ନୂଆଦିଲ୍ଲୀ: ଶୀଘ୍ର ଋଷ ରାଷ୍ଟ୍ରପତିଙ୍କର ହେବ ମୃତ୍ୟୁ ! ପୁତିନଙ୍କୁ ନେଇ ଜେଲେନସ୍କିଙ୍କ ବଡ଼ ବୟାନ । ଦୁଇ ଦେଶ ମଧ୍ୟରେ ଶେଷ ହେବ ଯୁଦ୍ଧ! ଜେଲେନସ୍କିଙ୍କ ବୟାନ ପରେ ପୁତିନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ପ୍ୟାରିସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମେକ୍ରୋଙ୍କ ସହ ବୈଠକ ପରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଜେଲେନସ୍କି । ଏଥିରେ ପୁତିନଙ୍କ ମୃତ୍ୟୁ ଶୀଘ୍ର ହେବ ଓ ଋଷ-ୟୁକ୍ରେନ୍ ଯୁଦ୍ଧର ଅବସାନ ହେବ ବୋଲି ଜେଲେନସ୍କି କହିଛନ୍ତି । ଏହାସହ ଯେପର୍ଯ୍ୟନ୍ତ ପୁତିନ ବଞ୍ଚିଛନ୍ତି, ଋଷର ଚଞ୍ଚକତାକୁ ମଜବୁତ ହୋଇ ସାମନା କରିବାକୁ ସେ ଆମେରିକାକୁ ଅପିଲ୍ କରିଛନ୍ତି ।
ପୁତିନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ବଢିଲା ଚର୍ଚ୍ଚା
ଗତ କିଛି ମାସ ହେଲା ଋଷ ରାଷ୍ଟ୍ରପତି ପୁତିନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଅନେକ ଗୁଜବ ଶୁଣିବାକୁ ମିଳୁଛି । ପୁତିନ କାଶିବା ସହ ତାଙ୍କ ହାତ ଓ ପାଦରେ ଝଟକା ଲାଗିବାର ଭିଡିଓ ସାମନାକୁ ଆସିବା ପରେ ଏହି ଚର୍ଚ୍ଚା ବଢିଛି । ୨୦୨୨ରେ ଏଭଳି ଏକ ଭିଡିଓ ଆସିଥିଲା । ସେଥିରେ ପୁତିନ ତାଙ୍କ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁଙ୍କ ସହ ବୈଠକ କରୁଥିଲେ । ତେବେ ସାମନାରେ ଥିବା ଏକ ଟେବୁଲକୁ ସେ ଜାବୁଡି ଧରିଥିବା ବେଳେ ନିଜ ଚେୟାରରୁ ଝୁଙ୍କି କରି ବସିଥିବା ଦେଖିବାକୁ ମିଳିଥିଲା ।
ଅସୁସ୍ଥ ଅଛନ୍ତି କି ପୁତିନ?
ପୁତିନ ପାର୍କିନସନ୍ ଓ କ୍ୟାନସରରେ ପୀଡିତ ଥିବା ନେଇ ବି ରିପୋର୍ଟ ଆସିଥିଲା । ତେବେ କ୍ରେମଲିନ ପକ୍ଷରୁ ଏସବୁକୁ ଖଣ୍ଡନ କରାଯାଇଥିଲା । ତେବେ ଅନେକ ସମୟରେ ପୁତିନଙ୍କ ମୁହଁ ଫୁଲିଥିବା ଭଳି ଦେଖିବାକୁ ମିଳୁଛି । ସେହିପରି ଥରିବା ସହ ସେ ପାଦ ଲମ୍ବାଇବା ଦେଖାଯାଉଛି । ହାତ ପାଦର ଗତି ମଧ୍ୟ ଅପ୍ରତ୍ୟାଶିତ ଭାବେ ବଢିବା ଭଳି ଦିଶୁଛି । ଯାହା ପୁତିନଙ୍କ ଅସୁସ୍ଥତା ଚର୍ଚ୍ଚାକୁ ଆହୁରି ବଢାଇଛି । ଏପରିକି ଅସୁସ୍ଥତା ଯୋଗୁଁ ପୁତିନ ଶୀଘ୍ର ପଦ ଛାଡି ପାରନ୍ତି ବୋଲି ବି ଚର୍ଚ୍ଚା ହେଉଛି । ତେବେ କ୍ରେମଲିନ ପକ୍ଷରୁ ଏଭଳି କୌଣସି ସୂଚନା ମିଳିନି ।
ଯୁଦ୍ଧକୁ ନେଇ କ’ଣ କହିଲେ ଜେଲେନସ୍କି?
