ନୂଆଦିଲ୍ଲୀ: ଆପଲ୍ ସିଇଓ ଟିମ୍ କୁକ୍ ଏକ ଟିଜର ଜାରି କରିଛନ୍ତି । ଯେଉଁଥିରେ ସେ ଆପଲ୍ର ଏକ ନୂଆ ପ୍ରଡକ୍ଟକୁ ଆସନ୍ତା ଫେବୃଆରୀ ୧୯ରେ ଆପଲ୍ ଇଭେଣ୍ଟରେ ଲଞ୍ଚ କରିବା ନେଇ ଘୋଷଣା କରିଛନ୍ତି । ଏହାପରେ ଆଇଫୋନ ଏସଇ4 ଲଞ୍ଚକୁ ନେଇ ଚର୍ଚ୍ଚା ବଢିଛି ।
ସୂଚନାଥାଉକି, ଆପଲ୍ ସିଇଓ ଜାରି କରିଥିବା ଟିଜରରେ କୌଣସି ଡିଭାଇସର ନାଁର ପ୍ରକାଶ କରିନାହାନ୍ତି । ପୋଷ୍ଟରେ ସେ #AppleLaunch ହ୍ୟାସଟାଗ୍ର ବ୍ୟବହାର କରିଛନ୍ତି । କିନ୍ତୁ ୧୯ ତାରିଖରେ ଏକ ପ୍ରଡକ୍ଟ ଲଞ୍ଚ ସମ୍ପର୍କରେ ଘୋଷଣା କରିଛନ୍ତି । ଗତ ଲିକ୍ ରିପୋର୍ଟ ଅନୁସାରେ ଆପଲର ଅଫରଡେବଲ୍ iPhone SE ର ଲଞ୍ଚ ସମ୍ପର୍କରେ ମଧ୍ୟ ଖବର ଆସିଥିଲା । ତେଣୁ ସମସ୍ତେ ଏହି ଇଭେଣ୍ଟରେ କମ୍ପାନୀ iPhone SE 4କୁ ଲଞ୍ଚ କରିପାରେ ବୋଲି କହୁଛନ୍ତି ।
iPhone SEର ପୂର୍ବ ମଡେଲ୍ ୨୦୨୨ ମସିହାରେ ଲଞ୍ଚ ହୋଇଥିଲା । ଆପଲ ଫ୍ୟାନ୍ସମାନେ ଏହି ଅଫରଡେବଲ୍ ଫୋନ୍ ପାଇଁ ଅପେକ୍ଷା କରିଛନ୍ତି ।
ଆଇଫୋନ SE 4ରେ ୬.୧ଇଞ୍ଚର OLED ଡିସପ୍ଲେ ଦେଇପାରେ, ଯାହାକି ଆଇଫୋନ 14ରେ ଥିଲା । ସ୍ମାର୍ଟଫୋନକୁ ଲାଟେଷ୍ଟ ପ୍ରୋସେସର ମିଳିବ । ଏଥିରେ A18 ଚିପ୍ ଓ ୮GB RAM ସହ ଆସିପାରେ, ଯାହାକି ଆଇଫୋନ 16 ସିରିଜରେ ଉପଲବ୍ଧ । ଏଥିରେ କମ୍ପାନୀ ୪୮ MPର ପ୍ରାଇମେରୀ କ୍ୟାମେରା ଓ ପ୍ରଣ୍ଟ କ୍ୟାମେରା ୧୨ MP କ୍ୟାମେରା ରହିବ । ଏପର୍ଯ୍ୟନ୍ତ ଲଞ୍ଚ ହୋଇଥିବା ଯେକୈଣସି SE ମଡେଲ ତୁଳନାରେ ଏହା ସବୁଠାରୁ ପାୱାରଫୁଲ୍ କ୍ୟାମେରା ସେଟଅପ୍ ହେବ ।
Comments are closed.