Latest Odisha News

BREAKING NEWS

ଝାଡଖଣ୍ଡ ନିର୍ବାଚନ: କଡା ସୁରକ୍ଷା ମଧ୍ୟରେ ୧୭ ଆସନ ଲାଗି ମତଦାନ ଜାରି

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ୩ୟ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି।

ଏହି ୩ୟ ପର୍ଯ୍ୟାୟରେ ୧୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଡ଼ା ସୁରକ୍ଷା ବଳୟରେ ମତଦାନ ଜାରି ରହିଛି । ଆଜି ଯେଉଁସବୁ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି ସେଥି ମଧ୍ୟରେ ରହିଛି- ରାଞ୍ଚି, ହଟିଆ, କାଙ୍କେ, ରାମଗଡ, ବରକଠା ଆଦି ବିଧାନସଭା ଆସନରେ ସନ୍ଧ୍ୟା ୫ଟା ଯାଏଁ ମତଦାନ ହେବାକୁ ଥିବାବେଳେ ସିଲ୍ଲୀ, ଖିଜରୀ, ମାଣ୍ଡୁ, ହଜାରିବାଗ, କୋଡରମା, ବରହୀ, ବଡକାଗାଓ, ସିମରିୟା, ଧନବାର, ଗୋମିଆ, ବେରମୋ ଓ ଉଚାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅପରାହ୍ନ ୩ଟା ଯାଏଁ ଭୋଟ ଗ୍ରହଣ ହେବାନେଇ ଗଣମାଧ୍ୟମ ସୁତ୍ରରୁ ପ୍ରକାଶ ।

ଅନ୍ୟପକ୍ଷରେ ଆଜି ଅନୁଷ୍ଠିତ ଏହି ୩ୟ ପର୍ଯ୍ୟାୟ ନିର୍ବାଚନରେ ୧୭ଟି ବିଧାନସଭା ଆସନ ପାଇଁ ପ୍ରାୟ ୩୦୯ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ଏହାବ୍ୟତିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ ଚୌବେ କହିଛନ୍ତି, “ଆଜି ହେଉଥିବା ୧୭ଟି ଆସନ ଲାଗି ମୋଟ୍ ୭୦୧୬ଟି ବୁଥ୍ ହୋଇଥିବା ବେଳେ ସେଥିମଧ୍ୟରୁ ୩୬୮୦ ମତଦାନ କେନ୍ଦ୍ର ଅତି ସମ୍ବେଦନଶୀଳ ଏବଂ ୧୬୨୨କୁ ଭୋଟ୍ କେନ୍ଦ୍ରକୁ ସମ୍ବେଦନଶୀଳ ଘୋଷଣା କରାଯାଇଛି ।

ତେବେ ଉକ୍ତ ଅଞ୍ଚଳ ଗୁଡିକରେ ସୁରକ୍ଷା ଦୃଷ୍ଟିକୋଣରୁ ଯବାନ ଓ ଅର୍ଦ୍ଧ ସାମରିକ ଦଳ ନିୟୋଜିତ ହୋଇଛନ୍ତି । ଏହାବ୍ୟତିତ ମାଓବାଦୀଙ୍କ ଗତିବିଧି ଉପରେ ସ୍ୱତନ୍ତ୍ର ନଜର ରଖାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ନେଇ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ନଭେମ୍ବର ୩୦ରୁ ଡ଼ିସେମ୍ବର ୨୦ ତାରିଖ ପର‌୍ୟ୍ୟନ୍ତ ୫ଟି ପର‌୍ୟ୍ୟାୟରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.