Latest Odisha News

BREAKING NEWS

ଫେଲ୍ ମାରିଲା କଙ୍ଗନାଙ୍କ ‘ଏମରଜେନ୍ସି’: ୨ ଦିନରେ କଲା ମାତ୍ର ଏତିକି ରୋଜଗାର…

ମୁମ୍ବାଇ: ରିଲିଜ୍ ହୋଇଯାଇଛି କଙ୍ଗନାଙ୍କ ରାଜନୈତିକ ଡ୍ରାମା ଫିଲ୍ମ ‘ଏମରଜେନ୍ସି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ନେଇ ୭୦ ଦଶକରେ ଯେଉଁ ଜରୁରୀକାଳୀନ ପରସ୍ଥିତି ସୃଷ୍ଟି ହୋଇଥିଲା, ତାକୁ ନେଇ ପୂରା ସିନେମା । ଆଉ ସେତେବେଳେ ପୂରା ଭାରତରେ ଏମରଜେନ୍ସି ଲଗାଇବାରେ ସଫଳ ହୋଇଥିଲେ ଇନ୍ଦିରା । ହେଲେ ଦୁଇ ଦିନର ସିନେମାର ରୋଜଗାର ଦେଖି ଯାହା ଲାଗୁଛି, କଙ୍ଗନାଙ୍କ ଏମରଜେନ୍ସି କିନ୍ତୁ ଫେଲ୍ ମାରିଛି ।

ଅନେକ ବାଦବିବାଦ ଦେଇ ଶେଷରେ ସିନେମା ହଲକୁ ଆସିଥିବା ଏମରଜେନ୍ସି ପାଇଁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଥିଲେ । କିନ୍ତୁ ମୁକ୍ତିଲାଭ ପରେ, ଫିଲ୍ମଟି ଥିଏଟରରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ବିଫଳ ହୋଇଛି । ବକ୍ସ ଅଫିସରେ ଫିଲ୍ମ ବହୁତ ଧିମା ଚାଲିଛି ।୧୭ ତାରିଖରେ ରିଲିଜ ହୋଇଥିବା ଏହି ସିନେମା ତୃତୀୟ ଦିନରେ ବି ନିରାଶ କରିଛି । ଯାହାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି, ନିଜର ୬୦ କୋଟିର ବଜେଟ୍ କଲେକ୍ସନ କରିପାରିବ କି ନାହିଁ ?

ଶୁକ୍ରବାର ମୁକ୍ତିଲାଭର ପ୍ରଥମ ଦିନରେ ‘ଏମର୍ଜେନ୍ସି’ ମାତ୍ର ୨.୫୦ କୋଟି ଟଙ୍କା ରୋଜଗାର କରିଛି । ଏଥିସହି ଶନିବାରର କଲେକ୍ସନକୁ ମିଶାଇଲେ, ଫିଲ୍ମଟି ଦୁଇ ଦିନରେ ମାତ୍ର ୬ କୋଟି ଟଙ୍କା କଲେକ୍ସନ କରିଛି ।

Comments are closed.