ନୂଆଦିଲ୍ଲୀ: ଆଉ ମାତ୍ର ଦିନ କେଇଟା। ଦୀର୍ଘ ୯ ମାସର ଅବଧି ପରେ ଶେଷରେ ପୃଥିବୀ ଫେରିବେ ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର। ବହୁ ବାଧାବିଘ୍ନ ପରେ ପ୍ରାୟ ନଅ ମାସ ମହାକାଶରେ ରହିବା ପରେ ଶେଷରେ ପୃଥିବୀକୁ ଫେରିବେ। ତାଙ୍କ ବଦଳକାରୀ ଆଇଏସଏସ ଟିମ୍ କ୍ରୁ-୧୦, ରବିବାର, ମାର୍ଚ୍ଚ ୧୬ ତାରିଖରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପ୍ରବେଶ କରିସାରିଛନ୍ତି।
କ୍ରୁ-୧୦ ଏବଂ କ୍ରୁ-୯ ମଧ୍ୟରେ ଦୁଇ ଦିନିଆ ହସ୍ତାନ୍ତର ଅବଧି ପରେ, ପରବର୍ତ୍ତୀ ମାର୍ଚ୍ଚ ୧୯ ତାରିଖରେ ସୁନୀତା ପୃଥିବୀକୁ ଫେରିବା ନେଇ ଆଶା କରାଯାଉଛି। ଷ୍ଟାରଲାଇନର୍ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର କ୍ରୁ-୯ର ଅଂଶ।
ସ୍ପେସଏକ୍ସର ଫାଲକନ୍ ୯ ରକେଟ୍ ରେ ଥିବା ଏକ ବଦଳକାରୀ କ୍ରୁ ୧୦, ମାର୍ଚ୍ଚ ୧୪ ତାରିଖରେ ଫ୍ଲୋରିଡାର ନାସାର କେନେଡି ସ୍ପେସ୍ ସେଣ୍ଟରରୁ ସନ୍ଧ୍ୟା ୭:୦୩ ET ରେ ଉଡ଼ାଣ ଭରିଥିଲା। ଯାହା ରବିବାର, ମାର୍ଚ୍ଚ ୧୫ ସକାଳ ୯ଟା ସମୟରେ ଆଇଏସଏସରେ ପହଞ୍ଚିସାରିଛନ୍ତି। ଏହା ପରେ ସୁନୀତା ଏବଂ ତାଙ୍କ ସେଥି ସେମାନଙ୍କୁ ଏକ ଗ୍ରାଣ୍ଡ ୱେଲକମ୍ ଦେଇଥିଲେ।
ନାସା କହିଛି ଯେ, ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ୧୯ ମାର୍ଚ୍ଚରେ ନାସା ମହାକାଶଚାରୀ ନିକ୍ ହେଗ୍ ଏବଂ ରୁଷୀୟ ମହାକାଶଚାରୀ ଆଲେକଜାଣ୍ଡର ଗୋର୍ବୁନୋଭଙ୍କ ସହିତ ପ୍ରସ୍ଥାନ କରିବେ ବୋଲି ସୂଚନା ଦେଇଛି।
Comments are closed.