ଭୁବନେଶ୍ଵର: ଆସୁଛି ରଙ୍ଗର ପର୍ବ । ଖୁସିର ପୁଲକ ନେଇ ବରଷକୁ ଥରେ ଆସିଥାଏ ହୋଲି । ସାରା ଦେଶରେ ପାଳନ ହୋଇଥାଏ ଏହି ମହାନ୍ ପର୍ବ । ହୋଲିର ପର୍ବ ସମଗ୍ର ଦେଶରେ ମହାନ ପର୍ବ ଭାବେ ପାଳନ କରାଯାଏ । ହୋଲି ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ । ଦୁଇଦିନ ଧରି ପାଳନ ହୋଇଥାଏ ହୋଲି ପର୍ବ । ପ୍ରଥମ ଦିନରେ ଛୋଟ ହୋଲି, ପାଳନ କରାଯାଏ । ଏହି ଦିନ ସୂର୍ଯ୍ୟାସ୍ତ ପରେ ହୋଲିକା ଦହନ ହୋଇଥାଏ । ଏହା ପରଦିନ ପ୍ରକୃତ ହୋଲି ଉତ୍ସବ ପାଳନ କରାଯାଏ ।
ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ୧୪ରେ ପାଳନ ହେବ ରଙ୍ଗର ଉତ୍ସବ । ଫାଲଗୁନ୍ ମାସର ପୂର୍ଣ୍ଣିମା ମାର୍ଚ୍ଚ ୧୩ ତାରିଖ ସକାଳ ୧୦.୩୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୪ତାରିଖ ରାତି ୧୨:୩୫ ରେ ଶେଷ ହେବ। ଏପରି ପରିସ୍ଥିତିରେ ମାର୍ଚ୍ଚ ୧୩ ତାରିଖରେ ହୋଲିକା ଦହନ କରାଯିବ । ହୋଲିକା ଦହନର ଶୁଭ ସମୟ ରାତି ୧୧:୨୭ ରୁ ୧୨:୩୦ ପର୍ଯ୍ୟନ୍ତ ରହିଛି । ପରଦିନ ଅର୍ଥାତ୍ ମାର୍ଚ୍ଚ ୧୪ ତାରିଖରେ ରଙ୍ଗର ପର୍ବ ହୋଲି ଖେଳାଯିବ ।
ହେଲେ ଚଳିତବର୍ଷ ହୋଲିକୁ ଫିକା କରିବ ଚନ୍ଦ୍ରଗ୍ରହଣ । ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହୋଲିରେ ପଡୁଛି । ଏହି ଗ୍ରହଣ ମାର୍ଚ୍ଚ ୧୪ ତାରିଖ ସକାଳ ୯.୨୯ ମିନିଟ୍ରୁ ୩.୨୯ ମିନିଟ୍ ଯାଏଁ ରହିବ । କିନ୍ତୁ ଏହି ଚନ୍ଦ୍ରଗ୍ରହଣ ଭାରତରେ ହେବନି ଦୃଶ୍ୟମାନ । ଏହା ମୁଖ୍ୟତ ଅଷ୍ଟ୍ରେଲିଆ, ୟୁରୋପ ଆଫ୍ରିକା, ଉତ୍ତର ଏବଂ ଦକ୍ଷିଣ ଆଫ୍ରିକା, ପ୍ରଶାନ୍ତ ଆଣ୍ଟାଲାଟିକ୍ ଆଣ୍ଟ୍ରାଟିକ୍ ମହାସାଗର, ପୂର୍ବ ଏସିଆ ଏବଂ ଆଣ୍ଟ୍ରାଟିକା ଆଦି କ୍ଷେତ୍ରରେ ଦେଖିବାକୁ ମିଳିବ । ତେବେ ଏହି ଚନ୍ଦ୍ର ଗ୍ରହଣ ଧାର୍ମିକ ଦୃଷ୍ଟିକୋଣ ମଧ୍ୟ ଭାରତରେ କୌଣସି ମହତ୍ତ୍ୱ ରହିବନି ।
Comments are closed.