Latest Odisha News

BREAKING NEWS

ଦିଲ୍ଲୀ ନିର୍ବାଚନ ପାଇଁ ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତାଲିକା, କରାୱଲ ଆସନରୁ ଲଢିବେ କପିଲ୍ ମିଶ୍ର

ନୂଆଦିଲ୍ଲୀ: ବିଜେପି ଜାରି କରିଛି ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଜାରି କରିଛି। ଏହି ତାଲିକାରେ ୨୯ ଜଣଙ୍କ ନାଁ ଘୋଷଣା କରାଯାଇଛି । କରାୱଲ ନଗର ଆସନରୁ କପିଲ୍ ମିଶ୍ରଙ୍କୁ ମିଳିଛି ଟିକେଟ । ସେହିପରି ମୋତିନଗର ଆସନରୁ ହରିଶ ରାୱତଙ୍କୁ ଦଳ ପ୍ରାର୍ଥୀ ଭାବରେ ବାଛିଛି । ନିକଟରେ ଆପ୍ ଛାଡ଼ି ବିଜେପିରେ ସାମିଲ ହୋଇଥିବା ପ୍ରିୟଙ୍କା ଗୌତମଙ୍କୁ କୋଣ୍ଡଲି ଆସନରୁ ପ୍ରାର୍ଥୀ କରିଛି ଦଳ। ପ୍ରିୟଙ୍କା ଡିସେମ୍ୱର ୨୮ରେ ଆପ୍ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିଲ୍ଲୀ ବିଧାନସଭାର ବଳକା ଆସନରେ ପ୍ରାର୍ଥୀ ପାଇଁ ବିଜେପିର କେନ୍ଦ୍ରୀୟ ବୈଠକ କରିଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଏହା ପୂର୍ବରୁ ଜାନୁଆରୀ ୪ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଏଥିରେ ମଧ୍ୟ ଦଳ ୨୯ ଜଣ ପ୍ରାର୍ଥୀଙ୍କ ନାମ  ଘୋଷଣା କରିଥିଲା ।

Comments are closed.