ବଲାଙ୍ଗୀର: ୩ ମାସ ହେଲା ଦରମା ମିଳିନି । ଅସୁବିଧାରେ ଦିନ କାଟୁଛନ୍ତି ସରକାରୀ ବିଦ୍ୟାଳୟର ଶିକ୍ଷକ । ଏଥିପାଇଁ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କୁ ଦରଖାସ୍ତ ଲେଖିଛନ୍ତି । ଛୁଟି ଦେଲେ, ମୂଲ ଲାଗି ପରିବାର ପୋଷିବେ । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ଏମିତି କିଛି ଏକ ଦୁର୍ଭାଗ୍ୟଜନକ ଘଟଣା ଏବେ ବଲାଙ୍ଗୀର ଜିଲ୍ଲାରୁ ସାମ୍ନାକୁ ଆସିଛି । ଏକ ସରକାରୀ ସ୍କୁଲର ଜଣେ ଶିକ୍ଷକ ଗତ ତିନି ମାସ ଧରି ଦରମା ନ ପାଇବାରୁ ଶ୍ରମିକ ଭାବରେ କାମ କରିବା ପାଇଁ ଗୋଟିଏ ଦିନ ଛୁଟି ମାଗିଥିବା ଜଣାପଡ଼ିଛି ।
ବଲାଙ୍ଗୀର ଜିଲ୍ଲାର ପୁଇଁତଲା ବ୍ଲକର ବାନ୍ଧନବାହାଲ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ (ପୂର୍ବ କ୍ୟାଡର) ଭାବରେ କାର୍ଯ୍ୟ କରୁଥିବା ଏହି ଶିକ୍ଷକ ଜଣଙ୍କ ହେଉଛନ୍ତି, ପ୍ରଭୁଦତ୍ତ ସାହୁ । ବୁଧବାର ଦିନ ସରକାରୀ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକଙ୍କୁ ସେ ଏକ ଛୁଟି ଆବେଦନ ଦାଖଲ କରିଛନ୍ତି । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ସୋସିଆଲ ମିଡିଆରେ ତାଙ୍କ ଚିଠି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।
ଯେଉଁଥିରେ ପ୍ରଭୁଦତ୍ତ ଆବେଦନ କରିଛନ୍ତି ଯେ, ଗତ ତିନି ମାସ ଧରି ଦରମା ନ ପାଇବା ପରେ ତାଙ୍କର ଆର୍ଥିକ ଅବସ୍ଥା ଖରାପ ଭୁଶୁଡି ପହିଛି । ତେଣୁ ତାଙ୍କୁ ମୂଲ ଲାଗିବା ପାଇଁ ଫେବୃଆରୀ ୨୦ ତାରିଖ ଦିନ ଛୁଟି ପ୍ରଦାନ କରାଯାଉ । ଯାହାକୁ ପ୍ରଧାନ ଶିକ୍ଷକ ମଞ୍ଜୁର ମଧ୍ୟ କରିଥିଲେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ତେବେ ଏହାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ସ୍ପଷ୍ଟ କରିଛନ୍ତି ଯେ, ପ୍ରଭୁଦତ୍ତ ସାହୁଙ୍କ ଦରମା ତିନି ମାସ ନୁହେଁ, ଦୁଇ ମାସ ଧରି ପଡ଼ି ରହିଛି । ଓଡ଼ିଶା ରାଜ୍ୟ ସହାୟକ ଶିକ୍ଷକ (ପୂର୍ବ କ୍ୟାଡର)ରେ ସାହୁ ଅନ୍ତରଭୁକ୍ତ । ଡିଗି ଓ୍ବେବସାଇଟରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ପୂର୍ବତନ କ୍ୟାଡରର ଶିକ୍ଷକଙ୍କ ଦରମା ଦେବାରେରେ ବିଳମ୍ବ ହୋଇଛି ।
Comments are closed.