ପ୍ରୟାଗରାଜ: ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି ମହାକୁମ୍ଭ ମେଳା। ଫଟୋରେ ମହାକୁମ୍ଭ ମେଳାର ଭବ୍ୟ ଆଲୋକ ଓ ପ୍ରବଳ ଜନସମାଗମ, ଗଙ୍ଗା ନଦୀ କୂଳକୁ ଏକ ଚମତ୍କାର ଦୃଶ୍ୟରେ ପରିଣତ କରୁଛି । ପ୍ରୟାଗରାଜରେ ଦୀର୍ଘ ୧୪୪ ବର୍ଷ ପରେ ମହାକୁମ୍ଭ ମେଳା ଆୟୋଜିତ ହୋଇଥିବା ବେଳେ ଦେଶ ବିଦେଶରୁ ବର୍ତ୍ତମାନ ପ୍ରୟାଗରାଜକୁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ। କୋଟି କୋଟି ଭକ୍ତଙ୍କ ସମଗମରେ କମ୍ପୁଛି ତ୍ରିବେଣୀ ସଙ୍ଗମ। ହେଲେ ଯିବା ପାଇଁ ସବୁ ରାସ୍ତା ଜାମ। ଏମିତିକି ୨୦୦-୩୦୦ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ଗାଡିଙ୍କ ଲମ୍ବା ଧାଡ଼ି। ଟ୍ରେନ ବସ୍ ସବୁଠି ଟ୍ରାଫିକ ଜାମ। ବିଭିନ୍ନ ଆଡୁ ପ୍ରୟାଗରାଜକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ପ୍ରବଳ ଗହଳି ଦେଖିବାକୁ ମିଳୁଛି ।
ସେପଟେ ଟ୍ରାଫିକ ଜାମ କାରଣରୁ ତ୍ରିବେଣୀ ସଂଗମରେ ପହଞ୍ଚି ପାରୁନାହାନ୍ତି ଭକ୍ତ। ଭିଡ଼କୁ ଦୃଷ୍ଟିରେ ରଖି ସଙ୍ଗମ ଷ୍ଟେସନକୁ ୫ ଦିନ ପାଇଁ ବନ୍ଦ କରିଦିଆଯାଇଛି । ଶୁକ୍ରବାରଠୁ ଷ୍ଟେସନରେ ପାଦ ରଖିବାକୁ ବି ଜାଗା ନାହିଁ । ନନ୍ ଏସି କଥା ତ ଛଡ଼ା ଏସି କୋଚରେ ବି ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି। ଯାହାକୁ ଦେଖି ଟ୍ରେନ ସେବା ବାତିଲ କରାଯାଇଛି। ଆଜି ସକାଳୁ ସକାଳୁ ପାଖାପାଖି ୧୦୦ ଗାଡ଼ି ୩୦୦ କିମି ଯାଏଁ ଫଶିରହିଥିଲା।
ଯାହାକୁ ନେଇ ଯୋଗୀ ସରକାରଙ୍କ ଉପରେ ବର୍ଷିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ଟ୍ରାଫିକ ଅବ୍ୟବସ୍ଥାକୁ ନେଇ ଉତ୍ତର ପ୍ରଦେଶ ସରକାରଙ୍କୁ ସମାଲୋଚନା କରି ଅଖିଳେଶ କହିଛନ୍ତି, ‘ଟ୍ରାଫିକ୍ ଜାମ୍ରେ ଫସି ରହିଥିବା ଭୋକିଲା, ତୃଷାର୍ତ୍ତ ଏବଂ କ୍ଳାନ୍ତ ତୀର୍ଥଯାତ୍ରୀଙ୍କୁ ମାନବିକ ଦୃଷ୍ଟିକୋଣରୁ ସରକାର ଦେଖିବା ଉଚିତ । ସାଧାରଣ ଭକ୍ତମାନେ କ’ଣ ମଣିଷ ନୁହଁନ୍ତି?
Comments are closed.