Latest Odisha News

BREAKING NEWS

ଓଲା, ଉବରକୁ ଟକ୍କର ଦେବ ସରକାରଙ୍କ ‘ସହକାର ଟ୍ୟାକ୍ସି’

ନୂଆଦିଲ୍ଲୀ: ଓଲା ଏବଂ ଉବର ଭଳି ଟ୍ୟକ୍ସି ଆପ୍ ଏବେ, ସହରରେ ଜୀବନ ଯାପନ କରୁଥିବା ସାଧାରଣ ଲୋକଟି ପାଇଁ, ଯେପରି ଗୋ ଟୁ ଯାନ ହୋଇଛି । ସଙ୍ଗେ ସଙ୍ଗେ ଗାଡି ବୁକିଂ କର, ଆଉ ଆରାମରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚ । କିନ୍ତୁ ଲୋକଙ୍କ ଚାହିଦା ଦେଖି, ଦିନକୁ ଦିନ ବିଶ୍ବାସ ହରାଇବାକୁ ବସୁଛି ଓଲା ଏବଂ ଉବର ଭଳି ବିଭିନ୍ନଜ ଘରୋଇ ଟ୍ୟାକ୍ସି ସଂସ୍ଥା । କେତେବେଳେ ଗ୍ରାହକଙ୍କ ସହ ଚାଳକ ଦୁର୍ବ୍ୟବହାର କଲେଣି ତ, ଆଉ କେତେବଳେ ଅତ୍ୟଧିକ ପେୟାର ବୃଦ୍ଧି, ଯାହାକୁ ନେଇ ବେଳେ ବେଳେ ଅତିଷ୍ଠ ହୋଇପଡନ୍ତି ଏହାର ବ୍ୟବହାରକାରୀ । ଏହି ଟ୍ୟାକ୍ସି କମ୍ପାନୀଗୁଡିକ ବିଷୟରେ ଗ୍ରାହକଙ୍କ ଅନେକ ଅଭିଯୋଗ ଗଣମାଧ୍ୟମରେ ଦେଖାଯାଉଛି କିନ୍ତୁ ଏହାର କିଛି ବିକଳ୍ପ ନଥିବାରୁ ପୁନଶ୍ଚ, ସେହି ଆପ ସବୁକୁ ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି ବ୍ୟବହାରାରୀ ।

କିନ୍ତୁ ଏଣିକି ଆଉ ଟେନସନ୍ ନାହିଁ । ଏସବୁରୁ ମୁକ୍ତି ପାଇବା ପାଇଁ ଏବେ ଭାରତ ସରକାର ଖୁବ୍ ଶୀଘ୍ର ‘ସହକାର ଟ୍ୟାକ୍ସି’ ଆରମ୍ଭ କରିବାକୁ ଯାଉଛନ୍ତି । ଏହା କମ୍ ମୂଲ୍ୟରେ ଆପଣଙ୍କୁ ସହଜ ଯାତ୍ରା ଯୋଗାଇବା ସହ ଡ୍ରାଇଭରମାନେ ଏହି ଟ୍ୟାକ୍ସି ଆପରୁ ସିଧାସଳଖ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ । ସେମାନଙ୍କୁ କାହାକୁ କମିଶନ ଦେବାକୁ ପଡିବ ନାହିଁ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସଂସଦରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ସହକାର ଟ୍ୟାକ୍ସି’ ଏକ ସହଯୋଗୀ ରାଇଡ୍ ହୋଲିଂ ସର୍ଭିସ୍ ହେବ । ଏହା ଡ୍ରାଇଭରମାନଙ୍କ ସୁବିଧା ପାଇଁ ଡିଜାଇନ୍ କରାଯାଇଛି । ଯାହା ଓଲା ଏବଂ ଉବର ପରି କ୍ୟାବ୍ ଆପ୍ ଉପରେ ଆଧାରିତ ହେବ । ଏହା ଉପରେ ସମବାୟ ସମିତି ଦୁଇ ଚକିଆ ଯାନ, ଟ୍ୟାକ୍ସି, ରିକ୍ସା ଏବଂ ଚାରି ଚକିଆ ଯାନ ପଞ୍ଜିକରଣ କରିବାରେ ସକ୍ଷମ ହେବେ । ଯେଉଁଥିରେ ଡ୍ରାଇଭରମାନଙ୍କୁ ସେମାନଙ୍କର ରୋଜଗାରର ଏକ ଅଂଶ ବି କାହାକୁ ଦେବାକୁ ପଡିବ ନାହିଁ । ଯାହା ଆସନ୍ତା କିଛି ମାସରେ ଶୁଭାରମ୍ଭ ହେବାକୁ ଯାଉଛି ।

