରେ ଜିତିବା ସହ ବର୍ଡର-ଗାଭାସ୍କର ଟ୍ରଫିକୁ ୩-୧ରେ ଜିତି ନେଇଛି ଅଷ୍ଟ୍ରେଲିଆ।

ତୃତୀୟ ଦିନରେ ବିଜୟ ପାଇଁ ୧୬୨ ରନ ଆବଶ୍ୟକ ଥିବା ବେଳେ ଘରୋଇ ଦଳ ୪ ୱିକେଟ ହରାଇ ହାସଲ କରି ନେଇଥିଲା। ଏହା ସହିତ ୧୦ ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ଜିତିବାର ରେକର୍ଡ କରିଛି। ଭାରତ ପ୍ରଥମ ଇନିଂସରେ ୧୮୫ ରନ କରିଥିବା ବେଳେ ଅଷ୍ଟ୍ରେଲିଆ ୧୮୧ ରନରେ ଅଲଆଉଟ ହୋଇଥିଲା। ଦ୍ବିତୀୟ ଇନିଂସରେ ଭାରତ ଆଉଥରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୫୭ ରନରେ ଅଲଆଉଟ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ୨୭ ଓଭରରେ ୪ ୱିକେଟ ହରାଇ ୧୬୨ ରନ ସ୍କୋର କରିଥିଲା।

ଏହି ବିଜୟ ସହିତ କଙ୍ଗାରୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ଫାଇନାଲରେ ଏଣ୍ଟ୍ରି କରିଛି। ବର୍ତ୍ତମାନ ଅଷ୍ଟ୍ରେଲିଆ WTC ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଭାରତୀୟ ଟିମ୍‌ ଲଗାତାର ଦୁଇଟି ଫାଇନାଲ ଖେଳିଥିଲା। ଯେଉଁଠାରେ ପ୍ରଥମେ ନ୍ୟୁଜିଲାଣ୍ଡ ଏବଂ ପରେ ଅଷ୍ଟ୍ରେଲିଆକୁ ହରାଇଥିଲା। ବର୍ତ୍ତମାନ ତୃତୀୟ ଥର ପାଇଁ WTC ଫାଇନାଲରେ ପହଞ୍ଚିବାର ସ୍ବପ୍ନ ଟିମ୍‌ ଇଣ୍ଡିଆର ଭାଙ୍ଗି ଯାଇଛି।

Comments are closed.