Latest Odisha News

BREAKING NEWS

‘ବନ୍ଧୁ ଟ୍ରମ୍ପଙ୍କୁ ଭେଟିବା ଅପେକ୍ଷାରେ ଅଛି’, ଆମେରିକା ଗସ୍ତ ପୂର୍ବରୁ କହିଲେ ମୋଦି

ନୂଆଦିଲ୍ଲୀ: ଆମେରିକା ଏବଂ ଫ୍ରାନ୍ସ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ମୋଦି ଆଜି ଫ୍ରାନ୍ସ ଏବଂ ଆମେରିକାର ଏକ ଉଚ୍ଚସ୍ତରୀୟ ଚାରି ଦିନିଆ ଗସ୍ତରେ ବାହାରିଯାଇଛନ୍ତି । ଏନେଇ ନିଜ ପ୍ରସ୍ଥାନ ବିବୃତ୍ତିରେ ସେ କହିଛନ୍ତି, ଯେ ସେ ତାଙ୍କ ସାଙ୍ଗଙ୍କୁ ଭେଟିବାକୁ ଯାଉଛନ୍ତି । ଜାନୁଆରୀରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ପରେ ଏହା ମୋଦିଙ୍କ ସହ ଟ୍ରମ୍ପଙ୍କ ପ୍ରଥମ ସାକ୍ଷାତ ହେବ ।

ଏହାକୁ ନେଇ ମୋଦି କହିଛନ୍ତି, ମୁଁ ମୋ ବନ୍ଧୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବାର ଅପେକ୍ଷା ରହିଛି । ଭାରତ ଏବଂ ଆମେରିକା ମଧ୍ୟରେ ଏକ ବ୍ୟାପକ ବିଶ୍ୱ ରଣନୈତିକ ସହଭାଗୀତା ଗଠନରେ ତାଙ୍କ ପ୍ରଥମ କାର୍ଯ୍ୟକାଳରେ ଏକା ସାଙ୍ଗରେ କାମ କରିବା ପାଇଁ ମୋର ଏକ ଉଷ୍ମ ସ୍ମୃତି ରହିଛି । ଯାହା ଉଭୟ ଦେଶ ଏବଂ ଦେଶର ନାଗରିକଙ୍କ ପାଇଁ ଲାଭପ୍ରଦ ହେବ  । ଏଥିସହିତ ଆଗାମୀ ବିଶ୍ବର ଭବିଷ୍ୟତ ପାଇଁ ମଧ୍ୟ ସହାୟକ ହେବ ବୋଲି ମୋଦି କହିଛନ୍ତି ।

ତେବେ ଫେବୃଆରୀ ୧୨ ଓ ୧୩ ତାରିଖ ଆମେରିକା ଗସ୍ତରେ ରହିବେ ପ୍ରଧାମନ୍ତ୍ରୀ ମୋଦି । ରାଷ୍ଟ୍ରପତି ହେବା ପରେ ଟ୍ରମ୍ପ ମୋଦିଙ୍କୁ ଆମେରିକା ଯିବା ପାଇଁ ନିମନ୍ତ୍ରଣ ଦେଇଥିବା ବେଳେ, ନିମନ୍ତ୍ରଣ ରକ୍ଷା କରି ଆମେରିକା ଗସ୍ତ କରିଛନ୍ତି ମୋଦି । କୁହାଯାଉଛି, ଏହି ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ । କାରଣ ଗସ୍ତ ସମୟରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମୋଦି ଭେଟିବାର କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ ନ୍ୟୁକ୍ଲିୟର ଓ ପ୍ରଯୁକ୍ତିବିଦ୍ୟା , ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି ଏବଂ ଯୋଗାଣ ଶୃଙ୍ଖଳା ସ୍ଥିତିସ୍ଥାପକତା କ୍ଷେତ୍ରରେ ଏହି ସାକ୍ଷାତକାର ଉଭୟ ଦେଶର ସହଭାଗୀତାକୁ ଆହୁରି ଉନ୍ନତ ଏବଂ ଗଭୀର କରିବା ଦିଗରେ ଅନେକ ଆଲୋଚନ ହେବ ।

ଏତିସହିତ ନରେନ୍ଦ୍ର ମୋଦି ଫ୍ରାନ୍ସ ଅଭିମୁଖେ ଗସ୍ତ କରିବେ ।  ଯେଉଁଠାରେ ସେ ଏଆଇ ଆକ୍ସନ୍ ଶିଖର ସମ୍ମିଳନୀର ସହ-ଅଧ୍ୟକ୍ଷତା କରିବେ । ଯେଉଁଥିରେ ଅନେକ ବିଶ୍ୱ ନେତା ଏବଂ ବିଶ୍ୱ ଟେକ୍ ନେତାମାନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ।

Comments are closed.