Latest Odisha News

BREAKING NEWS

ରାତିରେ ଶୋଇବା ପୂର୍ବରୁ କାହିଁକି ପିଆଯାଏ କ୍ଷୀର, ଜାଣନ୍ତୁ ଏହାର ଫାଇଦା..

ଆମେ ସମସ୍ତେ ଜାଣୁ ଯେ କ୍ଷୀର ସେବନ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ। କିନ୍ତୁ ଏହାକୁ ଆପଣ କେଉଁ ସମୟରେ ବ୍ୟବହାର କରୁଛନ୍ତି ତାହା ଉପରେ ନିର୍ଭର କରେ। କାରଣ ଠିକ୍ ସମୟରେ କ୍ଷୀର ପିଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। କ୍ଷୀର ଅତ୍ୟଧିକ ପୁଷ୍ଟିକର। କ୍ଷୀରରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ଲୁହା, ଜିଙ୍କ୍ ଭଳି ଖଣିଜ ପଦାର୍ଥ ବ୍ୟତୀତ ଭିଟାମିନ ବି୧୨, ଭିଟାମିନ ଡି ଏବଂ ପ୍ରୋଟିନ ମଧ୍ୟ ମିଳିଥାଏ। କେବଳ ଏତିକି ନୁହେଁ, କ୍ଷୀରରେ ଅନେକ ପ୍ରକାରର ଆମିନୋ ଏସିଡ୍ ମଧ୍ୟ ଥାଏ। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବା ଶରୀରକୁ ଅନେକ ଲାଭ ଦେଇଥାଏ। ତେବେ ଆସନ୍ତୁ ଜାଣିବା ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବାର ଲାଭ।

ଏହାର ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ଯୋଗୁଁ ଥଣ୍ଡା ଚିକିତ୍ସା ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଘରୋଇ ଉପଚାର ଭାବରେ କ୍ଷୀରକୁ ବ୍ୟବହାର କରାଯାଏ। ନିଦ୍ରାହୀନତା ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକଙ୍କୁ ଶୋଇବା ପୂର୍ବରୁ କ୍ଷୀର ପିଇବାକୁ ମଧ୍ୟ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଶୋଇବା ପୂର୍ବରୁ କ୍ଷୀର ପିଇଲେ ସୁଖନିଦ୍ରା ଆସିବା ସହ ବିଭିନ୍ନ ଚାପରୁ ମୁକ୍ତି ମିଳେ।

ମଣିଷ ଏବଂ ପଶୁମାନଙ୍କର ଉପରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ପନିର ଏବଂ କ୍ଷୀର ପରି ଯେକୌଣସି ଦୁଗ୍ଧଜାତ ଦ୍ରବ୍ୟ ଶୋଇବା ଉପରେ କିଛି ସକାରାତ୍ମକ ପ୍ରଭାବ ପକାଇଥାଏ। ଶୋଇବା ପୂର୍ବରୁ କ୍ଷୀର ପିଉଥିବା ଲୋକମାନେ ରାତିରେ ଶାନ୍ତିରେ ଶୋଇପାରନ୍ତି। ଗବେଷଣା ଅନୁଯାୟୀ, କ୍ଷୀରରେ ଟ୍ରାଇପ୍‌ଟୋଫାନ ସେରୋଟୋନିନ୍‌ ଏବଂ ମେଲାଟୋନିନ୍‌ ଥାଏ, ଯାହା ସୁନିଦ୍ରା ଆଣିଥାଏ। ଖାଲି ଏତିକି ନୁହେଁ, ଟ୍ରାଇଟୋଫାନ୍‌ ସେରୋଟୋନିନ ନାମକ ଏକ ନ୍ୟୁରୋଟ୍ରାନ୍ସମିଟର ଉତ୍ପାଦନରେ ସାହାଯ୍ୟ କରେ, ଯାହା ମନୋବଳକୁ ସୁଦୃଢ଼ କରିବା ସହ ଆରାମ ଦେଇଥାଏ। ସେହିପରି ମେଲାଟୋନିନ୍‌ ବିଭିନ୍ନ ରୋଗ ସହ ମୁକାବିଲା କରିଥାଏ।

 

Leave A Reply

Your email address will not be published.