ସୁରଟ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ କ୍ରାଇମ୍ ଥ୍ରିଲର ଫିଲ୍ମ ଦୃଶ୍ୟମ଼କୁ ପ୍ରାୟ ସମସ୍ତେ ଦେଖିଥିବେ। ତେବେ ଏହି ଫିଲ୍ମର କାହାଣୀ ପରି ଗୁଜୁରାଟରେ ଏକ ଘଟଣା ଘଟିଯାଇଛି ଯାହାକୁ ସମାଧାନ କରିବାକୁ ଗୁଜୁରାଟ ପୋଲିସକୁ ଲାଗିଥିଲା ଦୀର୍ଘ ସମୟ।
ଜୁନାଗଡ଼ରେ ନିଖୋଜ ଥିବା ଜଣେ ମହିଳାଙ୍କ କଙ୍କାଳ ୧୩ ମାସ ପରେ ପୋଲିସ ଦ୍ୱାରା ଉଦ୍ଧାର ହୋଇଛି। ତେବେ ଅଭିଯୁକ୍ତ ୨୮ ବର୍ଷୀୟ ହାର୍ଦ୍ଦିକ ସୁଖାଡିଆ ପୋଲିସ କବଳରୁ ବର୍ତ୍ତିବାରେ ସଫଳ ଥିଲେ। ଏକ ରିପୋର୍ଟ ଅନୁଯାୟୀ ଗାନ୍ଧୀନଗରର ଫୋରେନସିକ୍ ସାଇନ୍ସ ଲାବୋରେଟୋରୀରେ ଲେୟର ଭଏସ୍ ଆନାଲିସିସ୍ ଟେଷ୍ଟରେ ମଧ୍ଯ ସେ ପାସ୍ ହୋଇଯାଇଥିଲା।
ମୃତକ ଜଣକ ଦୟା ସାଭାଲିଆ ଓ ତାଙ୍କ ବୟସ ୩୫ ବର୍ଷ ଥିଲା। ସେ ଜୁନାଗଡ଼ ଜିଲ୍ଲାର ବିଷାବାଦର ତାଲୁକାର ରୂପାବତୀ ଗାଁର ବାସିନ୍ଦା ହୋଇଥିବା ବେଳେ ଜାନୁଆରୀ ୨, ୨୦୨୪ରୁ ସେ ନିଖୋଜ ଥିଲେ।
ତେବେ ସେ ସୁନା ଅଳଙ୍କାର ଏବଂ ପ୍ରାୟ ୯.୬୦ ଲକ୍ଷ ଟଙ୍କା ନଗଦ ନେଇ ଘରୁ ପଳାଇ ଯାଇଥିବା ନେଇ ତାଙ୍କ ସ୍ୱାମୀ ବିସାବାଦର ପୋଲିସ ଷ୍ଟେସନରେ ନିଖୋଜ ଅଭିଯୋଗ କରିଥିଲେ।
ତାଙ୍କର ରାହୁଲ ନାମକ ଜଣେ ବ୍ୟକ୍ତିଙ୍କ ସହିତ ପ୍ରେମ ସମ୍ପର୍କ ଅଛି ବୋଲି ବାରମ୍ବାର ମିଛ କାହାଣୀ କହି ଅଭିଯୁକ୍ତ ପୋଲିସ୍ କୁ ଭ୍ରମିତ କରୁଥିଲେ। ଯଦିଓ ପୋଲିସ୍ ପ୍ରଥମରୁ ହିଁ ଅଭିଯୁକ୍ତ ଙ୍କୁ ସନ୍ଦେହ କରୁଥିଲେ କିନ୍ତୁ ପ୍ରମାଣ ଅଭାବରୁ ପୋଲିସ ସୁଖାଡିଆଙ୍କୁ ଗିରଫ କରିପାରୁନଥିଲା।
ପୋଲିସ ତଦନ୍ତରୁ ଜଣାପଡିଛି ଯେ ଦୟା ସାୱାଲିଆଙ୍କର ହାର୍ଦ୍ଦିକ ସୁଖାଡିଆଙ୍କ ସହିତ ପରକୀୟା ସମ୍ପର୍କ ଥିଲା। ପ୍ରଥମେ ପୋଲିସ ସନ୍ଦେହ କରିଥିଲା ଯେ ହାର୍ଦ୍ଦିକ ଏହି ମାମଲାରେ ସମ୍ପୃକ୍ତ ଥାଇପାରନ୍ତି।ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ନୂଆ ପ୍ରମାଣ ପାଇବା ପରେ ହାର୍ଦ୍ଦିକଙ୍କୁ ପୁଣି ଥରେ ପଚରାଉଚରା କରାଯାଇଥିଲା। ଏଥର ଅଭିଯୁକ୍ତ ତାଙ୍କ ଅପରାଧ ସ୍ୱୀକାର କରିଥିଲା।
ସୂଚନା ଅନୁଯାୟୀ, ଦୟା ସାୱାଲିଆ ଅଭିଯୁକ୍ତ ହାର୍ଦ୍ଦିକ ସୁଖାଡିଆଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଯାହାପରେ ହାର୍ଦ୍ଦିକ ଦୟାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା। ଫଳରେ ପୂର୍ବ ଯୋଜନା ମୁତାବକ ଆମରେଲି ଜିଲ୍ଲାର ହଡାଲା ଗାଁର ଉପକଣ୍ଠକୁ ଡାକି ଦୟାଙ୍କ ମୁଣ୍ଡକୁ ପଥରରେ ଛେଚି କୂଅକୁ ଫିଙ୍ଗି ଦେଇଥିଲା।
Comments are closed.