Latest Odisha News

କ’ଣ କ’ଣ ରହିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ? ସାର୍ବଜନୀନ କରିବେ ସରକାର

ଭୁବନେଶ୍ବର: ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ କେତେ ଅଳଙ୍କାର ରହିଛି, ସାର୍ବଜନୀନ କରିବେ ସରକାର । ଗଣତିମଣତି ଶେଷ ହେବା ପରେ ସମସ୍ତଙ୍କୁ ଏନେଇ ତଥ୍ୟ ପ୍ରଦାନ କରାଯିବ ବୋଲି ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ।

ମନ୍ତ୍ରୀ କହିଛନ୍ତି, ରତ୍ନଭଣ୍ଡାର ଅଳଙ୍କାର ସାର୍ବଜନୀନ ହେବ । ଗଣତି ମଣତି ଶେଷ ହେବା ପରେ ଅଳଙ୍କାର ନେଇ ତଥ୍ୟ ଦିଆଯିବ । ବର୍ତ୍ତମାନ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଚାଲୁ ରହିଛି, ଏହା ସରିବା ପରେ ଗଣତି ମଣତି ଆରମ୍ଭ ହେବ । ଶେଷ ଥର ୧୯୭୮ରେ ରତ୍ନଭଣ୍ଡାର ଗଣତି ମଣତି ହୋଇଥିଲା । ଆଉ ଏଥିର ପୁଣି ଥରେ ଗଣତିମଣତି କରାଯାଇ ପୁରୁଣା ତଥ୍ୟ ସହ ମେଳ ଖୁଆଯିବ । ଏହା ପରେ ସମସ୍ତଙ୍କୁ ଏନେଇ ତଥ୍ୟ ପ୍ରଦାନ କରାଯିବ ।

ତେବେ କହିରଖୁଛୁ, ଦୀର୍ଘ ୪୬ ବର୍ଷ ଗତବର୍ଷ ଜୁଲାଇ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିଥିଲା । ୧୧ ଜଣିଆ ସଦସ୍ୟଙ୍କୁ ନେଇ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରାଯାଇଥିଲା । ଏହାପରେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ବାହାରକୁ ଅଣାଯାଇ ଏଏସଆଇ ସ୍ବାରା ଏହାର ସର୍ବେକ୍ଷଣ କରାଯାଇଥିଲା । ବର୍ତ୍ତମାନ ମରାମତି କାର୍ଯ୍ୟ ଚାଲିଛି ।

ଶ୍ରୀମନ୍ଦିର ରେକର୍ଡ ଅଫ୍‌ ରାଇଟସ ମୁତାବକ ପ୍ରତି ତିନିବର୍ଷରେ ରତ୍ନଭଣ୍ଡାର ଖୋଲାହେବା ନିୟମ ରହିଥିବାବେଳେ ଆଜିକୁ ପ୍ରାୟ ୪୬ ବର୍ଷ ହେବ ରତ୍ନଭଣ୍ଡାର ଖୋଲାଯାଇ ନ ଥିଲା । ଶେଷଥର ପାଇଁ ୧୯୭୮ରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା । ଚାବି ହଜିବା ଠାରୁ ଆରମ୍ଭ କରି ବିଭିନ୍ନ ବାଧା ଦ୍ବାରା ରତ୍ନଭଣ୍ଡାର ବନ୍ଦ ପଡିଥିଲା ।

Comments are closed.