Latest Odisha News

BREAKING NEWS

କୁମ୍ଭମେଳାକୁ ନେଇ ଷ୍ଟିଭ୍ ଜବ୍ସଙ୍କ ୫୦ ବର୍ଷ ପୁରୁଣା ଚିଠି: ୪ କୋଟିରେ ନିଲାମ

ପ୍ରୟାଗରାଜ: ଏବେ ଦେଶବିଦେଶରୁ ପ୍ରୟାଗରାଜ ତ୍ରିବେଣୀ ସଙ୍ଗମକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ୧୪୪ ବର୍ଷ ପରେ ୨୦୨୫ରେ ପଡିଛି ମହାକୁମ୍ଭର ଯୋଗ । ଏହାର ପୂର୍ଣ୍ଣ୍ୟ ନେବା ପାଇଁ କାହିଁ କେତେ ଆଡୁ ସାଧୁ, ସନ୍ଥ, ଆଧ୍ୟାତ୍ମିକ ଚେତନାବାଦୀମାନେ ତ୍ରବେଣୀ ସଙ୍ଗମ କୂଳରେ ନିଜର ଡେରା ପକାଇଛନ୍ତି । ମହାକୁମ୍ଭର ପ୍ରଥମ ଅମୃତ ଶାହି ସ୍ନାନରେ ପ୍ରାୟ ୩ କୋଟିରୁ ଅଧିକ ଲୋକଙ୍କ ସମାବେଗ ଦେଖିବାକୁ ମିଳିଥିଲା । ଏଥିରେ ଆପଲର ସ୍ୱର୍ଗତ ସହ-ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସଙ୍କ ପତ୍ନୀ ଲରେନ୍ ପାୱେଲ୍ ଜବସ୍ ମଧ୍ୟ ସାଧ୍ବୀ ଭାବରେ ମହାକୁମ୍ଭରେ ପହଞ୍ଚିଛନ୍ତି । ଏହାରି ଭିତରେ କୁମ୍ଭ ସମ୍ପର୍କରେ ତାଙ୍କ ସ୍ୱାମୀ ଷ୍ଟିଭ୍ ଜବସ୍ ୫୦ ବର୍ଷ ପୂର୍ବେ ଲେଖିଥିବା ଚିଠି ଏବେ ଚର୍ଚ୍ଚାରେ ରହିଛି । କାରଣ ସାହି ଚିଠି ଏବେ ନିଲାମ ହୋଇଥିବା ବେଲେ ଏହାର ମୂଲ୍ୟ ଆପଣଙ୍କ ହୋସ୍ ଉଡାଇଦେବ ।

୫୦ ବର୍ଷର ସେ ପୁରୁଣା ଷ୍ଟିଭ୍ ଜବସଙ୍କ ହାତ ଲେଖା ଚିଠି ଏବେ ୪.୩୨ କୋଟିରେ ନିଲାମ ହୋଇଛି । ଆପଲର ସହ-ପ୍ରତିଷ୍ଠାତା ସ୍ୱର୍ଗତ ଷ୍ଟିଭ୍ ଜବସ୍ ୧୯୭୪ ମସିହାରେ, ତାଙ୍କ ୧୯ତମ ଜନ୍ମଦିନର ଠିକ୍ ପୂର୍ବରୁ କୁମ୍ଭ ବିଷୟରେ ଏକ ଚିଠି ଲେଖିଥିଲେ । ଏହି ହାତଲେଖା ଚିଠିଟି ପଢିଲେ ଷ୍ଟିଭ୍ ଜବସଙ୍କ ଭାରତ ଏବଂ ଆଧ୍ୟାତ୍ମିକତା ପ୍ରତି ଥିବା ଆଗ୍ରହକୁ ସଂପୂର୍ଣ୍ଣ ବାରି ହେଉଥିଲା । ଏଥିରେ ସେ ତାଙ୍କର ଭାବନା ଏବଂ ଭାରତରେ କୁମ୍ଭମେଳା ପରିଦର୍ଶନ କରିବାର ଯୋଜନା ବିଷୟରେ ଆଲୋକପାତ କରିଥିଲେ । ରିପୋର୍ଟ ଅନୁସାରେ, ସେ ଏହି ଚିଠିଟି ତାଙ୍କ ପିଲାଦିନର ବନ୍ଧୁ ଟିମ୍ ବ୍ରାଉନଙ୍କୁ ପାଖକୁ ପଠାଇଥିଲେ ।

