Latest Odisha News

BREAKING NEWS

ସୈଫଙ୍କ ପୁଅ ଜେହକୁ ବନ୍ଧକ ବନାଇଥାନ୍ତା ଆକ୍ରମଣକାରୀ: ଘରୋଇ ସହାୟକ

ମୁମ୍ବାଇ: ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣାରେ ବାଂଲାଦେଶୀ ମହମ୍ମଦ ଶରିଫୁଲ ଇସଲାମ ଶହଜାଦ ଗିରଫ ହୋଇଛି। ପୋଲିସ ଏହି ମାମଲାରେ ଅଧିକ ଛାନଭିନ୍ ଚଳାଇଛି।

ଏହାରି ମଧ୍ୟରେ ଜଣାପଡିଛି ଯେ ଉକ୍ତ ବାଂଲାଦେଶୀ ଜଣକ ସୈଫଙ୍କ ପୁଅ ଜେହକୁ ବନ୍ଧକ ବନାଇଥାନ୍ତା। ତେବେ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସୈଫ୍ ଅଲ୍ଲୀ ଖାନଙ୍କ ସାନ ପୁଅ ଜେହକୁ ବନ୍ଧକ କରି ଟଙ୍କା ଦାବି କରିବାକୁ ମଧ୍ୟ ଯୋଜନା କରିଥିଲା। ଘରୋଇ ସହାୟକଙ୍କ କହିବାନୁସାରେ ଅଭିଯୁକ୍ତ ଜଣକ ଘରେ ପ୍ରବେଶ କରିବା ପରେ ପିଲାଙ୍କ କେୟାର ଟେକରଙ୍କୁ ପରିବାରର ସଦସ୍ୟ ଭାବି ତୁରନ୍ତ ୧ କୋଟି ଟଙ୍କା ଦାବି କରିଥିଲେ। ପରେ ପରିବାରର ସମସ୍ତ ଲୋକ ଉଠିପଡିବାରୁ ସେ ଭୟଭୀତ ହୋଇଯାଇଥିଲା।

ଅପରପକ୍ଷରେ ଅଭିଯୁକ୍ତ ଜଣକ ପୋଲିସକୁ କହିଛି ଯେ ସେ ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ କରିବାକୁ ଯୋଜନା କରିନଥିଲା। କିନ୍ତୁ ଅଭିନେତା ଏବଂ ପରିବାର ବର୍ଗ ଉଠିପଡିବାରୁ ସେ ଭୟଭୀତ ହୋଇଯାଇଥିଲା। ଯାହାଫଳରେ ସେ ଅଭିନେତାଙ୍କୁ ଛୁରାମାଡ଼ କରି ସେଠାରୁ ପଳାଇ ଯାଇଥିଲା। ତେବେ ତା’ର ଲକ୍ଷ୍ୟ ଥିଲା ବାଂଲାଦେଶ ଫେରିବା।

 

Comments are closed.