ଭୁବନେଶ୍ୱର: ଢେଙ୍କାନାଳରେ ଚାଞ୍ଚଲ୍ୟ । ବନ୍ଦ ଘର ଭିତରୁ ଗୋଟିଏ ପରିବାରର ତିନି ମୃତଦେହ ଉଦ୍ଧାର ହୋଇଛି । ବେକରେ ରଶି ଲଗାଇ ଏକା ସଙ୍ଗେ ଝୁଲିପଡ଼ିଲେ ପରିବାରର ବାପା ଓ ୪୦ ବର୍ଷୀୟ ଝିଅ ଓ ୧୬ ବର୍ଷୀୟ ନାତି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଚାଉଳିଆ ଖମାର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତେବେ କେଉଁ କାରଣ ପାଇଁ ଏକା ସାଙ୍ଗରେ ତିନି ତିନି ଜଣ ପ୍ରାଣ ହରାଇଲେ, ତାହା ଅସ୍ପଷ୍ଟ ରହିଛି ।
ଘଟଣାସ୍ଥଳରେ ସଦରଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ ୭୦ ବର୍ଷୀୟ ଶଙ୍କର୍ଷଣ ଦାସ, ଝିଅ ସୁବର୍ଣ୍ଣ ଦାସ ଓ ନାତି ସନ୍ତୋଷ କୁମାର ଦାସ । ଶଙ୍କର୍ଷଣଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ଦାସଙ୍କ କହିବା କଥା ତିନିଦିନ ହେବ ତାଙ୍କ ସ୍ୱାମୀ ଗୋଟିଏ ରୁମରେ, ଝିଅ ଓ ନାତି ଅନ୍ୟ ଏକ ରୁମରେ ଗତ ବୁଧବାର ରାତିରୁ ବେକରେ ରାଶି ଲଗାଇ ଦେଇଥିଲେ । ହେଲେ ଘଟଣାର ଦୁଇଦିନ ପରେ ଅର୍ଥାତ ଗତକାଲି ଏନେଇ ଗାଁଲୋକଙ୍କୁ ଜଣାଇ ଥିଲେ । କେହି ଜଣେ ହେଲେ ବି ତାଙ୍କ କଥା ଶୁଣି ନଥିଲେ । ପରେ ପୁଷ୍ପାଞ୍ଜଳି ଆଜି ଢେଙ୍କାନାଳ ସହରର ଭଗବାନପୁର ଠାରେ ପୁଅ ପ୍ରସନ୍ନ ପାଖକୁ ଯାଇ ସବୁକଥା ଜଣାଇଥିଲେ । ପରେ ପୋଲିସ ଉପସ୍ଥିତିରେ ଘର କବାଟ ଖୋଲା ଯାଇଥିଲା । ପୁଷ୍ପାଞ୍ଜଳିଙ୍କ ସ୍ବାମୀ ଶଙ୍କର୍ଷଣଙ୍କ ରେଲଓ୍ବେ ଡିପାର୍ଟମେଣ୍ଟରେ ଗେଟ୍ କିପର ଭାବେ ଚାକିରି କରୁଥିଲେ ।
BREAKING NEWS
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି
- ଦୁର୍ଗା ପୂଜା ପୂର୍ବରୁ କୁଖ୍ୟାତ ଅପରାଧୀ ଘର ଉପରେ ବୁଲିଲା ବୁଲ୍ଡୋଜର
- ରାହୁଲ ଗାନ୍ଧୀଙ୍କୁ ରିଲଞ୍ଚ କରିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବିରୋଧୀ, ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ସମ୍ବିତ
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍
- ସୌମ୍ୟରଞ୍ଜନ ହତ୍ୟା ମାମଲା: DGP କହିଲେ, ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଜାରି ରହିବ ତଦନ୍ତ
- ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି; ବିରୋଧୀଙ୍କ ପ୍ରତିବାଦରେ ସାମିଲ ବିଜେଡି
- ଆସନ୍ତା ୩ ଦିନ ଯାଏଁ ଭିଜିବ ଓଡ଼ିଶା; ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Comments are closed.