ହେଲେ ଷ୍ଟିଭ୍ ଜବସ୍ ଙ୍କ ଦ୍ବାରା ଲେଖାଯାଇଥିବା ସର୍ବପ୍ରତମ ଚିଠି, ତାହା ପୁଣି ହାତଲେଖା, ଏବେ ତାହା ନିଲାମ କରାଯାଇଥିବା ବେଳେ ଏହା କୋଟି କୋଟିରେ ବିକ୍ରି ହୋଇଛି । ଏହାକୁ କିଣିଥିବା ବ୍ୟକ୍ତିଟି ଏହି ଚିଠିକୁ ୫୦୦ ହଜାର ୩୧୨ ଡଲାରରେ କିଣିଛି ।

ତେବେ ରିପୋର୍ଟ ଅନୁଯାୟୀ, ଏହି ଚିଠିରେ ଷ୍ଟିଭ୍ ଜବସ୍ ଲେଖିଥିଲେ, ‘ମୁଁ ଏପ୍ରିଲରେ ଭାରତରେ ଆରମ୍ଭ ହେବାକୁ ଥିବା କୁମ୍ଭମେଳା ପାଇଁ ଭାରତ ଯିବାକୁ ଚାହୁଁଛି, ଏଥିପାଇଁ ମୁଁ ମାର୍ଚ୍ଚ ମାସରେ ଯେକୌଣସି ସମୟରେ ଆସିବି, କିନ୍ତୁ ଏହା ନିଶ୍ଚିତ ହୋଇନାହିଁ । ଏଥିସହିତ ସେ ତାଙ୍କ ଚିଠିର ଶେଷରେ ‘ଶାନ୍ତି’ ବୋଲି ଲେଖିଥିଲେ । ଯାହା ହିନ୍ଦୁ ଧର୍ମ ପ୍ରତି ତାଙ୍କର ଆଧ୍ୟାତ୍ମିକ ଆଗ୍ରହକୁ ପ୍ରତିଫଳିତ କରିଥିଲା ।

ତେବେ ୧୯୭୪ ମସିହାରେ ଭାରତ ଗସ୍ତରେ ଆସିଥିଲେ ଷ୍ଟିଭ୍ ଜବସ୍ । ପ୍ରଥମେ ଉତ୍ତରାଖଣ୍ଡର ନିମ କରୋଲି ବାବାଙ୍କ ଆଶ୍ରମ ପରିଦର୍ଶନ କରିଥିଲେ, ଏହାପରେ କୈଞ୍ଚି ଧାମରେ ​​ରହିଥିଲେ । ସେତେବେଳେ ଷ୍ଟିଭ୍ ଜବସ୍ ଭାରତରେ ପ୍ରାୟ ୭ ମାସ ବିତାଇଥିଲେ ଏବଂ ଭାରତୀୟ ସଂସ୍କୃତିକୁ ଅତି ନିକଟରୁ ବୁଝିବାକୁ ଚେଷ୍ଟା କରିଥିଲେ ।

ତେବେ କହିରଖୁଛୁ, ସ୍ବାମୀ ଷ୍ଟିଭ୍ ଜବସଙ୍କ ବିୟୋଗ ପରେ ନୀରଞ୍ଜନ ଆଖଡାର ଆଚାର୍ଯ୍ୟ କୈଳାଶନନ୍ଦ ଗିରି ମହାରାଜଙ୍କ ଶୀଷ୍ୟତ୍ବ ଗ୍ରହଣ କରିଛନ୍ତି । ଲରେନ୍‌ ପାଓ୍ୱେଲଙ୍କୁ ଆଧ୍ୟାତ୍ମିକ ନିବିଡ଼ତାର ପ୍ରତୀକ ଭାବେ ମହାରାଜ ତାଙ୍କ ନାଁ କମଳା ଦେଇଥିଲେ । ମହାକୁମ୍ଭ ମେଳାରେ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ସଙ୍ଗମସ୍ଥଳ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଥିଲେ ଲରେନ୍ ।  ଏଥିପାଇଁ ଲରେନ୍‌ ଗତ ଶନିବାର ରାତିରେ ଏକ ୪୦ ଜଣିଆ ଦଳ ସହିତ ଆମେରିକାରୁ ଆସିଛନ୍ତି । ଏବେ ସେମାନେ ସମସ୍ତେ କୁମ୍ଭମେଳାରେ ଅତିଥିଙ୍କ ପାଇଁ ତିଆରି ହୋଇଥିବା ଆଧ୍ୟାତ୍ମିକ ଶିବିରରେ ଅଛନ୍ତି ।

Leave A Reply

Your email address will not be published.