ପୁରୀ:ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ । ନାଟମଣ୍ଡପ ଭିତରେ ଭକ୍ତ ଶୃଙ୍ଖଳିତ ଭାବେ ପ୍ରବେଶ କରି ଶ୍ରୀଜୀଉଙ୍କୁ ସୁବିଧାରେ ଦର୍ଶନ ପାଇଁ ୬ ଥାକିଆ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଏନେଇ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ସେ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।
ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। ରତ୍ନଭଣ୍ଡାର ମରାମତି ସମ୍ପୂର୍ଣ୍ଣ ହେବା ମାତ୍ରେ ପରବର୍ତ୍ତୀ ସପ୍ତାହ ଠାରୁ ଗଣିତ କରାଯିବ ବୋଲି ମଧ୍ୟ ସେ କହିଛନ୍ତି । ଏଥିସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ନୂତନ ପ୍ରକଳ୍ପ ଯୋଡି ହେବ । ନୂଆ ନକ୍ସାରେ ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ, ଅନ୍ନ ଯଜ୍ଞ, ମଣ୍ଡପ ରହିବ ।
ଅନ୍ନ ଯଜ୍ଞ ମାଧ୍ୟମରେ ବିନାମୂଲ୍ୟରେ ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ଦିଆଯିବ ଓ ଏଥିସହ ସ୍ବଳ୍ପମୂଲ୍ୟରେ ପ୍ରସାଦ ବିକ୍ରି ପାଇଁ ପ୍ରସ୍ତାବ ରହିଛି ଓ ଏଥିପାଇଁ ଖୁବଶୀଘ୍ର କଲଚରାଲ ଆଡଭାଇଜରୀ କମିଟି ଗଠନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।