ଶାନ୍ତି ଉଦ୍ୟମ ପରେ ମଧ୍ୟ ଋଷ ଜାଣିଶୁଣି ଯୁଦ୍ଧକୁ ଲମ୍ବା ସମୟ ଧରି ଚଳାଇଥିବା ଜେଲେନସ୍କି ଅଭିଯୋଗ କରିଛନ୍ତି । ଯୁଦ୍ଧ ଶେଷ କରିବାକୁ ହେଲେ ଋଷ ଉପରେ ଚାପ ପ୍ରୟୋଗ କରିବା ଜରୁରୀ । ଗତ ତିନି ବର୍ଷ ମଧ୍ୟରେ ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଛି । ତେବେ ଋଷକୁ ନିସର୍ତ୍ତ ଯୁଦ୍ଧବିରତି ପାଇଁ ଆମେରିକା ଚାପ ପକାଇପାରିବ ବୋଲି ଜେଲେନସ୍କି କହିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମେକ୍ରୋ ମଧ୍ୟ ଯୁଦ୍ଧକୁ ନେଇ ଋଷକୁ ସମାଲୋଚନା କରିଛନ୍ତି । ଋଷ ଯୁଦ୍ଧ ଚାହୁଁନଥିବା କହୁଛି, ହେଲେ ୟୁକ୍ରେନର ଜନବସତି ଉପରେ ଲଗାତର ଆକ୍ରମଣ କରୁଛି । ୟୁରୋପୀୟ ନେତା ବୈଠକ କରିବା ସହ ସ୍ଥାୟୀ ଯୁଦ୍ଧବିରତି ବୁଝାମଣା ସ୍ଥିତିରେ କିଭଳି ୟୁକ୍ରେନକୁ ସମର୍ଥନ କରିହେବ ସେନେଇ ଆଲୋଚନା କରିବେ ।
ୟୁକ୍ରେନର ଶକ୍ତି ଭିତ୍ତିଭୂମି ଉପରେ ୩୦ଦିନ ପର୍ଯ୍ୟନ୍ତ ଆକ୍ରମଣ ନକରିବା ପ୍ରସ୍ତାବରେ ଋଷ ସହମତ ହୋଇଥିବା ବେଳେ ପୁତିନଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଯୁଦ୍ଧକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଜେଲେନସ୍କି । କୃଷ୍ଣ ସାଗରରେ ନୈସେନା ଯୁଦ୍ଧ ବିରତି ନେଇ ଆମେରିକା ମଧ୍ୟସ୍ଥତାରେ ଋଷ ଓ ୟୁକ୍ରେନ୍ ରାଜି ହୋଇଥିଲେ। ଏବେ ଦୁଇ ଦେଶ ମଧ୍ୟରେ ଡ୍ରୋନ୍ ହମଲା ଜାରି ରହିଛି । ଗୋଟିଏ ସପ୍ତାହ ମଧ୍ୟରେ ଋଷ ୧୧୭ଟି ଡ୍ରୋନ୍ ହମଲା କରିଥିବା ୟୁକ୍ରେନ୍ ଅଭିଯୋଗ କରିଛି । ସେପଟେ ଋଷର ଶକ୍ତି ଭିତ୍ତିଭୂମି ଉପରେ ୟୁକ୍ରେନ୍ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।
Comments are closed.