Latest Odisha News

BREAKING NEWS

ହୋଲି ବେଳେ ଏପରି ରଖନ୍ତୁ ମୋବାଇଲକୁ ସୁରକ୍ଷିତ…

ଭୁବନେଶ୍ଵର: ପାଖେଇ ଆସିଲାଣି ରଙ୍ଗର ପର୍ବ ହୋଲି । ବର୍ତ୍ତମାନ ସମୟରେ ମୋବାଇଲ ଫୋନ ପାଖରେ ରଖିବା ନିହାତି ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ହୋଲି ଖେଳିବା ସମୟରେ ଯଦି ସ୍ମାର୍ଟଫୋନ୍ ଆପଣଙ୍କ ପକେଟରେ ଥାଏ, ତେବେ ଏଥିରେ ରଙ୍ଗ, ପାଣି ଇତ୍ୟାଦି ପଡ଼ିବାର ଆଶଙ୍କା ଥାଏ । ଏପରି ପରିସ୍ଥିତିରେ ଫୋନକୁ ରଙ୍ଗ ଏବଂ ପାଣିରୁ ରକ୍ଷା କରିବା ଆମେ ଆପଣଙ୍କୁ ଏପରି କିଛି ଟିପ୍ସ କହିବୁ ଯାହା ଆପଣଙ୍କ ପାଇଁ ବେଶ୍ ଜରୁରୀ। ଏହି ଟିପ୍ସକୁ ବ୍ୟବହାର କରି ଆପଣ ଆପଣଙ୍କ ଫୋନକୁ ପାଣି ଏବଂ ରଙ୍ଗରୁ ରକ୍ଷା କରିପାରିବେ।

ହୋଲି ସମୟରେ ଆପଣଙ୍କ ଫୋନ୍ ପାଖରେ ରଖିବା ପାଇଁ ୱାଟରପ୍ରୁଫ୍ ପାଉଚ୍ ବ୍ୟବହାର କରନ୍ତୁ। ଏହା ଏକ ପ୍ଲାଷ୍ଟିକ୍ କଭର, ଯେଉଁଥିରେ ଫୋନ୍ ସ୍କ୍ରିନ୍ ସହଜରେ ଦେଖାଯିବ । ଯାହାକି ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ ମେସେଜ୍ ଏବଂ ନୋଟିଫିକେଶନ ପଢ଼ିବାରେ ସାହାଯ୍ୟ କରିବ ଏବଂ ଫୋନ୍‌କୁ ଓଦା କିମ୍ବା ଦାଗ ହେବାରୁ ମଧ୍ୟ ରକ୍ଷା କରିବ।

ସେହିପରି ପାଣି ଏବଂ ଅନ୍ୟାନ୍ୟ ତରଳ ପଦାର୍ଥରୁ ଫୋନକୁ ସୁରକ୍ଷା ଦେବା ପାଇଁ ଆପଣ ୱାଟରପ୍ରୁଫ୍ କେସ୍ ମଧ୍ୟ ବ୍ୟବହାର କରିପାରିବେ । ଏହା ଫୋନରେ ସମ୍ପୂର୍ଣ୍ଣ ଫିଟ୍ ହୁଏ ଏବଂ ବିନା କୌଣସି ଅସୁବିଧାରେ ଏହାକୁ ବ୍ୟବହାର ମଧ୍ୟ କରିପାରିବେ । ଏହାଛଡା ଫୋନକୁ ପାଣି ଏବଂ ରଙ୍ଗରୁ ରକ୍ଷା କରିବା ପାଇଁ ଆପଣ ଭଲ ପ୍ଲାଷ୍ଟିକ ଜରିର ବ୍ୟବହାର କରିପାରିବେ । ତେବେ ହୋଲି ଖେଳିବା ଫୋନକୁ ସାର୍ଟ ପକେଟରେ ରଖନ୍ତୁ ନାହିଁ।

ହୋଲି ସମୟରେ , ଫୋନକୁ କେବଳ ପାଣିରୁ ନୁହେଁ ବରଂ ଶୁଖିଲା ରଙ୍ଗରୁ ମଧ୍ୟ ସୁରକ୍ଷିତ ରଖିବାକୁ ପଡିବ। ଶୁଖିଲା ରଙ୍ଗ ବହୁତ ସୂକ୍ଷ୍ମ ଏବଂ ଏହା ଫୋନର ଚାର୍ଜିଂ ପୋର୍ଟ କିମ୍ବା ଅଡିଓ ଜ୍ୟାକରେ ପ୍ରବେଶ କରିପାରେ। ଅନେକ ମୋବାଇଲ୍ କଭରରେ ପୋର୍ଟ ଏବଂ ଜ୍ୟାକ୍ କଭର ମଧ୍ୟ ଥାଏ। ତେଣୁ, ଏପରି କଭର ବ୍ୟବହାର କରି ଫୋନକୁ କ୍ଷତିଗ୍ରସ୍ତ ହେବାରୁ ରକ୍ଷା କରାଯାଇପାରିବ।

 

Comments are closed.