ନୂଆଦିଲ୍ଲୀ: ଇଭିଏମ ଡାଟା ନଷ୍ଟ ନକରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ଏକ ଆବେଦନର ଶୁଣାଣି କରି ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ନିର୍ବାଚନ ପରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ର ତଥ୍ୟ ଡିଲିଟ୍ କରାଯାଇ ପାରିବ ନାହିଁ। ତେବେ ନିର୍ବାଚନ ପରେ ଇଭିଏମର ସମସ୍ତ ତଥ୍ୟ କିପରି ସୁରକ୍ଷିତ ରଖାଯିବ ଓ ଏଥିପାଇଁ କ’ଣ କ’ଣ ପ୍ରକ୍ରିୟା ରହିଛି ଏ ବିଷୟରେ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟ ପଚାରିଥିଲେ। ତେବେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବର୍ତ୍ତମାନ ଇଭିଏମରୁ କୌଣସି ତଥ୍ୟ ଡିଲିଟ୍ କିମ୍ବା କୌଣସି ନୂତନ ତଥ୍ୟ ପ୍ରବେଶ କରାଯାଇପାରିବ ନାହିଁ।
ପ୍ରଧାନ ବିଚାରପତି (ସିଜେଆଇ) ସଞ୍ଜିବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ କମିଶନଙ୍କୁ ନିର୍ବାଚନ ପରେ ଇଭିଏମର ମେମୋରୀ ଏବଂ ମାଇକ୍ରୋ କଣ୍ଟ୍ରୋଲରକୁ କିପରି ବର୍ଣ୍ଣ କରାଯାଇପାରିବ ତାହା ପଚାରିଥିଲେ।
ସିଜେଆଇ ଏହା ମଧ୍ଯ ସ୍ପଷ୍ଟ କହିଛନ୍ତି ଯେ ଯଦି ପରାଜିତ ଦଳର ପ୍ରାର୍ଥୀଙ୍କର ଇଭିଏମ ମେସିନକୁ ନେଇ କୌଣସି ସନ୍ଦେହ ହୁଏ ତେବେ ଇଞ୍ଜିନିୟର ଏହାର ସ୍ପଷ୍ଟୀକରଣ କରିପାରିବେ।
ତେବେ ସର୍ବୋଚ୍ଚ ନ୍ୟାୟାଳୟ ହରିୟାଣା ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ଏବଂ କଂଗ୍ରେସ ନେତାଙ୍କ ଏକ ଦଳ ଦ୍ୱାରା କରାଯାଇଥିବା ଆବେଦନର ଶୁଣାଣି କରୁଥିଲେ। ତେବେ ଏଥିରେ ଇଭିଏମର ବର୍ଣ୍ଣ ମାଇକ୍ରୋ କଣ୍ଟ୍ରୋଲର ମେମୋରୀ ଯାଞ୍ଚ କରିବାକୁ ନିର୍ବାଚନ କମିଶନଙ୍କୁ ଆବେଦନ କରାଯାଇଥିଲା ଓ ଏହା ସହିତ ଏଥିରେ କୌଣସି ହେରଫେର ହୋଇଛି କି ନାହିଁ ତାହା ମଧ୍ଯ ଯାଞ୍ଚ କରିବାକୁ କୁହାଯାଇଥିଲା। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୩ରେ ହେବ।
Comments are closed.