Latest Odisha News

BREAKING NEWS

ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ: ସରିଲା ନିର୍ବନ୍ଧ ପଡିବ ହାତଗଣ୍ଠି

ଭୁବନେଶ୍ଵର: ଦୀର୍ଘ ଦିନର ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ସରିଲା ନିର୍ବନ୍ଧ ପଡିବ ହାତଗଣ୍ଠି । ଶେଷରେ ଜାଗ୍ରତିଙ୍କ ହାତ ଧରିଲେ ଅନୁଭବ ମହାନ୍ତି । ନିର୍ବନ୍ଧ କଲେ, ମୁଦି ଦିଆନିଆ ହେଲେ। ଆଉ ଦିନ କେଇଟା ପରେ ପଡ଼ିବ ଉଭୟଙ୍କର ହାତ ଗଣ୍ଠି। ଆଗରୁ ମନ ମିଶିଥିଲା ଏବେ ଦୁହେଁ ଏକାଠି ହେବାକୁ ପ୍ରତିଶୃତି ବଦ୍ଧ । ଉଭୟ ଉଭୟଙ୍କ ହାତଧରି ହୋଇଯିବେ ସାତ ଜନମର ସାଥି। ସୋସିଆଲ ମିଡିଆରେ ଉଭୟଙ୍କ ନିର୍ବନ୍ଧର ଫଟୋ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ନେଇ ଚର୍ଚ୍ଚା ମଧ୍ୟ ବଢିବାରେ ଲାଗିଛି ।

ତେବେ ରାଜ୍ଯ ବାହାରେ କୌଣସି ଏକ ସ୍ଥାନରେ ଗତ ଶୁକ୍ରବାର ନିର୍ବନ୍ଧ ସରିଥିବା ବେଳେ ବିବାହ ମଧ୍ୟ ରାଜ୍ୟ ବାହାରେ ହେବ ବୋଲି ଚର୍ଚ୍ଚା ହେଉଛି। ଉଭୟଙ୍କୁ ନେଇ ଅନେକ ଦିନ ଧରି ଚର୍ଚ୍ଚା ଆଲୋଚନା ଚାଲିଥିଲା। ଆଉ ଶେଷରେ ଉଭୟ ଗଣମାଧ୍ୟମରେ ବିବାହ କରିବାକୁ ନେଇ ସ୍ବୀକାର କରିନଥିଲେ ମଧ୍ୟ ଅସ୍ଵୀକାର ମଧ୍ୟ କରିନଥିଲେ । ଅଭିନେତାରୁ ସାଂସଦ ହେବା ପରେ ଅନୁଭବ ମହାନ୍ତିଙ୍କ ଜୀବନରେ ଜାଗ୍ରତି ଶୁକ୍ଳାଙ୍କର ଏଣ୍ଟ୍ରି ହୋଇଥିଲା । ଏକ ସାକ୍ଷାତକାରରୁ ବଢିଥିଲେ ସମ୍ପର୍କ । ଏହାପରେ ବର୍ଷାଙ୍କ ସହ ବିବାହ ବିଚ୍ଛେଦ ପାଇଁ ଅନୁଭବ ବର୍ଷ ବର୍ଷ ଧରି ଚେଷ୍ଟା ଜାରି ରଖିଥିଲେ।

ଆଉ ସେଥିରେ ସଫଳ ହେବାପରେ, ଧିରେ ଧିରେ ଚର୍ଚ୍ଚା ସତରେ ପରିଣତ ହୋଇଥିଲା। ଆଉ ଶେଷରେ ଏବେ ଦୁଇ ପାରିବାରର ସ୍ଵୀକୃତି କ୍ରମେ ପ୍ରତିଶ୍ରୁତି ଦିଆନିଆ ହୋଇଛନ୍ତି। ସୁପରଷ୍ଟାର ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଓ ଜାଗ୍ରତିଙ୍କୁ ନେଇ ଚାଲିଥିବା ସବୁ କଳ୍ପନା ଜଳ୍ପନାର ଅନ୍ତଘଟିଛି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଛେଦ ପରେ ଜାଗ୍ରତି ଙ୍କୁ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ । ତେବେ ଏନେଇ ଉଭୟ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରିନାହାନ୍ତି।

କହିରଖୁଛୁ ଯେ, ଗତ ୨୦୧୪ ଫେବ୍ରୁଆରି ୮ରେ ବର୍ଷାଙ୍କ ସହ ତାଙ୍କର ବାହାଘର ହୋଇଥିଲା। ବିଭିନ୍ନ ସମସ୍ୟାରୁ ଉଭୟଙ୍କର ଛାଡ଼ପତ୍ର ହୋଇଥିଲା। ୨୦୨୩ ଡିସେମ୍ବର ୨୧ରେ ହାଇକୋର୍ଟ ବିବାହ ବିଛେଦକୁ ଅନୁମତି ଦେଇଥିଲେ। ଏହା ପୂର୍ବରୁ ଜାଗ୍ରତିଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ଚର୍ଚ୍ଚା ହେବା ସହ ସେ ବାରମ୍ବାର ଓଡ଼ିଶା ଆସିଥିଲେ। ତେବେ ନିକଟରେ ଅନୁଭବଙ୍କ ଉପରେ ଜାଗ୍ରତି ଲେଖିଥିବା ଏକ ଜୀବନୀ ରିଲିଜ ହୋଇଥିଲା ।

 

Comments are closed.