Latest Odisha News

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, କହିଲେ ଭାରତକୁ ଛଡ଼ାଯିବ ନାହିଁ

ନୂଆଦିଲ୍ଲୀ:କୌଣସି ପରିସ୍ଥିତିରେ ଭାରତକୁ ଛଡ଼ାଯିବ ନାହିଁ କି ଭାରତ ଛାଡ଼ ପାଇବ ନାହିଁ । ଆମେରିକୀୟ ଉତ୍ପାଦ ଉପରେ ଭାରତ ସରକାର ଯେଉଁଭଳି ଟାରିଫ୍ ଲଗାଇଛନ୍ତି, ଠିକ୍ ସେହିଭଳି ସମାନ ପରିମାଣର ଟାରିଫ୍ ଲଗାଇବ ଆମେରିକା । ଆମେରିକା କଂଗ୍ରେସକୁ କରିଥିବା ପ୍ରଥମ ସମ୍ବୋଧନରେ ଏହା କହିଛନ୍ତି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ । ଏପ୍ରିଲ ୨ ତାରିଖରୁ ଭାରତୀୟ ଉତ୍ପାଦ ଉପରେ ଟାରିପ୍ ଲାଗୁ କରିବ ଆମେରିକା । ଟ୍ରମ୍ପଙ୍କ କହିବା କଥା, ଆମେରିକୀୟ ଉତ୍ପାଦ ଉପରେ ବହୁ ଦେଶ ମନଇଚ୍ଛା ଟାରିଫ୍ ଲାଗୁ କରୁଛନ୍ତି । ଭାରତ ସର୍ବାଧିକ ଟାରିଫ୍, ଏପରିକି ଶହେ ପ୍ରତିଶତ ଉପରେ ଟାରିଫ୍ ଲଗାଉଛି ।

ଚୀନ୍, ମେକ୍ସିକୋ ଏବଂ କାନାଡା ଉତ୍ପାଦ ଉପରେ ଆମେରିକା ଅତିରିକ୍ତ ଟାରିଫ୍ ଲାଗୁ କରି ସାରିଥିବା ବେଳେ ଖୁବ୍ ଶୀଘ୍ର ଅନ୍ୟ ଦେଶ ଏବଂ ୟୁରୋପୀୟ ଦେଶ ଉପରେ ଲାଗୁ ହେବ ବୋଲି କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଟାରିଫ୍ ପ୍ରସଙ୍ଗରେ ତାଙ୍କ ସହ କେହି ଆଲୋଚନା କିମ୍ବା ଯୁକ୍ତିତର୍କ କରିପାରିବେ ନାହିଁ । ଯଦି କୌଣସି ଦେଶର ଦମ୍ ଅଛି, ସେ ଦେଶର ରାଷ୍ଟ୍ରମୁଖ୍ୟ ତାଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କିମ୍ବା ଯୁକ୍ତିତର୍କ କରନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ରଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆହୁରି କହିଛନ୍ତି ଯେ ତାଙ୍କ ପ୍ରଶାସନ ଆମେରିକାର ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ ଆଣିବା ପାଇଁ ସଂଘର୍ଷ କରୁଛି। ଏହା ବଡ଼ ସ୍ବପ୍ନ ଏବଂ ସାହସିକ କାର୍ଯ୍ୟର ସମୟ। ଜୋ ବାଇଡେନଙ୍କ ସମସ୍ତ ପରିବେଶଗତ କଟକଣାକୁ ସମାପ୍ତ କରିଦେଇଛନ୍ତି ଟ୍ରମ୍ପ ।

Comments are closed.