Latest Odisha News

BREAKING NEWS

ଅବସର ପରେ ପୁଣି ଭାରତୀୟ ଦଳକୁ କାହିଁକି ଫେରିଲେ ଷ୍ଟାର ଫୁଟବଲର ଛେତ୍ରୀ ?

ନୂଆଦିଲ୍ଲୀ: ଅବସର ନେଇଥିବା ଭାରତର ଷ୍ଟାର ଫୁଟବଲର ସୁନୀଲ ଛେତ୍ରୀ ପୁଣି ଭାରତୀୟ ଦଳକୁ ଫେରିଛନ୍ତି । ଛେତ୍ରୀ ଗତବର୍ଷ ଜୁନରେ ଫିଫା ବିଶ୍ୱକପ ୨୦୨୬ ଯୋଗ୍ୟତା ପର୍ଯ୍ୟାୟରେ କୁଏତ ସହ ଗୋଲ ଡ୍ର ପରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଥିଲେ। ପ୍ରାୟ ଆଠ ମାସ ପରେ ସେ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ଆଗାମୀ ଦିନରେ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଏଏଫସି ଏସିଆନ କପ୍ ୨୦୨୭ ଯୋଗ୍ୟତା ପର୍ଯ୍ୟାୟର ତୃତୀୟ ରାଉଣ୍ଡରେ ଛେତ୍ରୀଙ୍କୁ ପୁଣିଥରେ ଭାରତୀୟ ଜର୍ସିରେ ଖେଳୁଥିବାର ଦେଖିବାକୁ ମିଳବ ।

ସୂଚନାଥାଉକି, ବ୍ଲୁ ଟାଇଗର୍ସ ମାର୍ଚ୍ଚ ୧୯ରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ମାଳଦ୍ୱୀପ ସହିତ ମୁକାବିଲା କରିବ, ଏହାର ଛଅ ଦିନ ପରେ ମାର୍ଚ୍ଚ୨୫ରେ ବାଂଲାଦେଶ ବିପକ୍ଷରେ ମୁକାବିଲା ପାଇଁ ପ୍ରସ୍ତୁତ ହେବ। ଆଶ୍ଚର୍ଯ୍ୟଜନକ ଭାବରେ ଅବସର ପରେ ପୁଣି ଭାରତୀୟ ଦଳକୁ ଫେରିଥିବା ପୂର୍ବତନ ଅଧିନାୟକ ସୁନୀଲ ଛେତ୍ରୀଙ୍କ ଉପରେ ଫୁଟବଲ ପ୍ରେମୀଙ୍କ ନଜର ରହିବ ।

AFC ଏସିଆନ କପ୍ 2027 କ୍ୱାଲିଫାୟର (AFC Asian Cup 2027 Qualifiers )ର ପ୍ରଥମ ମ୍ୟାଚ୍ ପୂର୍ବରୁ ଭାରତୀୟ ସିନିୟର ପୁରୁଷ ଦଳ ୧୪ମାର୍ଚ୍ଚ ଦିନ ସିଲଂରେ ପହଞ୍ଚିଛନ୍ତି । ଏଥିପାଇଁ ଟ୍ରେନିଂ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ବ୍ଲୁ ଟାଇଗର୍ସ ମାର୍ଚ୍ଚ ୧୯ରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ମାଳଦ୍ୱୀପ ବିପକ୍ଷରେ ଖେଳିବ, ଯାହା ଏକ ଐତିହାସିକ ମୁହୂର୍ତ୍ତ ହେବ । କାରଣ ମେଘାଳୟ ରାଜଧାନୀରେ ପ୍ରଥମ ଥର ପାଇଁ ଭାରତୀୟ ପୁରୁଷ ଦଳଙ୍କ ଅନ୍ତର୍ଜାତୀୟ ମ୍ୟାଚ ହେବାକୁ ଯାଉଛି ।

