Latest Odisha News

BREAKING NEWS

୨୦୦୦ସହରରେ ଏୟାରଟେଲ IPTV ସେବା ଆରମ୍ଭ; ଜାଣନ୍ତୁ ପ୍ଲାନ ସମ୍ବନ୍ଧରେ..

ଭୁବନେଶ୍ବର: ଟେଲିକମ୍ ଅପରେଟର ଏୟାରଟେଲ ଭାରତର ୨୦୦୦ ସହରରେ ଆନୁଷ୍ଠାନିକ ଭାବରେ ଏହାର ଆଇପିଟିଭି(IPTV) ସେବା ଆରମ୍ଭ କରିଛି। ଏହି ସେବା ଅଧୀନରେ ୨୯ ଟି ମୁଖ୍ୟ ଷ୍ଟ୍ରିମିଂ ଆପ୍ ଉପଲବ୍ଧ ଅଛି, ଯେଉଁଥିରେ ନେଟଫ୍ଲିକ୍ସ (Netflix), ଆପଲ୍ ଟିଭି +(Apple TV+), ଆମାଜନ ପ୍ରାଇମ (Amazon Prime), ସୋନିଲିଭ (SonyLiv), ଏବଂ ଜି 5 (Zee5) ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ୩୫୦+ ଟିଭି ଚ୍ୟାନେଲ ଏବଂ ହାଇ ସ୍ପିଡ୍ ୱାଇ-ଫାଇ ସଂଯୋଗ ମଧ୍ୟ ଉପଲବ୍ଧ । ଏୟାରଟେଲର ଆଇପିଟିଭି ପ୍ଲାନରେ ମାସକୁ ୬୯୯ରୁ ଆରମ୍ଭ ହେଉଛି। ପ୍ରାରମ୍ଭିକ ଅଫରରେ, ଏୟାରଟେଲ ଗ୍ରାହକମାନେ ଯଦି ଏୟାରଟେଲ ଧନ୍ୟବାଦ (Airtel Thanks ) ଆପ୍ ମାଧ୍ୟମରେ IPTV ପ୍ଲାନ କିଣିନ୍ତି ତେବେ ୩୦ ଦିନ ପାଇଁ ମାଗଣା IPTV ସେବା ଉପଭୋଗ କରିପାରିବେ ।

ୟୁଜରମାନେ ସେମାନଙ୍କର ବ୍ରଡବ୍ୟାଣ୍ଡ ପ୍ଲାନ ସହିତ ଏହି ସେବାକୁ ଉପଭୋଗ କରିପାରିବେ, ଯେଉଁଥିରେ ଇଣ୍ଟରନେଟ୍ ସ୍ପିଡ୍ 40 Mbps ରୁ 1 Gbps ପର୍ଯ୍ୟନ୍ତ ମିଳିବ । ଏୟାରଟେଲର ପୂର୍ବରୁ BSNL ମଧ୍ୟ କିଛି ମାସ ପୂର୍ବରୁ ଫାଇବର ବ୍ରଡବ୍ୟାଣ୍ଡ ଆଧାରିତ IFTV ସେବା ଆରମ୍ଭ କରିଥିଲା।

ଏୟାରଟେଲର ଆଇପିଟିଭି ବ୍ରଡବ୍ୟାଣ୍ଡ ପ୍ଲାନ୍ସ ଷ୍ଟାଣ୍ଡଡ ପ୍ଲାନ୍ସ ଉପରେ ୨୦୦ଟଙ୍କା ଅତିରିକ୍ତ ଅଟେ, ଯାହାଦ୍ବାରା ୟୁଜରମାନଙ୍କୁ ହାଇ ସ୍ପିଡ୍ ଇଣ୍ଟରନେଟ୍ ସହିତ ଲାଇଭ୍ ଟିଭି ଚ୍ୟାନେଲ ମିଳେ ।

୬୯୯ ପ୍ଲାନ

ଏହି ପ୍ଲାନରେ ୟୁଜର୍ସଙ୍କୁ ୪୦Mbps ସ୍ପିଡର ଇଣ୍ଟରନେଟର ସୁବିଧା ମିଳିବ । ଏହା ସହିତ, ୨୬ ଟି OTT ଆପ୍ ଏବଂ ୩୫୦ଟି ଲାଇଭ୍ ଟିଭି ଚ୍ୟାନେଲର ଆକ୍ସେସ୍ ଦେଉଛି ।

୮୯୯ ପ୍ଲାନ

ଏହି IPTV ବ୍ରଡବ୍ୟାଣ୍ଡ ପ୍ଲାନରେ ୟୁଜରଙ୍କୁ ୨୦୦Mbps ସ୍ପିଡରେ ଇଣ୍ଟରନେଟର ସୁବିଧା ମିଳିବ । ଏହା ସହିତ, କମ୍ପାନୀ ୨୬ ଟି OTT ଆପ୍ ଏବଂ ୩୫୦ ଟି ଲାଇଭ୍ ଟିଭି ଚ୍ୟାନେଲର ଆକ୍ସେସ ମିଳିଛି ।

୧,୦୯୯ ପ୍ଲାନ

ଏହି ପ୍ଲାନରେ ୨୦୦Mbpsର ଇଣ୍ଟରନେଟ୍ ସ୍ପିଡ୍ ପାଇବେ । ଏଥିରେ ୨୮OTT ଆପ୍ ଏବଂ ୩୫୦ଟି ଲାଇଭ୍ ଟିଭି ଚ୍ୟାନେଲ୍ ଏବଂ ୨ଟି ଆଡ୍-ଅନ୍ ଆପ୍: Apple TV+ ଏବଂ Amazon Primeର ମଧ୍ୟ ଆକ୍ସେସ୍ ମିଳିବ ।

୧,୫୯୯ର ପ୍ଲାନ

ଏହି ପ୍ଲାନରେ ୟୁଜରଙ୍କୁ ୩୦୦Mbps ସ୍ପିଡରେ ଇଣ୍ଟରନେଟର ସୁବିଧା ମିଳିବ । ୨୯ ଟି OTT ଆପ୍ ଏବଂ ୩୫୦ ଟି ଲାଇଭ୍ ଟିଭି ଚ୍ୟାନେଲର ଆକ୍ସେସ୍ ରହିବ । ଏଥିରେ ତିନୋଟି ଆଡିସ୍ନାଲ ଆପ୍ – Apple TV+, Netflix ଏବଂ Amazon Prime ଉପଲବ୍ଧ ହେବ ।

୩,୯୯୯ ପ୍ଲାନ
ପ୍ଲାନରେ ୟୁଜରଙ୍କୁ ୧Gbps ସ୍ପିଡରେ ଇଣ୍ଟରନେଟର ସୁବିଧା ମିଳିବ । ୨୯ ଟି OTT ଆପ୍ ଏବଂ ୩୫୦ ଟି ଲାଇଭ୍ ଟିଭି ଚ୍ୟାନେଲର ଆକ୍ସେସ୍ ରହିଛି । ଏଥିରେ ମଧ୍ୟ ତିନୋଟି ଆଡିସ୍ନାଲ ଆପ୍ Apple TV+, Netflix ଏବଂ Amazon Primeର ଆକ୍ସେସ୍ ମିଳିବ ।

 

 

 

Comments are closed.