ଭୁବେନେଶ୍ବର : ବିଟ୍ ଏପରି ଏକ ପରିବା, ଯେଉଁଥିରେ ଭିଟାମିନ୍ ଏ,ସି ,ଖଣିଜ ପଦାର୍ଥ ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥାଏ । ତେଣୁ ଏହି ବିଟ୍ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳେ । କିନ୍ତୁ ଆପଣ ଜାଣିଛନ୍ତି କି, ପୋଷକତତ୍ତ୍ବରେ ଭରପୂର ଏହି ବିଟ୍ କିଛି ଲୋକଙ୍କ ପାଇଁ କ୍ଷତିକାରକ ହୋଇପାରେ । ଆମର ସ୍ୱାସ୍ଥ୍ୟ ଅବସ୍ଥା ଅନୁଯାୟୀ ଆମେ ବିଟ୍ ଖାଇବା ଉଚିତ୍ ।
– ବିଟ୍ ରେ ଅକ୍ସାଲେଟ୍ ଅଧିକ ପରିମାଣରେ ଥାଏ, ଯାହା କିଡନୀ ଷ୍ଟୋନ୍ ପାଇଁ ଦାୟୀ ହୋଇପାରେ । ତେଣୁ, ଯେଉଁମାନଙ୍କର କିଡନୀ ଷ୍ଟୋନ୍ ସମସ୍ୟା ରହିଛି, ସେମାନେ ବିଟ୍ ଖାଆନ୍ତୁ ନାହିଁ ।
– ସେହିପରି ମଧୁମେହ ରୋଗୀମାନେ ବିଟ୍ ଖାଇବା କଥା ନୁହେଁ। ଏଥିରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ଅଧିକ ଥାଏ । ଯାହା ରକ୍ତରେ ଶର୍କରା ବୃଦ୍ଧି କରେ ।
-ଯଦି ଆପଣଙ୍କର ଲୋ ବ୍ଳଡ ପ୍ରେସର ସମସ୍ୟା ଅଛି, ତେବେ ଭୁଲରେ ମଧ୍ୟ ଏହି ପରିବା ଖାଆନ୍ତୁ ନାହିଁ । କାରଣ ବିଟ୍ର ରେ ଅଧିକ ପରିମାଣର ପୋଟାସିୟମ୍ ଥାଏ । ଏହି ପୋଟାସିୟମ୍ ରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
– ଅଧିକ ବିଟ୍ ଜୁସ୍ ପିଇବା ଦ୍ବାରା କିଛି ଜଣଙ୍କ ପେଟରେ ସମସ୍ୟା ଦେଖାଯାଇଥାଏ । ଯେପରିକି ଗ୍ୟାସ , ଏସିଡିଟି ହୋଇଥାଏ । ସେମାନେ ବିଟ୍ ଖାଇବା ଅନୁଚିତ୍ ।
-ବିଟ୍ ଖାଇଲେ କିଛି ଜଣଙ୍କ ଠାରେ ଆଲର୍ଜି ହୋଇଥାଏ । ସେମାନେ ବିଟ୍ ଖାଇବା କଥା ନୁହେଁ ।
Comments are closed.