Latest Odisha News

BREAKING NEWS

UPIରେ ଟଙ୍କା ନେଲେ ମିଳିବ ଏହିସବୁ ଫାଇଦା

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ UPI ପେମେଣ୍ଟ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛି କେନ୍ଦ୍ର କ୍ୟାବିନେଟ୍। UPI ପେମେଣ୍ଟକୁ ଆହୁରି ଲୋକପ୍ରିୟ କରିବାକୁ ଯୋଜନା ଆରମ୍ଭ କରିଛନ୍ତି ସରକାର। କମ ମୂଲ୍ୟର UPI ପେମେଣ୍ଟ ସହିତ ଡିଜିଟାଲ ପେମେଣ୍ଟକୁ ବୃଦ୍ଧି କରିବା, ଏହାର ମୂଳ ଲକ୍ଷ ରହିଛି। ଏନେଇ ଏକ ହଜାର ପାଞ୍ଚ ଶହ କୋଟି ଟଙ୍କା ଅନୁମୋଦନ କରାଯାଇଛି।

ଏହି ଯୋଜନା ଅଧୀନରେ, ୨ ହଜାର ଟଙ୍କା ପର୍ଯ୍ୟନ୍ତ UPI ପେମେଣ୍ଟ ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯିବ। ଯାହା ବିଶେଷ କରି ଛୋଟ ବ୍ୟବସାୟୀମାନଙ୍କୁ ଲାଭ ଦେବ। ବ୍ୟବସାୟୀ ଏବଂ ଗ୍ରାହକଙ୍କ ଉପରେ ଆର୍ଥିକ ବୋଝ ହ୍ରାସ କରିବା ସହିତ, ଡିଜିଟାଲ ପେମେଣ୍ଟ ଲୋକପ୍ରିୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଛୋଟ ବ୍ୟବସାୟୀମାନଙ୍କ ପାଇଁ ୨ ହଜାର ପର୍ଯ୍ୟନ୍ତ UPI ପେମେଣ୍ଟ ଉପରେ, ପ୍ରତି ପେମେଣ୍ଟ ପାଇଁ 0.୧୫ ପ୍ରତିଶତ ପ୍ରୋତ୍ସାହନ ଦିଆଯିବ। ଏହାର ଅର୍ଥ , ଯଦି ଜଣେ ଗ୍ରାହକ ୧ ହଜାର ଟଙ୍କାର ଜିନିଷ କିଣି UPI ମାଧ୍ୟମରେ ପେମେଣ୍ଟ କରନ୍ତି, ତେବେ ଦୋକାନୀକୁ ୧ .୫ ଟଙ୍କାର ପ୍ରୋତ୍ସାହନ ମିଳିବ।

ଡିଜିଟାଲ ଯୁଗରେ ଦୋକାନୀମାନଙ୍କ ପାଇଁ UPI ହେଉଛି, ସବୁଠୁ ସହଜ ଓ ସୁରକ୍ଷିତ ପେମେଣ୍ଟ ପ୍ରଣାଳୀ। ଯେତେବେଳେ ଆପଣ upi ମାଧ୍ୟମରେ ପେମେଣ୍ଟ କରିବେ, ଟଙ୍କା ସିଧାସଳଖ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ। ଆପଣ କୌଣସି ଅତିରିକ୍ତ ଖର୍ଚ୍ଚ ନକରି ମଧ୍ୟ UPI ସେବା ପାଇ ପାରିବେ ।

ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ

Comments are closed.