ଭୁବନେଶ୍ଵର: ରାଜ୍ୟରେ କାହାର ହଠାତ୍ କଟାଯିବନି ରାସନ କାର୍ଡ। ସର୍ଭେ ପରେ କଟିବ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଡୋର ଟୁ ଡୋର ଭେରିଫିକେସନ ପରେ କାହାର କଟାଯିବ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।
ଏଥିସହିତ ମନ୍ତ୍ରୀ ଏହା ବି କହିଛନ୍ତି, ଏବେବି ୩୦ ଲକ୍ଷ ୭୩୪ ଲୋକ ଇ- କେୱାଇସି କରି ନାହାନ୍ତି। ୩୧ ମାର୍ଚ୍ଚ ପରେ ଜଣାପଡ଼ିବ କେତେ ଲୋକ ଇ- କେୱାଇସି କରିନାହାନ୍ତି। ମାର୍ଚ୍ଚ ପରେ ଫିଲ୍ଡ ଭିଜିଟ୍ କରି ଇ- କେୱାଇସି କାହିଁକି ହୋଇନି ଯାଞ୍ଚ ହେବ।
ଏଥିସହିତ ୬ ଲକ୍ଷ ୩୫ ହଜାର ପୋର୍ଟାଲ ଜରିଆରେ ପୂର୍ବରୁ ଆବେଦନ କରିଛନ୍ତି। ଏବେ ସେମାନଙ୍କ ସର୍ଭେ ଚାଲିଛି, ୧୫ ଏପ୍ରିଲ ସୁଦ୍ଧା ଏହି ସର୍ଭେ କାମ ସରିବ। ସର୍ଭେ ପରେ ନୂଆ ରାସନ କାର୍ଡ ହିତାଧିକାରୀ ରାସନ ପାଇବେ। ଏଥିପାଇଁ ନୂଆ ପୋର୍ଟାଲ ଖୋଲିଛି, ଏପର୍ଯ୍ୟନ୍ତ ୫୦ ହଜାର ଆବେଦନ ଆସିଲାଣି।
ସେପଟେ ରାସନ୍ କାର୍ଡ କଟିବ ନେଇ ଏବେ ଲୋକଙ୍କ ମନରେ ଛାନିଆ ପଶିଥିବା ବେଳେ, ଏନେଇ ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ।ମନ୍ତ୍ରୀ କହିଛନ୍ତି, ହଠାତ୍ କାହାର କାର୍ଡ କଟିବନି। ଗ୍ରାମାଞ୍ଚଳରେ ମାସିକ ୧୦ ହଜାର ଏବଂ ସହରାଞ୍ଚଳରେ ୧୫ ହଜାର ଆୟ ଥିଲେ କାର୍ଡ କଟିବାକୁ ପୂର୍ବରୁ ନିର୍ଦ୍ଦେଶ ଆସିଥିଲା। ଯେଉଁମାନେ ପ୍ରକୃତରେ ଗରିବ ସେମାନଙ୍କର କାର୍ଡ ରହୁ, ସେଥିପାଇଁ ଫିଜିକାଲ ଭେରିଫିକେସନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ପରବର୍ତ୍ତୀ ସମୟରେ ଡୋର ଟୁ ଡୋର ଭେରିଫିକେସନ ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।
Comments are closed.