Latest Odisha News

BREAKING NEWS

ଏପରି ଜାଣନ୍ତୁ କ୍ୟୁଆର କୋଡ୍ ଅସଲି ନା ନକଲି..

ଭୁବନେଶ୍ବର:  କୋରୋନା ପର ଠାରୁ ଡିଜିଟାଲ ମାଧ୍ୟମରେ ପେମେଣ୍ଟ ପ୍ରକ୍ରିୟା ଭାରତରେ ବଢିଚାଲିଛି। ପ୍ରତ୍ୟେକ ଛୋଟ ଏବଂ ବଡ ଦୋକାନରେ ପେମେଣ୍ଟ ପାଇଁ କ୍ୟୁଆର (QR) କୋଡ୍ ବ୍ୟବହାର କରାଯାଉଛି । ଏହା ଏକ ଅତି ସହଜ ପ୍ରକ୍ରିୟା । ଯେଉଁଥିରେ ଫୋନ୍ ପେ, ଗୁଗଲ୍ ପେ ଏବଂ ପେଟିଏମ୍ ପରି କୌଣସି ପେମେଣ୍ଟ୍ ଆପ୍ ସାହାଯ୍ୟରେ ଅନଲାଇନ୍ ପେମେଣ୍ଟ କରାଯାଇପାରିବ । କିନ୍ତୁ ଆଜିକାଲି ଠକ ଲୋକମାନେ ଅସଲି କ୍ୟୁଆର୍ କୋଡ୍ କୁ ବଦଳାଇ ନକଲି କ୍ୟୁଆର କୋଡ୍ ରଖିଦେଉଛନ୍ତି । ପେମେଣ୍ଟ ସ୍କାମରଙ୍କ ଆକାଉଣ୍ଟରେ ସିଧାସଳଖ ପଳାଉଛି । ତେଣୁ ଆସନ୍ତୁ ଜାଣିବା
କିପରି ଅସଲି ଏବଂ ନକଲି କ୍ୟୁଆର କୋଡ୍ ମଧ୍ୟରେ ପ୍ରଭେଦ ଜାଣି ପାରିବେ ।

ବାସ୍ତବରେ, ନକଲି କ୍ୟୁଆର କୋଡ୍ କୁ ଦେଖି ଜାଣିପାରିବେ ନାହିଁ ଏହା ନକଲି ବୋଲି । କାରଣ ପ୍ରତ୍ୟେକ କ୍ୟୁଆର କୋଡ୍ ସମାନ ଦେଖାଯାଏ । କିନ୍ତୁ ଯଦି ଆପଣ କିଛି ଜିନିଷ ପ୍ରତି ସତର୍କ ରହିବେ, ତେବେ ଠକାମିରୁ ବଞ୍ଚିପାରିବେ ।

-ରିସିଭର କ୍ୟୁଆର କୋଡ୍ ମାଧ୍ୟମରେ ପେମେଣ୍ଟ ଗ୍ରହଣ କରିବାକୁ ସାଉଣ୍ଡ ବକ୍ସ ବ୍ୟବହାର କରନ୍ତୁ, ଯାହା ଦ୍ବାରା ଯଦି କେହି ନକଲି QR କୋଡ୍ ଉପରେ ସ୍କାନ କରନ୍ତି, ତେବେ ଏହାକୁ ଠିକ ସମୟରେ ଜାଣିପାରିବେ ।

– ଯଦି ଆପଣ କ୍ୟୁଆର କୋଡ୍ ସ୍କାନ୍ କରି ପେମେଣ୍ଟ୍ କରୁଛନ୍ତି, ତେବେ କ୍ୟୁଆର ସ୍କାନ୍ କରିବା ପରେ ଦୋକାନ କିମ୍ବା ମାଲିକଙ୍କ ନାମ ଯାଞ୍ଚ କରନ୍ତୁ । ପେମେଣ୍ଟ୍ ଦେବା ପୂର୍ବରୁ, ଉପଭୋକ୍ତା ଯାଞ୍ଚ କରିବା ଉଚିତ ଯେ ପେମେଣ୍ଟ କାହା ଆକାଉଣ୍ଟକୁ ଯିବ, କାରଣ ଯେତେବେଳେ ଆପଣ କ୍ୟୁଆର କୋଡ୍ ସ୍କାନ୍ କରନ୍ତି, ଏଥିରେ ମାଲିକଙ୍କ ନାମ ଦେଖାଯାଏ । ଯଦି ଦୋକାନ କିମ୍ବା ବ୍ୟକ୍ତିର ନାମ ଭୁଲ ଦେଖାଯାଏ, ତେବେ ପେମେଣ୍ଟ ଦେବା ଉଚିତ୍ ନୁହେଁ ।

-ଯଦି ଆପଣଙ୍କୁ କ୍ୟୁଆର୍ କୋଡ୍ ସ୍କାନରକୁ ନେଇ ସନ୍ଦେହଜନକ ମନେ କରନ୍ତି, ତେବେ ଆପଣ ଗୁଗୁଲ୍ ଲେନ୍ସ ସହିତ କ୍ୟୁଆର୍ କୋଡ୍ ସ୍କାନ୍ କରିବା ଉଚିତ୍ । ଏହି ଉପାୟରେ ଆପଣ ଜାଣିପାରିବେ ୟୁଆରଏଲ୍ କେଉଁଠାରେ ରିଡାୟରେକ୍ଟ ହେଉଛି ।

-ଟଙ୍କା ପାଇବା ପାଇଁ କ୍ୟୁଆର କୋଡ୍ ବ୍ୟବହାର କରାଯିବା ଉଚିତ୍ ନୁହେଁ । ଯଦି ଆପଣ କାହାଠାରୁ ଟଙ୍କା ନେବାକୁ ଚାହୁଁଛନ୍ତି, ତେବେ କ୍ୟୁଆର କୋଡ୍ ସ୍କାନ୍ କରିବାର କୌଣସି ଆବଶ୍ୟକତା ନାହିଁ । ଏହା ଠକାମୀର କାରଣ ହୋଇପାରେ ।

Leave A Reply

Your email address will not be published.