ଭାରତୀୟ ଫୁଟବଲ ଦଳର ବରିଷ୍ଠ ଡିଫେଣ୍ଡର ସନ୍ଦେଶ ଝିଙ୍ଗାନ କହିଛନ୍ତି ଯେ, ଜାତୀୟ ଶିବିରକୁ ଫେରିବା ସର୍ବଦା ଏକ ଭଲ ଅନୁଭବ। ଏକ ରାଷ୍ଟ୍ର ଭାବରେ, ଆମେ ପ୍ରଥମ ଥର ପାଇଁ ଶିଲଂରେ ଖେଳିବୁ, ଏବଂ ଏହା ଏକ ରୋମାଞ୍ଚକର ମ୍ୟାଚ ହେବ, ଯେହେତୁ ମେଘାଳୟ ଏକ ରାଜ୍ୟ ଯିଏ ଫୁଟବଲ ସହ ବେଶ୍ ଜଡିତ। ଆମେ ଏଠାରେ ଖେଳିବାକୁ ଉତ୍ସାହର ସହିତ ଅପେକ୍ଷା କରିଛୁ ।

ଆହୁରି ମଧ୍ୟ ସେ କହିଛନ୍ତି “ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ବାଂଲାଦେଶ ମ୍ୟାଚ୍‌ରେ ଜିତିବା, କାରଣ ଏହା ଆମକୁ ଏସିଆନ କପ୍ କ୍ୱାଲିଫାୟର୍‌ରେ ଏକ ଭଲ ଆରମ୍ଭ ଦେବ । ଆମର ଲକ୍ଷ୍ୟ ଦୁଇଟି କ୍ଲିନ୍ ସିଟ୍ ବିଜୟ ।

ଛେତ୍ରୀଙ୍କ ଜାତୀୟ ଦଳକୁ ଫେରିବା ସମ୍ପର୍କରେ ମୁଖ୍ୟ ପ୍ରଶିକ୍ଷକ ମାନୋଲୋ ମାର୍କେଜ୍ କହିଛନ୍ତି, ” ଆଇଏସଏଲରେ ଭାରତୀୟ ସର୍ବାଧିକ ସ୍କୋରର ହେଉଛନ୍ତି ସୁନୀଲ । ଆମକୁ ଗୋଲ ସ୍କୋର କରୁଥିବା ଖେଳାଳି ଆବଶ୍ୟକ। ଏପର୍ଯ୍ୟନ୍ତ ମୋର ଚାରିଟି ମ୍ୟାଚ୍‌ରେ, ଆମେ କେବଳ ଦୁଇଟି ଗୋଲ କରିଛୁ । ଏହି ମୁହୂର୍ତ୍ତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଫଳାଫଳ ପାଇବା। ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ।”

ଆହୁରି ମଧ୍ୟ ମୁଖ୍ୟକୋଚ୍ କହିଛନ୍ତି ଯେ, “ଏହା ଏକ ବିଶେଷ ପରିସ୍ଥିତି ଥିଲା । ମୁଁ ତାଙ୍କୁ ଫୋନ୍ କରିବା ପୂର୍ବରୁ AIFF ଏବଂ ବେଙ୍ଗାଲୁରୁ FC ସହିତ କଥା ହୋଇଥିଲି। ମୁଁ ସୁନୀଲଙ୍କ ସହିତ କଥା ହୋଇ ତାଙ୍କଠାରୁ ମୁଁ କ’ଣ ଚାହୁଁଛି ତାହା ବୁଝାଇଥିଲି। ସେ ୪୦ ବର୍ଷ ବୟସର ହେଲେ ମଧ୍ୟ କିଛି ଫରକ ପଡ଼େ ନାହିଁ। ଜାତୀୟ ଦଳକୁ ଭଲ ଫର୍ମରେ ଥିବା ଖେଳାଳି ଆବଶ୍ୟକ,”

Comments are closed.