Latest Odisha News

BREAKING NEWS

ବିଧାନସଭା ଚାରିପଟେ ଗଙ୍ଗାଜଳ ଛିଞ୍ଚିଲା ବିଜେଡ଼ି 

ଭୁବନେଶ୍ୱର: କଂଗ୍ରେସ ଗଲା, ଏବେ ବିଜେଡିର ପାଳି। ଆଜି ପ୍ରଶ୍ନକାଳ ଆରମ୍ଭ ପୂର୍ବରୁ ବିଧାନସଭା ଚାରିପଟେ ଗଙ୍ଗା ଜଳ ଛିଞ୍ଚିଛି ବିଜେଡି । ବିଜେଡ଼ି ବିଧାୟକ ମାନେ ବିଧାନସଭା ଚାରିପଟେ ଗଙ୍ଗାଜଳ ଛିଞ୍ଚି ପବିତ୍ର କରିଛନ୍ତି। ବିଧାନସଭାରେ ପଶିବା ପୂର୍ବରୁ ବିଧାନସଭା ଚାରିପଟେ ମାଟି କଳସରେ ଗଙ୍ଗା ଜଳ ଧରି ଆମ୍ବଡାଳରେ ଛିଞ୍ଚିଛନ୍ତି ବିଜେଡ଼ି ସଦସ୍ୟ ।

ଏନେଇ ବିଜେଡି କହିଛି, ବିଧାନସଭା ଅପବିତ୍ର ହୋଇଯାଇଛି। ବିଧାନସଭାରେ ପୂର୍ବରୁ ଯେବେ ପୋଲିସ୍ ପଶିନଥିଲା । ହେଲେ ବିଧାନସଭାରେ ପୋଲିସ୍‌ ପଶି ବିଧାୟକଙ୍କ ଉପରକୁ ଆକ୍ରମଣ କରିଥିଲା । ବିଧାନସଭାରେ କେବେ ପୋଲିସ ପଶିନଥିଲା କିମ୍ବା ବିଧାୟକଙ୍କ ଉପରକୁ କେବେ ଆକ୍ରମଣ କରିନଥିଲା । କିନ୍ତୁ ବିଧାନସଭାରେ ଏବେ ପୋଲିସ୍‌ ପଶି ଅପବିତ୍ର କରିଛି, ଯାହାକୁ ନେଇ ବିଜେଡ଼ି ଗଙ୍ଗା ଜଳ ଛିଞ୍ଚି ବିଧାନସଭା ବାହାରେ ଏବଂ ଗୃହ ଭିତରେ ପବିତ୍ର କରୁଛି।

ବିଜେପି ମଧ୍ୟ ଏହାର କଡା ଜବାବ ଦେଇଛି । ବିଧାନସଭା ଅପବିତ୍ର ନୁହେଁ ବୋଲି କହିଛି ଶାସକ ବିଜେପି । ଏତିସହିତ ବିଜେହିର ଗଙ୍ଗାଜଳ ପ୍ରତିବାଦକୁ କଟାକ୍ଷ କରି, ଆମ ମହାକୁମ୍ଭରୁ ଜଳ ଆଣିଛୁ ବୋଲି କହିଛି ବିଜେପି ।

ସେପଟେ ଆଜି ସକାଳୁ ମଧ୍ୟ କଂଗ୍ରେସର ହଜାର ହଜାର ସମର୍ଥକ ଓ ନେତାମାନେ ପଦଯାତ୍ରା ଆରମ୍ଭ କରି ନାରୀ ସୁରକ୍ଷାେ ପ୍ରସଙ୍ଗକୁ ନେଇ ଜୋରଦାର ଗର୍ଜିଛନ୍ତି । ରାମ ମନ୍ଦିର ଛକ ଠାରୁ ଲୋୟର ପିଏମଜି ଗାନ୍ଧୀ ମାର୍ଗ ଯାଏଁ, କଂଗ୍ରେସ କର୍ମୀ ଓ ନେତାଙ୍କ ରଣ ହୁଙ୍କାର ନାରୀ ସୁରକ୍ଷାକୁ ନେଇ ଜାରି ରହିଛି । ବିଧାନସଭା ଘେରିବା ନେଇ କଂଗ୍ରେସର ପୂର୍ବ ଯୋଜନା ରହିଥିବା ବେଳେ ପୋଲିସ ଛାଉଣୀ ହୋଇଛି । କଂଗ୍ରେସର ବାଟ ଅଡିଛି ପୋଲିସ୍ । ଫଳରେ ଗାନ୍ଧୀ ମାର୍ଗରେ ଡେରା ପକାଇଛନ୍ତି ହଜାର ହଜାର କଂଗ୍ରେସ କର୍ମୀ ।

ଅନ୍ୟପଟେ ବିଧାନସଭାରେ ନିଲମ୍ବିତ ହୋଇଛନ୍ତି କଂଗ୍ରେସର ୧୪ ରୁ ୧୪ ସଦସ୍ୟ। ଯାହାକୁ ନେଇ ଗତକାଲି ଲୋୟର ପିଏମଜି ଠାରୁ ଆରମ୍ଭ କରି ବିଧାନସଭା ଯାଏଁ କଂଗ୍ରେସର ପ୍ରତିବାଦ ଓ ରାଲି ଦେଖିବାକୁ ମିଳିଥିଲା। ରାତିସାରା ରାସ୍ତାରେ ଧାରଣାରେ ବସିଥିଲେ କଂଗ୍ରେସ ନେତା। କଂଗ୍ରେସ ଦଳ ସହ ଯୋଗ ଦେଇଥିଲା ବିଜେଡି । ଦୁଇ ଦଳର ନେତା ଓ ବିଧାୟକ ମିଶି ବିଧାନସଭା ଭିତରକୁ ଧସେଇ ପଶିବା ସହ ସାମ୍ନାରେ ଧାରଣାରେ ବସିଥିଲେ । ସେମାନଙ୍କ ମଧ୍ୟରୁ ଅନେକ ବିଧାୟକଙ୍କୁ ପୋଲିସ ଉଠାଇନେଇଥିଲା । ଏଥିସହିତ କଂଗ୍ରେସ ବିଧାୟକ ଆହତ ହୋଇଥିବା ମଧ୍ୟ ଅଭିଯୋଗ ବି ହୋଇଛି।

 

Comments are closed.