Latest Odisha News

BREAKING NEWS

ଏପରି କରନ୍ତୁ ଥାଇରଏଡ୍ ନିୟନ୍ତ୍ରଣ..

ଭୁବନେଶ୍ବର: ଆଜିକାଲି ପ୍ରାୟ ଲୋକଙ୍କ ଠାରେ ଥାଇରଏଡ୍ ସମସ୍ୟା ଦେଖାଯାଉଛି । ଥାଇରଏଡ୍ ସମସ୍ୟା ଥିଲେ ଶରୀରରେ ହରମୋନ ଶକ୍ତି କମ୍ ବେଶୀ ହେବା ସହ ଓଜନରେ ମଧ୍ୟ ସମସ୍ୟା ଦେଖାଯାଏ । ଏଥିସହ ଥାଇରଏଡ୍ ସ୍ମରଣ ଶକ୍ତିକୁ ଦୁର୍ବଳ କରିଦିଏ । ଥାଇରଏଡ୍ ରୋଗୀଙ୍କ ପାଖରେ ଆଳସ୍ୟ, ଥକାପଣ, କେଶ ଝଡିବା, ଭୋକ ନଲାଗିବା, ନିଦ ଠିକ ନହେବା ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ଥାଇରଏଡ୍ ରୋଗୀଙ୍କର ହାର୍ଟ ସମସ୍ୟା, ଡାଇବେଟିସ୍ ଭଳି ରୋଗ ଉପୁଜିବାର ମଧ୍ୟ ସମ୍ଭାବନା ଥାଏ ।

ତେଣୁ ଏହି ଥାଇରଏଡ୍ ରୋଗକୁ ନିୟନ୍ତ୍ରଣ କରିବା ଜରୁରୀ । ସୂର୍ଯ୍ୟନମସ୍କାର, ସର୍ବାଙ୍ଗାସନ, ହଳାସନ, ପବନମୁକ୍ତାସନ, ମତ୍ସ୍ୟାସନ, ଓଷ୍ଟ୍ରାସନ ଓ ଭୁଜଙ୍ଗାସନ ଭଳି ଅନେକ ଯୋଗାସନ କରିବା ଦ୍ବାରା ଏହି ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ ।

ଥାଇରଏଡ୍ ଥିଲେ ୭ ଘଣ୍ଟା ଶୋଇବା ନିହାତି ଆବଶ୍ୟକ । ଏଥିସହ ଏମାନେ ଓ୍ବାର୍କଆଉଟ୍ ମଧ୍ୟ କରି ପାରିବେ । ଏହା ସହ ସୂର୍ଯ୍ୟକିରଣରେ ବସିବା ମଧ୍ୟ ଭଲ ।

ଖାଇବା ଦ୍ବାରା ମଧ୍ୟ ଥାଇରଏଡ୍ କଣ୍ଟ୍ରୋଲ କରିପାରିବେ । ସକାଳେ ଆପଲ ଭିନେଗାର ପିଇ ପାରିବେ । ଏଥିସହ ରାତିରେ ହଳଦୀ କ୍ଷୀର ପିଇବା ମଧ୍ୟ ଭଲ । ଖାଦ୍ୟରେ ନଡିଆ ତେଲର ବ୍ୟବହାର କରିବା ମଧ୍ୟ ଆପଣଙ୍କ ପାଇଁ ଉପଯୋଗୀ ହେବ ।

 

Comments are closed.