Latest Odisha News

BREAKING NEWS

ସ୍ଥିର ରହିଛି ଅଭିନେତା ଉତ୍ତମଙ୍କ ସ୍ବାସ୍ଥ୍ୟାବସ୍ଥା

ଭୁବନେଶ୍ବର: ସ୍ଥିର ରହିଛି ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା। ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚାଲିଛି ଚିକିତ୍ସା। ଲିଭର ସିରୋସିସ୍ ରେ ପୀଡ଼ିତ ଅଛନ୍ତି ପୁରୁଣା ଦିନର ଓଡ଼ିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତି। ଶନିବାର ତାଙ୍କୁ ଭୁବନେଶ୍ବରରୁ ମେଦାନ୍ତ ହସ୍ପିଟାଲକୁ ଏୟାର ଲିଫ୍ଟ କରାଯାଇଥିଲା। ତା ପୂର୍ବରୁ ସେ ଭୁବନେଶ୍ବର କିମ୍ସ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

ସ୍ୱାସ୍ଥ୍ୟବସ୍ଥା ବିଗିଡିବା ପରଠାରୁ ସେ ଭେଣ୍ଟିଲେଟର ସପୋର୍ଟରେ ଥିଲେ। ଅଧିକ ଚିକିତ୍ସା ଲାଗି ତାଙ୍କୁ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲକୁ ଏୟାରଲିପ୍ଟ କରାଯାଇଥିଲା। ଓଲିଉଡ୍ ଓ ଶୁଭେଛୁମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଦର୍ଶକଙ୍କୁ ଅନେକ ସୁପରହିଟ୍ ସିନେମା ଭେଟି ଦେଇଛନ୍ତି ଉତ୍ତମ ମହାନ୍ତି। ବଳିଷ୍ଠ ଅଭିନୟ ପାଇଁ ସେ ବହୁ ପୁରସ୍କାର ଲାଭ କରିଛନ୍ତି । ତିନି ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ପତିଆରା ଜାହିର କରିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅଶୀ ଦଶକରେ ଥିଲେ ଏକ ଅପ୍ରତିଦ୍ୱନ୍ଦ୍ୱୀ ଚେହେରା। ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମିତ ଉତ୍ତମ ଏଯାବତ୍ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି । ୧୯୭୭ ମସିହାରେ ସେ ଅଭିମାନ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ। ଏହାପରେ ଉତ୍ତମ ତାଙ୍କ ପାଠପଢ଼ାରେ ବ୍ୟସ୍ତ ରହିଲେ ଏବଂ ତିନିବର୍ଷ ପରେ ପୁଣି ତାଙ୍କ ପତ୍ନୀ ଅପରାଜିତା ମହାନ୍ତିଙ୍କ ସହ ଚଳଚ୍ଚିତ୍ର ଜରିଆରେ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ ।

Comments are closed.