ଦୁବାଇ: ଭାରତ ଚଳିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ଦଳ ଏବେ ଟାଇଟଲ ହାସଲଠାରୁ ଗୋଟିଏ ପାଦ ଦୂରରେ ରହିଛି । ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିଥିବାରୁ ଫାଇଦାରେ ରହୁଥିବା ବିପକ୍ଷ ଟିମର କେତେକ ସଦସ୍ୟ ବୟାନ ଦେଇଥିଲେ । ତେବେ ଏହାକୁ କୋଚ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମା ଖଣ୍ଡନ କରିଛନ୍ତି । ଗମ୍ଭୀର କହିଥିଲେ, ଭାରତୀୟ ଟିମ ଆଇସିସି କ୍ରିକେଟ ଏକାଡେମୀରେ ଅଭ୍ୟାସ କରୁଛି । ଯାହା ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରୁ ସମ୍ପୂର୍ଣ୍ଣ ଭିନ୍ନ । ତେବେ ଗମ୍ଭୀରଙ୍କ ବୟାନର ବୀପରିତ କଥା କହିଛନ୍ତି ଷ୍ଟାର ପେସର ମହମ୍ମଦ ସାମୀ ।
ସେ କହିଛନ୍ତି, ଭାରତ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିଥିବାରୁ ଫାଇଦାରେ ରହୁଛି । ସାମୀଙ୍କ ବୟାନ ପରୋକ୍ଷରେ ଗମ୍ଭୀରଙ୍କୁ ମିଛୁଆ ପ୍ରମାଣିତ କରିଛି । ଭାରତ ଏଠାରେ ଖେଳିଥିବା ସମସ୍ତ ୪ଟି ଯାକ ମ୍ୟାଚରେ ବିଜୟ ହାସଲ କରିଛି । ଅନ୍ୟ ଟିମ ସେମାନଙ୍କ ମୁକାବିଲା ପାଇଁ ଭାରତ ତୁଳନାରେ ଅଧିକ ଯାତ୍ରା କରୁଛନ୍ତି । ୩୪ ବର୍ଷୀୟ ସାମୀ ଏହି ଟୁର୍ଣ୍ଣାମେଂଟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ବାଂଲାଦେଶ ବିପକ୍ଷରେ ୫, ଅଷ୍ଟ୍ରେଲିଆ ବିରୋଧରେ ୩ଟି ୱିକେଟ ନେଇ ସେ ଭାରତକୁ ଫାଇନାଲରେ ପ୍ରବେଶ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
Comments are closed.