Latest Odisha News

BREAKING NEWS

ପୁରୀ ଗଣଦୁଷ୍କର୍ମ ମାମଲା: ରାୟଗଡାରୁ ଗିରଫ ହେଲେ ସିଆରପିଏଫ୍ ଯବାନ

ପୁରୀ: ପୁରୀର ଏକ ପୋଲିସ କ୍ୱାର୍ଟରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ସିଆରପିଏଫ୍ ଯବାନଙ୍କୁ ଗିରଫ କରାଯାଇଛି ।

ସମ୍ପୃକ୍ତ ଯବାନଙ୍କ ନାମ ବୁଲୁ ବାରିକ୍ ହୋଇଥିବା ବେଳେ ତାଙ୍କୁ ରାୟଗଡା ଜିଲ୍ଲାରୁ ଗିରଫ କରାଯାଇଛି । ଏହି ଘଟଣାରେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠିଙ୍କ ସମେତ ଅନ୍ୟ ଦୁଇ ଅଭିଯୁକ୍ତ ରାଜେଶ ସେଠି ଓ ରାମ ଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରାଯାଇଛି ।

ପୋଲିସର ସୂଚନାନୁଯାୟୀ, ପୁରୀ ଜିଲ୍ଲା ବହ୍ମଗିରି ବ୍ଲକ୍ ନିକଟସ୍ଥ ଏକ ଗ୍ରାମରେ ରହୁଥିବା ବୁଲୁ ଏଭଳି ଅପରାଧ ଘଟାଇବା ପରେ ଫେରାର ହେବା ସହ ରାୟଗଡାର ଜଣେ ସମ୍ପର୍କୀୟଙ୍କ ଘରେ ଛପିଥିଲା । ଛେକାଗୁଡା ଓ ଧୁମଗୁଡା ଗ୍ରାମ ମଧ୍ୟରେ ଥିବା ନାଗାବଳି ନଦୀରେ ଗାଧୋଉଥିବା ବେଳେ ତାକୁ ପୋଲିସ ଗିରଫ କରିଥିଲା ।

ସୂଚନାଯୋଗ୍ୟ, ଏହି ଘଟଣାଟି ଡିସେମ୍ବର ୨ ତାରିଖରେ ଘଟିଥିଲା । କାର୍ଯ୍ୟରୁ ବରଖାସ୍ତ ହୋଇଥିବା ଜଣେ କନଷ୍ଟେବଳ ଜିତେନ୍ଦ୍ର ସେଠୀ ଓ ଅନ୍ୟ ୨ ଜଣ ସମ୍ପୃକ୍ତ ପିଡିତାଙ୍କୁ ନିମାପଡା ବସଷ୍ଟାଣ୍ଡରୁ ଲିଫ୍ଟ ଦେଇଥିଲେ । ପରେ ତାକୁ ପୁରୀ ନେବା ସହ ଝାଡେଶ୍ୱରୀ କ୍ଲବ୍ ନିକଟରେ ଥିବା ପୋଲିସ କ୍ୱାର୍ଟରରେ ଦୁଷ୍କର୍ମ କରିଥିଲେ ।

Leave A Reply

Your email address will not be published.