ମୁମ୍ବାଇ: ଆଜି ରିଲିଜ୍ ହୋଇଛି ସଲ୍ଲୁ ଭାଇଜାନଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ସିକନ୍ଦର’ । ହେଲେ ରିଲିଜର କିଛି ଘଣ୍ଟା ପୂର୍ବରୁ ଅନେକ ପାଇରେଟେଡ୍ ସାଇଟ୍ ଏହି ଫିଲ୍ମଟିକୁ ଅନଲାଇନରେ ସେୟାର କରିଛନ୍ତି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଫ୍ୟାନ୍ସ ।
ତେବେ ଭାଇଜାନଙ୍କ ମୁଭିକୁ ବଡ ପରଦାରେ ଦେଖିବା ପାଇଁ କାହିଁ କେବେଠୁ ଫ୍ୟାନ୍ସ ଚାତକ ଭଳି ଚାହିଁ ରହିଥିବା ବେଳେ, ବିଭିନ୍ନ ପାଇରେଟେଡ୍ ସାଇଟରେ ଫିଲ୍ମର ଉପଲବ୍ଧତା ଅନେକଙ୍କୁ ନିରାଶ କରିଛି । ରିଲିଜ୍ ହେବାର କିଛି ଘଣ୍ଟା ପୂର୍ବରୁ, ଏଆର ମୁରୁଗାଡୋସଙ୍କ ନିର୍ଦ୍ଦେଶିତ ଆକ୍ସନ୍ ଥ୍ରୀଲର ସିନେମା ‘ସିକନ୍ଦର’ ଅନଲାଇନରେ ଲିକ୍ ହୋଇଛି । ତାମିଲରକର୍ସ, ମୁଭିରୁଲଜ୍, ଫିଲ୍ମିଜିଲା ଏବଂ ବିଭିନ୍ନ ଟେଲିଗ୍ରାମ୍ ଚ୍ୟାନେଲରେ ଏବଂ ବହୁ ପରିଚିତ ପ୍ଲାଟଫର୍ମଗୁଡ଼ିକ ସମ୍ପୂର୍ଣ୍ଣ ସିନେମାକୁ ଅନଲାଇନରେ ଲିକ୍ କରିଛନ୍ତି । ଯାହା ବେଆଇନ ଡାଉନଲୋଡ୍ ଏବଂ ଷ୍ଟ୍ରିମିଂ ଲିଙ୍କ୍ ପ୍ରଦାନ କରିଛି ।
ସେପଟେ ଆଜି ସୁପର ସଣ୍ଡେରେ ସିନେମା ହଲକୁ ଆସିଛି ସଲମାନଙ୍କ ଇଦ୍ ରିଲିଜ୍ ‘ସିକନ୍ଦର’ । ଏହାପାଇଁ ପ୍ରଶଂସକମାନେ ବଡ଼ ପରଦାରେ ସଲମାନଙ୍କୁ ଦେଖିବା ପାଇଁ ଥିଏଟର ବାହାରେ ବହୁ ସଂଖ୍ୟାରେ ଧାଡ଼ି ଲଗାଇଥିବା ଦେଖିବାକୁ ମିଳିଛି । ରିଲିଜ ପରେ ପରେ ଏହା ବ୍ଲକବ୍ଲଷ୍ଟର ବୋଲି ଘୋଷଣା କରିଛନ୍ତି ପ୍ରଶଂସକ । ଏଥିରେ ସଲମାନଙ୍କ ଗ୍ରାଣ୍ଡ ଏଣ୍ଟ୍ରି ରୁମ ଟାଙ୍କୁରାଇ ଦେଉଥିବା ବେଳେ ଏହାର ପାଓ୍ବାରଫୁଲ ଡାଇଲଗ୍, ସିଗନେଚର ଡ୍ୟାନ୍ସ ମୁଭ୍ସ, ହାଇ-ଅକ୍ଟେନ୍ ଷ୍ଟଣ୍ଟ, ଏବଂ ଇଲେକ୍ଟ୍ରିଫାଏିଂ ଏଣ୍ଟ୍ରି ଦୃଶ୍ୟ ସବୁକିଛି ଫ୍ୟାନ୍ସ ମନମୋହୁଛି । ଯାହା ଲିକ ପରେ ବି ଭଲ ରେସପନ୍ସ ପାଇଥିବା ଜଣାପଡିଛି । ବିଭିନ୍ନ ଭିଡିଓରେ ପ୍ରଶଂସକମାନେ ଫିଲ୍ମ ରିଲିଜ୍ ପାଇଁ ଆନନ୍ଦ ଏବଂ ଉତ୍ସବ ପାଳନ କରୁଥିବାର ଦେଖାଯାଇଥିଲା, ଅନେକ ଥିଏଟର ଭିତରେ ନାଚିଥିଲେ ଏବଂ ଅନ୍ୟମାନେ ଭାଇଜାନ ସଲମାନଙ୍କୁ ଶୁଭେଚ୍ଛା ଜଣାଇ କେକ୍ କାଟିଥିଲେ ଖୁସି ମନାଇଥିଲେ ।
ତେବେ କହିରୁଖୁଛୁ, ନିଜର ରିଲିଜ୍ ପରମ୍ପରା ବଜାୟ ରଖି ପୁଣି ଥରେ ଶୁକ୍ରବାର ମୁଭି ନାଇଟଠ୍ ଛାଡି, ଦର୍ଶକଙ୍କୁ ରବିବାର ସିନେମା ଭେଟି ଦେିଛନ୍ତି ସଲମାନ ଖାନ୍ । ସଲମାନ ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ ସିନେମା ତଥା ଏଆର ମୁରୁଗାଡୋସଙ୍କ ନିର୍ଦ୍ଦେଶିତ ଆକ୍ସନ୍ ଥ୍ରୀଲର ସିନେମା ‘ସିକନ୍ଦର’ ବହୁ ପ୍ରତୀକ୍ଷା ପରେ ଆଜି (ମାର୍ଚ୍ଚ ୩୦) ସିନେମା ହଲରେ ରିଲିଜ୍ ହୋଇଯାଇଛି । ଏଥିରେ ରଶ୍ମିକା ମନ୍ଦନା ଏବଂ ସଲମାନ ଖାନଙ୍କ ବ୍ୟତୀତ କାଜଲ ଅଗ୍ରୱାଲ, ସାଥୀରାଜ, ଶର୍ମନ ଯୋଶୀ ଏବଂ ପ୍ରତୀକ ବାବର ପ୍ରମୁଖ ମୁଖ୍ୟ ଭୂମିକାରେ ନିଜର ଆସିଛନ୍ତି ।
Comments are closed.