Latest Odisha News

BREAKING NEWS

କାହିଁକି ହୋମ ବିନା କୌଣସି ପୂଜାକାର୍ଯ୍ୟ ସମ୍ପୂର୍ଣ୍ଣ ହୁଏନାହିଁ, ଜାଣନ୍ତୁ…

ହିନ୍ଦୁ ଧର୍ମରେ ଅନେକ ପରମ୍ପରା କାହିଁ କେଉଁ କାଳରୁ ରହି ଆସିଛି । ସେଠି ମଧ୍ୟରୁ ଗୋଟିଏ ହେଉଛି ହୋମ,ଯଜ୍ଞାନୁଷ୍ଠାନ । ରାମାୟଣ, ମହାଭାରତ ଯୁଗରେ ମଧ୍ୟ ହୋମ ର ବହୁ ଗୁରୁତ୍ୱ ରହିଥିଲା । ଅଗ୍ନିଙ୍କ ମାଧ୍ୟମରେ ଈଶ୍ୱରଙ୍କ ଉପାସନା କରିବାର ପ୍ରକ୍ରିୟା କୁ ହୋମ କୁହାଯାଏ । ଏକଥା ମଧ୍ୟ କୁହାଯାଏ ଯେ, ଏହା ଆମ ଜୀବନରେ ସକରାତ୍ମକ ପ୍ରଭାବ ପକାଇଥାଏ ।

ଧର୍ମଗ୍ରନ୍ଥ ଅନୁସାରେ ଯଜ୍ଞ ଓ ହୋମ କରିବାର ପରମ୍ପରା ସନାତନ କାଳରୁ ଚାଲି ଆସିଛି । ହୋମ କରିଲେ ସେତିକି ଶୁଭଫଳ ଆଜିବି ସେତିକି ଅଛି, ଯେତିକି ରହିଥିଲା ପୂର୍ବରୁ ।ଏକଥା ବି ବିଶ୍ୱାସ ରହିଛି ଯେ ହୋମ ବିନା କୌଣସି ପୂଜା, ମନ୍ତ୍ର, ଜପ ପୁର୍ଣ ହୁଏନାହିଁ ।

ଆମେ ଯେଉଁ ହୋମ କରିଥାଉ ସେଥିରେ ବାହାରୁଥିବା ଧୂଆଁ ପରିବେଶ ଓ ଆମ ସ୍ୱାସ୍ଥ୍ୟ ଲାଗି ବହୁ ଉପକାରୀ ଅଟେ ।ହୋମ ଧୂଆଁ ରେ ଜୀବନ ପ୍ରାଣର ସଂଜୀବନି ଶକ୍ତି ସଂଚାର ହୋଇଥାଏ । ଏହା ମାଧ୍ୟମରେ ଅନେକ ରୋଗ ମଧ୍ୟ ଦୂର ହୋଇଥାଏ ବୋଲି ବେଦ ରେ କୁହାଯାଇଛି ।
ହୋମ ଲାଗି ପବିତ୍ରତା ର ଆବଶ୍ୟକ ରହିଛି ।କାରଣ ତାହା ଶରୀର ପାଈଁ ନିହାତି ଆବଶ୍ୟକ । ଏହା ଶରୀରକୁ ସୁସ୍ଥ ରଖିବା ସହ ଶୁଦ୍ଧ ତାକୁ ବି ବଜାୟ ରଖିଥାଏ ।

ହୋମ ପାଈଁ ଯେଉଁ କାଠ,ଘିଅ, ଗୋବର,ଓ ଅନ୍ୟାନ୍ୟ ସାମଗ୍ରୀ ବେବହାର ହଉଥାଏ ସେଥିରେ ଅନେକ ଜୀବାଣୁ ବାସ ହୋଇଥାଏ ।

ଘରେ ହୋମ କରିବା ଦ୍ୱାରା ଘରର ଶୁଦ୍ଧିକରଣ ହେବା ସହ ବାସ୍ତୁ ଦୋଷ ଦୁରିକରଣ ସହ ଶରୀର ସୁସ୍ଥ ମଧ୍ୟ ରହିଥାଏ ।

ହଁ ହୋମ କରିବା ସମୟରେ କୌଣସି ମନ୍ତ୍ର,ଜପ କରିବା ଦ୍ୱାରା ସକରାତ୍ମକ ଧ୍ୱନି ତରଙ୍ଗୀତ ହୋଇଥାଏ । କୌଣସି ବି ମନ୍ତ୍ର ସୁବିଧା ଅନୁସାରେ ଜପ କରାଯାଇପାରିବ ।

Leave A Reply

Your email address will not be published.