କହିରଖୁଛୁ, ରାଜ୍ୟରେ ମଧ୍ୟ ‘ଓଡିଶା ଯାତ୍ରୀ’ ନାମ ଏକ ଟ୍ୟାକ୍ସି ଆପ୍ ରହିଛି । ଯାହା ଯାତ୍ରୀଙ୍କୁ ସୁବିଧାଜନକ ଏବଂ ସୁରକ୍ଷିତ ଯାତ୍ରା ଦେଇଥିବା ବେଳେ, ଏଥିରେ ପଡୁଥିବା ଭଡା ସିଧାସଳଖ ଡ୍ରାଇଭରଙ୍କ ପକେଟକୁ ଯାଏ ।

ତେବେ ସରକାର ଏଭଳି କିଛି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି, କାରଣ ଏବେ ଓଲା ଏବଂ ଉବର ପରି ବଡ ରାଇଡ ହୋଲିଂ ପ୍ଲାଟଫର୍ମ ଉପରେ ଅନେକ ପ୍ରଶ୍ନ ଉଠୁଛି । ଅଭିଯୋଗ ହୋଇଛି ଯେ, ଟ୍ୟାକ୍ସି କମ୍ପାନୀମାନେ, ବିଭିନ୍ନ ଗ୍ରାହକଙ୍କଠାରୁ ଭିନ୍ନ ଭିନ୍ନ ଭଡା ଆଦାୟ କରନ୍ତି । ନିକଟରେ କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) ଓଲା ଏବଂ ଉବରକୁ ଏନେଇ  ନୋଟିସ ଜାରି କରିଥିଲା । ଆଇଫୋନ୍ ଏବଂ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାର କରୁଥିବା ଲୋକଙ୍କଠାରୁ ଭିନ୍ନ ଭିନ୍ନ ଭଡା ଆଦାୟ କରାଯାଉଥିବା ଖବର ସାମ୍ନାକୁ ଆସିଥିଲା । ଏହାର ଜବାବରେ, ଏହା ସଂପୂର୍ଣ୍ଣ ମିଥ୍ୟା ବୋଲି ପ୍ରକାଶ କରିଥିଲା ଓଲା । ଓଲା କହିବାନୁଯାୟୀ, ପ୍ଲାଟଫର୍ମ ଉପରେ ନିର୍ଭର କରି ସେମାନେ ମୂଲ୍ୟ ପରିବର୍ତ୍ତନ କରନ୍ତି ନାହିଁ । ସମସ୍ତ ଗ୍ରାହକଙ୍କ ପାଇଁ ଏକ ସମାନ ମୂଲ୍ୟ ନିର୍ଧାରଣର ଢାଞ୍ଚା ରହିଛି ।

ତେବେ ଗତ ବର୍ଷ ଡିସେମ୍ବରରେ ଏହି ବିବାଦ ଆରମ୍ଭ ହୋଇଥିଲା ଯେତେବେଳେ ସୋସିଆଲ ମିଡିଆ ପ୍ଲାଟଫର୍ମରେ, ଓଲା, ଉବର ରାଇଡ ଫେୟାର ନେଇ ଏକ ପୋଷ୍ଟ ପରେ ଆଲୋଚନା ବଢିଥିଲା । ଗ୍ରାହକ ବ୍ୟାପାର ମନ୍ତ୍ରୀ ପ୍ରହଲଦ ଯୋଶୀ, ଏଭଳି ଭିନ୍ନ ଭିନ୍ନ ମୂଲ୍ୟକୁ ଏକ ଅନ୍ୟାୟ ବାଣିଜ୍ୟ ବୋଲି ସମ୍ବୋଧନ କରିଥିଲେ । ଯେଉଁଥିରେ ଦୁଇଟି ଫୋନରେ ସମାନ ସ୍ଥାନ ମାରିବା ପରେ ସମାନ ଆପରେ ଦୁଇଟି ଭିନ୍ନ ଭଡା ଦେଖାଇଥିଲା, ଯାହାକୁ ନେଇ ଏନେଇ ସରକାର ଯାଞ୍ଚ କରିବେ ବୋଲି ସେ କହିଥିଲେ ।

Comments are closed.