Latest Odisha News

BREAKING NEWS

ଉପାସରେ ଶ୍ରୀଲିଙ୍ଗରାଜ, ବାହାରୁନି ନିର୍ଯାସ: ଆଇନ ମନ୍ତ୍ରୀ ଦେଲେ କଡା ଚେତାବନୀ…

ଭୁବନେଶ୍ବର: ମହାପ୍ରଭୁଙ୍କ ଉପରେ ଦାଉ ସାଧିଛନ୍ତି ସେବାୟତ । ୩ ଦିନ ହେଲାଣି ଉପାସ ପକାଇଛନ୍ତି, ତଥାପି ଟାଣ ଯାଇନି । ସେବାୟତ ବୈଠକ ସରିଲାଣି, ସରକାରଙ୍କ ହସ୍ତକ୍ଷେପ ପରେ ଆଇନ ମନ୍ତ୍ରୀଙ୍କ ସାଙ୍ଗରେ ମଧ୍ୟ ଆଲୋଚନା ହୋଇସାରିଲାଣି । ହେଲେ କଥା ଯୋଉଠି ସେଇଠି । ନା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ହେଉଛି, ନା ଭୋଗ ଲାଗୁଛି । ଯାହାକୁ ନେଇ ଏବେ ଚାରିଆଡେ ଅସନ୍ତୋଷ ଦେଖାଯାଇଛି ।

ସେପଟେ ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତ ବିବାଦକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏକ ଛୋଟ ଘଟଣାକୁ ନେଇ ମହାପ୍ରଭୁଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ମନ୍ତ୍ରୀ ।  ଏନେଇ ବୈଠକରେ ଅନେକ କଥା ନେଇ ତଜର୍ମା କରାଯାଇଥିବା ବେଳେ ଏନେଇ ଟ୍ରଷ୍ଟ ବୋର୍ଡର ଏକ ଜରୁରକାଳୀନ ବୈଠକ ଅପରାହ୍ନରେ ଡକାଯାଇଛି  । ଟ୍ରଷ୍ଟ ବୋର୍ଡ ସମସ୍ତ ସେବାୟତ ବନ୍ଧୁଙ୍କୁ ତୁରନ୍ତ ସେବା ପୂଜା ଆରମ୍ଭ କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି ଆଇନ ମନ୍ତ୍ରୀ । କୌଣସି ସମୟରେ ଆଯୌତିକ କଥା ପାଇଁ ନୀତିକନ୍ତି ବନ୍ଦ ନହୁଏ ସେଥିପାଇଁ ଟ୍ରଷ୍ଟ ବୋର୍ଡ ଏକ ଦୃଢ଼ ନିଷ୍ପତି ନେବେ ।

ଏଥିସୖହିତ ମନ୍ତ୍ରୀ ଏହା ବି କହିଛନ୍ତି ଯେ, ଶ୍ରୀଲିଙ୍ଗରାଜଙ୍କ ସେବା ପୂଜାର ସତ୍ଵଲିପିର ଆଇନଗତ ଦିଗରେ ସମସ୍ୟା ରହିଛି । ଏଥିରେ ସୁଧାର ଆଣି ଖୁବ୍ ଶୀଘ୍ର ସରକାର ଏଥିପାଇଁ ବ୍ୟବସ୍ଥା କରିବେ । ଏଥିପାଇଁ ଅବସର ପ୍ରାପ୍ତ ହାଇକୋର୍ଟ ଜଜଙ୍କ ଅଧ୍ୟକ୍ଷତାରେ ଏକ ଏକକ ସଦସ୍ୟ ବିଶିଷ୍ଟ କମିଶନ ସ୍ଥାପନ କରାଯିବ । ଏହାପରେ ବିଭିନ୍ନ ନିଯୋଗ ସହ ଆଲୋଚନା ହେବ । ସେମାନଙ୍କ ଠାରୁ ତଥ୍ୟ ସଂଗ୍ରହ ସହ ଯାହା ତଥ୍ୟ ପୂର୍ବରୁ ଅଛି ତର୍ଜମା କରାଯିବା ପରେ, କିଏ କେଉଁ ସେବା କରୁଥିଲେ ତାକୁ ନେଇ ୨ ମାସ ଭିତରେ ସମ୍ପୂର୍ଣ ଡ୍ରାଫ୍ଟ ବା ଆଡଭାଇଜରି ଜାରି କରାଯିବ  । ରେକର୍ଡ ଅଫ୍ ରାଇଟ ଲାଗୁ କରିବା ପାଇଁ ଯେଉଁ ପ୍ରକ୍ରିୟା ତାହା ଦେବତ୍ତର ବିଭାଗ ଦେଖିବ । ଏହା ଲାଗୁ ହେବା ପରେ ସତ୍ୱାଲିପି ନେଇ ସେବାୟତ ଗୋଷ୍ଠୀ ଭିତରେ ଆଗାମୀ ଦିନରେ ସମସ୍ୟା ରହିବ ନାହିଁ । ଏତିପାଇଁ ଆମେ ସ୍ଥାୟୀ ସମାଧାନ ପାଇଁ ଚେଷ୍ଟା କରୁଛୁ ବୋଲି ମତ ରଖିଛନ୍ତି ମନ୍ତ୍ରୀ ।

ଏଥିସହିତ ସେବାୟତୀଙ୍କୁ ମନ୍ତ୍ରୀ ଚେତାବନୀ ବି ଦେଇଛନ୍ତି କି ଯେ, ବିବାଦ ଆଳରେ ପୂଚା ବନ୍ଦ କରନ୍ତୁ ନାହିଁ, ନିଜର ଅସୁବିଧା ନେଇ ଟ୍ରଷ୍ଟ ବୋର୍ଡକୁ ଜଣାନ୍ତୁ ।  କିନ୍ତୁ ସେଇ ଆଳରେ ସେବାପୂଜା ବନ୍ଦ କରିବାକୁ ସରକାର ଗ୍ରହଣ କରିବେନାହିଁ । ଏଥିରେ ଦରକାର ପଡିଲେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ । ଆଜିଠାରୁ ସତ୍ବଳିପି ର ପୁନାର୍ବିନ୍ୟାସ ନ ହେବା ଯାଏଁ ସେବା ପୂଜାରେ ଯେପରି କୌଣସି ବ୍ୟାଘାତ ନ ହୁଏ, ଏଥିପାଇଁ ସରକାର ଅନୁରୋଧ ସହ ଚେତାବନୀ ଦେଉଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ । ଏଥିସହିତ ମନ୍ତ୍ରୀ ବିଜେଡିକୁ ମଧ୍ୟ ତେରଛା ଆକ୍ରମଣ କରିଛନ୍ତି । ଏଥିରେ କିଛି ବ୍ୟକ୍ତି ନିଜର ରାଜନୀତିକ ରୁଟି ନ ସେକନ୍ତୁ ବୋଲି କହି ତାଗିତ୍ କରିଛନ୍ତି ।

Leave A Reply

Your email address will not be published.