Latest Odisha News

BREAKING NEWS

ଆଇଫା ଆୱାର୍ଡ: ବେଷ୍ଟ ଆକ୍ଟର କାର୍ତ୍ତିକ ଆର୍ଯ୍ୟନ, ଶ୍ରେଷ୍ଠ ଫିଲ୍ମ ଲାପତା ଲେଡିଜ୍

ଜୟପୁର: ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଫିଲ୍ମ ଏକାଡେମି (ଆଇଫା)ର ଆୱାର୍ଡ ଶୋ ମାର୍ଚ୍ଚ ୮ ଏବଂ ୯ରେ ଜୟପୁରରେ ଅନୁଷ୍ଠିତ ହୋଇଥିଲା। ଶନିବାର ଦିନ ଆଇଫା ଡିଜିଟାଲ୍ ପୁରସ୍କାର ଏବଂ ରବିବାର ଦିନ ଆଇଫା ମେନ୍ ଆୱାର୍ଡର ବିଜେତାମାନଙ୍କ ନାମ ଘୋଷଣା କରାଯାଇଥିଲା। ଯେଉଁଥିରେ ଥିଏଟରରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରଗୁଡ଼ିକୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏଥିରେ ‘ଭୁଲ ଭୁଲୈୟା ୩’ ପାଇଁ କାର୍ତ୍ତିକ ଆର୍ଯ୍ୟନ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଥିଲା ବେଳେ କିରଣ ରାଓଙ୍କ ନିର୍ଦ୍ଦେଶିତ ‘ଲାପତା ଲେଡିଜ୍’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ସହ ୯ଟି ଅନ୍ୟାନ୍ୟ ପୁରସ୍କାର ହାତେଇଥିଲା।

ଆଇଫା ମେନ୍ ଆୱାର୍ଡ ୨୦୨୫ର ବିଜେତା ଲିଷ୍ଟ୍-

ଶ୍ରେଷ୍ଠ ଚଳଚ୍ଚିତ୍ର – ‘ଲାପତା ଲେଡିଜ୍’

ଶ୍ରେଷ୍ଠ ନିର୍ଦ୍ଦେଶକ- କିରଣ ରାଓ – ‘ଲାପତା ଲେଡିଜ୍’

ପରଫର୍ମାନ୍ସ ଇନ ଲିଡିଂ ରୋଲ୍- (ପୁରୁଷ) କାର୍ତ୍ତିକ ଆର୍ଯ୍ୟନ୍ – ଭୁଲ ଭୁଲୈୟା ୩

ପରଫର୍ମାନ୍ସ ଇନ ଲିଡିଂ ରୋଲ୍ (ମହିଳା) – ନିତାଂଶୀ ଗୋୟଲ – ‘ଲାପତା ଲେଡିଜ୍’

ପରଫର୍ମାନ୍ସ ଇନ ନେଗେଟିଭ ରୋଲ୍ – ରାଘବ ଜୁଆଲ – କିଲ୍

ପରଫର୍ମାନ୍ସ ଇନ ଲିଡିଂ ସପୋର୍ଟିଂ ରୋଲ୍ (ମହିଳା)- ଜାନକୀ ବୋଡିୱାଲା – ସୈତାନ

ପରଫର୍ମାନ୍ସ ଇନ ଲିଡିଂ ସପୋର୍ଟିଂ ରୋଲ୍ (ପୁରୁଷ) – ରବି କିଷାନ – ‘ଲାପତା ଲେଡିଜ୍’

ଶ୍ରେଷ୍ଠ କାହାଣୀ (ମୌଳିକ) – ବିପ୍ଳବ ଗୋସ୍ୱାମୀ – ‘ଲାପତା ଲେଡିଜ୍’

ଆଉଟଷ୍ଟାଣ୍ଡିଂ ଆଚିଭମେଣ୍ଟ ଅଫ୍ ଇଣ୍ଡିଆନ ସିନେମା- ରାକେଶ ରୋଶନ

ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ

ସମ୍ପଥ ରାୟ – ‘ଲାପତା ଲେଡିଜ୍’

ଶ୍ରେଷ୍ଠ ଲିରିକ୍ସ- ପ୍ରଶାନ୍ତ ପାଣ୍ଡେ – ସଜନୀରେ (‘ଲାପତା ଲେଡିଜ୍’ )

ବେଷ୍ଟ ଏଡିଟିଂ- ଜବୀନ୍ ମର୍ଚାଣ୍ଟ (‘ଲାପତା ଲେଡିଜ୍’ )

ଶ୍ରେଷ୍ଠ ସ୍କ୍ରିନ ପ୍ଲେ- ସ୍ନେହା ଦେଶାଇ (‘ଲାପତା ଲେଡିଜ୍’ )

ଶ୍ରେଷ୍ଠ ଡେବ୍ୟୁ ଅଭିନେତା- ଲକ୍ଷ୍ୟ ଲାଲୱାନୀ (କିଲ୍)

ଶ୍ରେଷ୍ଠ ଡେବ୍ୟୁ ଅଭିନେତ୍ରୀ – ପ୍ରତିଭା ରାନ୍ତା – ‘ଲାପତା ଲେଡିଜ୍’

ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ- କୁନାଲ ଖେମୁ – ମାଡଗାଓଁ ଏକ୍ସପ୍ରେସ୍

ଶ୍ରେଷ୍ଠ ଗାୟକ ପୁରୁଷ- ଜୁବିନ୍ ନୌଟିୟାଲ୍ – ଦୁଆ (ଆର୍ଟିକିଲ୍ ୩୭୦)

ଶ୍ରେଷ୍ଠ ଗାୟିକା ମହିଳା- ଶ୍ରେୟା ଘୋଷାଲ – ମେରେ ଢୋଲନା (ଭୁଲ ଭୁଲୈୟା ୩)

ବେଷ୍ଟ ସାଉଣ୍ଡ ଡିଜାଇନ୍- ସୁଭାଷ ସାହୁ, ବୋଲୋୟ କୁମାର ଡୋଲୋଇ, ରାହୁଲ କାର୍ପେ- (କିଲ୍)

 

Comments are closed.