Latest Odisha News

ମହିଳା ହୋମଗାର୍ଡଙ୍କୁ ପ୍ରେମ ପରେ ପ୍ରତାରଣା କରି ବନ୍ଧାହେଲେ ଆଇଆଇସି

ଜଗତସିଂହପୁର: ମହିଳା ହୋମଗାର୍ଡଙ୍କୁ ପ୍ରେମ ପରେ ପ୍ରତାରଣା କରିଥିବା ଅଭିଯୋଗରେ ଆଇଆଇସି ଗିରଫ । ଏଭଳି ସାଙ୍ଘାତିକ ଘଟଣା ଘଟିଛି ଜଗତସିଂହପୁରରେ । ୨ଟି ଛୁଆର ବାପା କୁହାଯାଉଥିବା ଜଗତ୍‌ସିଂହପୁର ଥାନାର ପୂର୍ବତନ ଅତିରିକ୍ତ ଆଇଆଇସି ତଥା ବର୍ତ୍ତମାନର କୁଜଙ୍ଗ ଆଇଆଇସି ତପନ ନାହାକ ଜଣଙ୍କ ମହିଳା ହୋମଗାର୍ଡଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁଯାୟୀ, ଆଇଆଇସି ତପନଙ୍କ ସହ ମହିଳା ହୋମଗାର୍ଡଙ୍କର ପ୍ରେମ ସମ୍ପର୍କ ଥିଲା । ଆଇଆଇସି ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ହେଲେ ପରବର୍ତ୍ତୀ ସମୟରେ ପ୍ରତାରିତ କରିଥିଲେ । ତେବେ ପୀଡିତ ହୋମଗାର୍ଡ ଜଣଙ୍କ ସଦର ଥାନାରେ ଏତଲା ଦେବା ପରେ ଆଇଆଇସି ତପନ ନାହାକ ଲୁଚି ବାହାରକୁ ପଳାଇଯାଇଥିଲେ ।

ପରେ ପୋଲିସ ତାଙ୍କୁ ଧରିବା ପାଇଁ ବିଭିନ ସ୍ଥାନରେ ଚଢ଼ାଉ କରିବା ପରେ ତାଙ୍କୁ ଖୋର୍ଦ୍ଧା ନିକଟରୁ ଧରିଥିବା ଜଣାପଡିଛି । ଜଗତ୍‌ସିଂହପୁର ପୋଲିସ ଥାନାରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି । ଏବେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ତାଙ୍କୁ ପଚରାଉଚୁରା କରାଯାଉଥିବା ଜଣାପଡିଛି ।

ଅପରପକ୍ଷେ ଅଭିଯୋଗକାରିଣୀ ମହିଳା ହୋମଗାର୍ଡଙ୍କ ଡାକ୍ତରୀ ମାଇନା ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ ମନା କରିଦେଇଛନ୍ତି । ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।

Comments are closed.