Latest Odisha News

ଚଳିତ ବର୍ଷ ଜାନୁଆରୀ ଥିଲା ଅପରାଧର ମାସ, ଘଟିଛି ସର୍ବାଧିକ ଅପରାଧ

ଭୁବନେଶ୍ଵର: ଚଳିତ ବର୍ଷ ଜାନୁଆରୀ ମାସରେ ରାଜ୍ୟରେ ସର୍ବାଧିକ ଅପରାଧ ଘଟିଛି। ୨୦୨୫ ମସିହାରେ ଅପରାଧର ମାସ ଥିଲା ଜାନୁଆରୀ। ୧୧ଟି ହତ୍ୟା, ୨୦ ଡକାୟତି, ୧୫୦୯ ଚୋରି, ୧୦୧ ଦଙ୍ଗା, ୧୯୪ ସାଇବର ଅପରାଧ, ୬୫୫ ଅସଦାଚରଣ, ୭୯ ଯୌନ ନିର୍ଯାତନା ଘଟଣା ଘଟିଛି। ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି।

୧୪୯ଟି ସର୍ବସାଧାରଣରେ ମହିଳାଙ୍କୁ ଅସଦାଚରଣ ଘଟଣା, ୧୧ ଅଶ୍ଳୀଳ ଭିଡିଓ ଉତ୍ତୋଳନ, ୩୧ ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଛି।

ସେହିପରି ୨୦୨୪ରେ ୧୨୫୮ ହତ୍ୟା, ୩୫୬ ଡକାୟତି, ୧୭୮୦୫ ଚୋରି, ୧୪୭୧ ଦଙ୍ଗା, ୨୫୦୧ ସାଇବର ଅପରାଧ, ୭୨୯୯ ଅସଦାଚାରଣ, ୧୦୮୨ ଯୌନ ନିର୍ଯାତନା, ୧୮୩୯ ସର୍ବସାଧାରଣ ମହିଳାଙ୍କୁ ଅସଦାଚାରଣ, ୧୧୧ ଅଶ୍ଳୀଳ ଭିଡିଓ ଉତ୍ତୋଳନ, ୩୬୫ ମହିଳାଙ୍କୁ ହଇରାଣ କରିବା ମାମଲା ରୁଜୁ ହୋଇଛି।

Comments are closed.