ପାଟଣା: ମହଙ୍ଗା ପଡିଲା ବିନା ହେଲମେଟରେ ଗାଡ଼ି ଚଳେଇବା। କାଲି ପୋଲିସଙ୍କୁ ଠୁମକା ଲଗାଇବାକୁ ଧମକ ଆଉ ଏବେ ଟ୍ରାଫିକ ନିୟମ ଭଙ୍ଗ, ରାଜନେତା ତାହା ପୁଣି ଜଣେ ବିଧାୟକ ହୋଇ ମଧ୍ୟ ଭାଙ୍ଗିଲେ ଟ୍ରାଫିକ ନିୟମ। ହେଲେ ନିସ୍ତାର ନାହିଁ, ଗଣିବାକୁ ପଡ଼ିବ ଠନ୍ ଠନ୍ ଗୋପାଳ।
ଆରଜେଡି ନେତା ତଥା ବିଧାୟକ ତେଜପ୍ରତାପ ଯାଦବଙ୍କୁ ବିନା ହେଲମେଟ୍ରେ ସ୍କୁଟି ଚଲାଇବାରୁ ଜରିମାନା ଲାଗିଛି। ପାଟ୍ନାରେ ୪ ହଜାର ଟଙ୍କାର ଚାଲାଣ କାଟିଛି ଟ୍ରାଫିକ୍ ପୋଲିସ। ତେବେ ଗତ କାଲି ହୋଲି ଉତ୍ସବ ସମୟରେ ତେଜଙ୍କୁ ବିନା ହେଲମେଟ ରେ ସ୍କୁଟି, ଚଳାଉଥିବାର ଦେଖିବାକୁ ମିଳିଥିଲା । ବିହାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ସ୍କୁଟି ଚଲାଇଥିଲେ ତେଜପ୍ରତାପ। ଯାହାକୁ ନେଇ ଟ୍ରାଫିକ ପୋଲିସ୍ ୪ ହଜାର ଟଙ୍କାର ଚାଲାଣ କାଟିଛନ୍ତି। ଏଥିସହିତ ସେ ଚଳାଉଥିବା ସ୍କୁଟିର ଇନ୍ସ୍ୟୁରାନ୍ସ ଓ ପଲ୍ୟୁସନ୍ ସାର୍ଟିଫିକେଟ୍ର ଅବଧି ମଧ୍ୟ ସରିଯାଇଥିବା ସୂଚନା ଦେଇଛି ପୋଲିସ୍।
ସେପଟେ ଗତକାଲି ତେଜ ପ୍ରତାପ ହୋଲି ଉତ୍ସବ ପାଳନ ବେଳେ ପୋଲିସଙ୍କୁ ଦଳୀୟ କର୍ମୀଙ୍କ ମଧ୍ୟରେ ନାଚିବାକୁ ନିର୍ଦ୍ଦେଶ ଦେଇ ସମଲୋଚିତ ହୋଇଥିଲେ। ଏହି ଘଟଣାକୁ ଜେଡିୟୁ, ବିଜେପି ଏବଂ ସହଯୋଗୀ କଂଗ୍ରେସ ଦୃଢ଼ ନିନ୍ଦା କରିଥିଲା।ଜେଡିୟୁର ଜାତୀୟ ମୁଖପାତ୍ର ରାଜୀବ ରଞ୍ଜନ ପ୍ରସାଦ ଏହାକୁ ନିନ୍ଦା କରି କହିଛନ୍ତି ଯେ ବିହାରରେ ଏପରି କାର୍ଯ୍ୟର କୌଣସି ସ୍ଥାନ ନାହିଁ, ଯେତେବେଳେ ବିଜେପି କହିଛି ଯେ ଏହି ଘଟଣା ସେମାନଙ୍କୁ କ୍ଷମତାରୁ ଦୂରେଇ ରଖିବାର କାରଣ ଦର୍ଶାଉଛି। ଯାହା ଥମିନଥିବା ବେଳେ ଏବେ ପୁଣି ଆଉ ଏକ ନୂଆ ଅଡ଼ୁଆରେ ଫସିଛନ୍ତି ତେଜ।
Comments are closed.