Latest Odisha News

BREAKING NEWS

ପାରାଗ୍ଲାଇଡିଂ ବେଳେ ଅଘଟଣ, ପର୍ଯ୍ୟଟକ ଓ ପ୍ରଶିକ୍ଷକ ମୃତ

ପାନାଜୀ: ଉତ୍ତର ଗୋଆରେ ପାରାଗ୍ଲାଇଡିଂ କରୁଥିବା ସମୟରେ ଘାଟିରେ ପଡ଼ି ଜଣେ ମହିଳା ପର୍ଯ୍ୟଟକ ଏବଂ ପ୍ରଶିକ୍ଷକଙ୍କ ମୃତ୍ୟୁ ହୋଇଛି। ପୋଲିସ ପକ୍ଷରୁ ଏନେଇ ସୂଚନା ମିଳିଛି।

ଜଣେ ଅଧିକାରୀ କହିଛନ୍ତି ଯେ ଶନିବାର ସନ୍ଧ୍ୟା ପ୍ରାୟ ୫ଟାରେ କେରି ଗାଁରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ପୁଣେର ବାସିନ୍ଦା ଶିବାନୀ ଡେବଲେ ଏବଂ ତାଙ୍କ ପ୍ରଶିକ୍ଷକ ସୁମନ ନେପାଳୀ (୨୬)ଙ୍କ ମୃତ୍ୟୁ ହୋଇଛି। ତେବେ ପ୍ରଶିକ୍ଷକ ଜଣକ ନେପାଳୀ ନାଗରିକ ବୋଲି ଜଣାପଡିଛି।

ଅପରପକ୍ଷରେ ଡେବଲ୍ ଯେଉଁ ‘ଆଡଭେଞ୍ଚର ସ୍ପୋର୍ଟସ୍ କମ୍ପାନୀ’ରୁ ‘ପାରାଗ୍ଲାଇଡିଂ’ ପାଇଁ ବୁକିଂ କରିଥିଲେ ତାହା ବେଆଇନ ଭାବରେ ପରିଚାଳିତ ହେଉଥିଲା ବୋଲି କୁହାଯାଉଛି।

ଘଟଣାକୁ ନେଇ କମ୍ପାନୀ ମାଲିକ ଶେଖର ରାଇଜାଦାଙ୍କ ବିରୋଧରେ ମାଣ୍ଡରେମ୍ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି।

 

Comments are closed.