ଭୁବନେଶ୍ବର: ସାଧାରଣତଃ ପିଆଜ ଚୋପା ଆମେ ଫୋପାଡି ଦେଉ । କିନ୍ତୁ ଏଥିରେ ଭରିରହିଛି ଅନେକ ଗୁଣ । ଆସନ୍ତୁ ଜାଣିବା ଏହା ସମ୍ବନ୍ଧରେ ..
-କେଶକୁ କଣ୍ଡିସନ କରିବା ପାଇଁ ପିଆଜ ଚୋପାକୁ ବ୍ୟବହାର କରନ୍ତୁ। ପ୍ରଥମେ କେଶକୁ ଧୋଇସାରିବା ପରେ ପିଆଜଚୋପା ପାଣିରେ ଧୋଇ ଦିଅନ୍ତୁ। ଦେଖିବେ କେଶ ଆହୁରି ସୁନ୍ଦର ହେବାକୁ ଲାଗିବ ।
-ଚର୍ମ ସଂକ୍ରମଣ ପାଇଁ ଏହା ଲାଭକାରୀ । ପିଆଜ ଚୋପାକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ। ସକାଳେ ଏହି ପାଣିରେ ଗାଧାନ୍ତୁ। ଏପରି ନିୟମିତ କଲେ ଚର୍ମ ସଂକ୍ରମଣରୁ ମୁକ୍ତି ମିଳିବ।
-ପିଆଜ ଚୋପାକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ। ସକାଳେ ଏହାକୁ ଖାଲି ପେଟରେ ପିଅନ୍ତୁ। ମହୁ ସହ ମିଶାଇ ପିଇ ପାରିବେ। ଏହା କୋଲେଷ୍ଟ୍ରେଲ ପାଇଁ ଅତ୍ୟନ୍ତ ଉପକାରୀ ।
– ଏଥିସହ ପିଆଜ ଚୋପାକୁ ଗରମ ପାଣିରେ ପକାଇ ବ୍ୟବହାର କରନ୍ତୁ। ଦେଖିବେ ଗଳା ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ।
– ଜାଣିଛନ୍ତି ହଳଦୀ ସହ ମିଶାଇ ପିଆଜ ଚୋପାକୁ ବ୍ୟବହାର କଲେ ଆପଣ ଦାଗହୀନ ଚେହେରା ପାଇପାରିବେ।
Comments are closed.