ନୋଏଡା: ଦିଲ୍ଲୀର ନୋଏଡାର ସେକ୍ଟର ୯୪ରେ ଥିବା M3M ପ୍ରୋଜେକ୍ଟ ନିକଟରେ ଫୁଟପାଥରେ ବସିଥିବା ଦୁଇଜଣ ଶ୍ରମିକଙ୍କୁ ଏକ ଦ୍ରୁତଗାମୀ ଲାମ୍ବୋର୍ଗିନୀ କାର ଧକ୍କା ଦେଇଥିଲା। ଯାହା ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ।
ଦୁର୍ଘଟଣା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲା।
ସୂଚନା ଅନୁଯାୟୀ, ପୋଲିସ ତଦନ୍ତରୁ ଜଣାପଡିଛି ଯେ ଲାମ୍ବୋର୍ଗିନି କାରଟି ଦୀପକଙ୍କର ନଥିଲା। ସେ ଏହାକୁ ଟେଷ୍ଟ ଡ୍ରାଇଭ୍ ପାଇଁ ନେଇଥିଲେ। ଦୀପକ ଜଣେ ଦଲାଲ ଭାବରେ କାମ କରୁଥିବା ବେଳେ ଏହାକୁ ଟେଷ୍ଟିଂ ପାଇଁ କାର ଚଳାଉଥିଲା। ଜେରା ସମୟରେ ସେ ପୋଲିସକୁ କହିଥିଲା ଯେ କାର ସ୍କ୍ରିନରେ କିଛି ତ୍ରୁଟି ରହିଥିଲା।
ଏହି ଘଟଣାଟି ନୋଏଡା ସେକ୍ଟର ୧୨୬ ଥାନା ଅଞ୍ଚଳର ଚରଖା ଗୋଲେଇ ନିକଟରେ ଘଟିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣା ସମ୍ପର୍କରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଆହତଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା।
ଏହି ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଦେଖାଯାଉଛି ଯେ ଯେତେବେଳେ ଲୋକମାନେ ଅଭିଯୁକ୍ତଙ୍କ କାର ପାଖକୁ ଯାଉଛନ୍ତି। ସେତେବେଳେ ସେ କାର ଭିତରେ ବସି ପଚାରିଥିଲେ, ‘କେହି ମରିଯାଇଛନ୍ତି କି?’ ଏହା ପରେ ଲୋକମାନେ ରାଗିଯିବାରୁ ସେ ତୁରନ୍ତ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ।
Comments are closed.