Latest Odisha News

BREAKING NEWS

ଘରେ ଏପରି ମନିପ୍ଲାଣ୍ଟ ରଖିଛନ୍ତି କି? ହୋଇଯିବେ ଭିକାରୀ..

ଭୁବନେଶ୍ବର: ମନିପ୍ଲାଣ୍ଟ ଘରେ ଲଗାଇଲେ ଧନ ସମ୍ପତ୍ତି ବଢେ । ମାତ୍ର ବାସ୍ତୁ ଅନୁସାରେ ଏହାକୁ ଲଗାଇବା କଥା, ଏଥିପାଇଁ  କିଛି ବିଶେଷ ନିୟମ ରହିଛି । ନହେଲେ ମନିପ୍ଲାଣ୍ଟ ଧନୀକୁ ବି କରିଦବ ଦରିଦ୍ର ।

-ମନିପ୍ଲାଣ୍ଟ ଘରର ଦକ୍ଷିଣ-ପୂର୍ବ ଦିଗରେ ଲଗାନ୍ତୁ, ଏହା ଘର ପାଇଁ ଉତ୍ତମ । ବାସ୍ତୁ ଅନୁସାରେ ଏହି ଦିଗରେ ଲଗାଇଲେ ସକରାତ୍ମକ ଶକ୍ତି ଘରେ ପ୍ରବେଶ କରେ ।

-ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କଦାପି ଚୋରି କରି ଆଣିଥିବା ମନିପ୍ଲାଣ୍ଟ ଲଗାନ୍ତୁ ନାହିଁ । ଏଥିସହ ଅନ୍ୟ ଘରୁ ମନି ପ୍ଲାଣ୍ଟ ମାଗି କରି ଆଣି ଘରେ ରଖିଲେ, ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହିଥାଏ । ଅଯଥାରେ ଟଙ୍କା ଖର୍ଚ୍ଚ ହୁଏ । ଘରର ଉନ୍ନତି ହୋଇନଥାଏ ।

-ଉତ୍ତରପୂର୍ବ ଦିଗରେ ଏହି ଗଛ ଲଗାଇଲେ ଆର୍ଥିକ ସଙ୍କଟ ଦେଖାଯାଏ ।

– ଏହି ଗଛ ଶୁକ୍ର ଗ୍ରହ ଏବଂ ମାତା ଲକ୍ଷ୍ମୀଙ୍କ ସହିତ ଜଡିତ । ତେଣୁ, ଯଦି ଆପଣ ମନି ପ୍ଲାଣ୍ଟ ଲଗାଇ ଧନୀ ହେବାକୁ ଚାହାଁନ୍ତି, ତେବେ ଶୁକ୍ରବାର ଦିନ ଆପଣଙ୍କ ଘରେ ଏକ ମନି ପ୍ଲାଣ୍ଟ ଲଗାନ୍ତୁ ।

-ସମୟ ସମୟରେ ମନପ୍ଲାଣ୍ଟର ଶୁଖିଲା ପତ୍ର କାଢିବା ଜାରୁରୀ । ନଚେତ୍ ଉନ୍ନତିରେ ବାଧା ଆସେ ।

 

 

Comments are closed.